34.1 C
Bhubaneswar
Friday, March 29, 2024
Homeଓଡିଶାବରିଷ୍ଠ ସାମ୍ବାଦିକ ଦେବେନ୍ଦ୍ର କୁମାର ମିଶ୍ରଙ୍କ ବିୟୋଗରେ ଶୋକ

ବରିଷ୍ଠ ସାମ୍ବାଦିକ ଦେବେନ୍ଦ୍ର କୁମାର ମିଶ୍ରଙ୍କ ବିୟୋଗରେ ଶୋକ

ଜଗତସିଂହପୁର(ପ୍ରତାପ କୁମାର ସିଂହ) : ଜଗତସିଂହପୁର ଜିଲ୍ଲା ରେ ଦୀର୍ଘ ତିରିଶ ବର୍ଷ ଧରି ଦୈନିକ ଧରିତ୍ରୀ ସମ୍ବାଦ ପତ୍ର ର ବରିଷ୍ଠ ସାମ୍ବାଦିକ ଦେବେନ୍ଦ୍ର କୁମାର ମିଶ୍ର ଙ୍କ ଷାଠିଏ ବର୍ଷ ବୟସ ରେ ହୃଦଘାତ ରେ ମୃତ୍ୟୁ ବରଣ ହୋଇଯାଇଛି  ! ସ୍ବର୍ଗତ ମିଶ୍ର ଏକାଧାରରେ ଜଣେ ପରୋପକାରୀ, ମିଷ୍ଟଭାଷୀ, ଧର୍ମପରାୟଣ ଓ ସମାଜ ସଂସାରକ ଭାବେ ବେଶ ଖ୍ୟାତି ଅର୍ଜନ କରିଥିଲେ !ତାଙ୍କ ମୃତ୍ୟୁ ରେ ସମଗ୍ର ଜିଲ୍ଲା ରେ ଶୋକର ଛାୟା ଖେଳିଯାଇଛି ! ଏହି ପରିପେକ୍ଷୀରେ ଜଗତସିଂହପୁର ଜିଲ୍ଲା ସାମ୍ବାଦିକ ୟୁନିଅନ ପକ୍ଷରୁ ସ୍ୱର୍ଗତ ମିଶ୍ର ଙ୍କ ପୁରୋହିତପୁର ସ୍ଥିତ ବାସଭବନ ରେ ପହଂଚି ବରିଷ୍ଠ ସାମ୍ବାଦିକ ଆର୍ତତ୍ରାଣ ପତି, ଅଜୟ ଜେନା, ଶଶାଙ୍କ ଶେଖର ପଣ୍ଡା, ଜିଲ୍ଲା ସଭାପତି ଶୁଭଙ୍କର ଜେନା, ସମ୍ପାଦକ ଜ୍ୟୋତି ରଞ୍ଜନ ପରିଡା, କୋଷାଧକ୍ଷ ମାନସ ରଞ୍ଜନ ସ୍ୱାଇଁ, ପ୍ରଭାତ କୁମାର ସ୍ୱାଇଁ, ବେଣୁଧର ନାୟକ ପ୍ରମୁଖ ପରିବାର ବର୍ଗଙ୍କୁ ସମବେଦନା ଜଣାଇବା ସହିତ ପତ୍ନୀ ସଂଯୁକ୍ତା ମିଶ୍ର, ପୁତ୍ର ସୂର୍ଯ୍ୟନାରାୟଣ ଓ ଚନ୍ଦନ ମିଶ୍ର ଙ୍କୁ ଅନ୍ତେଷ୍ଟି କ୍ରିୟା ନିମନ୍ତେ ଆର୍ଥିକ ଅନୁଦାନ ପ୍ରଦାନ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking