29.1 C
Bhubaneswar
Sunday, May 19, 2024
Homeଓଡିଶାସ୍ୱର୍ଗଦ୍ୱାର ଚାରିପଟେ ମଦ ଦୋକାନ, ଅନୁମତି ବାତିଲ ପାଇଁ ଚିଠି ଲେଖିଲା ଶ୍ରୀମନ୍ଦିର ପ୍ରଶାସନ

ସ୍ୱର୍ଗଦ୍ୱାର ଚାରିପଟେ ମଦ ଦୋକାନ, ଅନୁମତି ବାତିଲ ପାଇଁ ଚିଠି ଲେଖିଲା ଶ୍ରୀମନ୍ଦିର ପ୍ରଶାସନ

ପୁରୀ : ସ୍ୱର୍ଗଦ୍ୱାର ଚାରିପଟେ ମଦ ଦୋକାନ । ସ୍ୱର୍ଗଦ୍ୱାର ଲାଗି ଖୋଲୁଥିବା ମଦ ଦୋକାନୀ ପୂର୍ବରୁ ଲଟେରିରେ ନାମ ଉଠିବା ପରେ ଲୁହାର କଣ୍ଟେନର୍ରେ ମଦ ବିକୁଥିଲେ । କିନ୍ତୁ ଏବେ ଏହି ଜାଗାରେ ଘର ତିଆରି କରି ଛାତ ପକାଇ ସାରିଲେଣି । ପୂର୍ବରୁ ମହାପ୍ରଭୁଙ୍କ ଏହି ଜାଗା ବିବାଦୀୟ ଥିବାବେଳେ କେଉଁ ପରିସ୍ଥିତିରେ ମଦ ଦୋକାନୀମାନେ ଏଠାରେ ଘର ତିଆରି କରୁଛନ୍ତି ଓ ପ୍ରଶାସନ କିଭଳି ଏମାନଙ୍କୁ ଅନୁମତି ଦେଉଛି, ତାକୁ ନେଇ ବିଭିନ୍ନ ମହଲ ପ୍ରଶ୍ନ ଉଠାଇଛନ୍ତି । ସ୍ୱର୍ଗଦ୍ୱାର ଓ ଏହାର ଚତୁଃପାର୍ଶ୍ୱରେ ମଦଦୋକାନକୁ ଚାରିଆଡ଼ୁ ବିରୋଧ କରାଯାଉଛି । ମଦ ଦୋକାନ ଖୋଲିଲେ କେବଳ ସ୍ୱର୍ଗଦ୍ୱାରର ପବିତ୍ରତା ନଷ୍ଟ ହେବନି, ଶ୍ରୀଜଗନ୍ନାଥଙ୍କ କ୍ଷେତ୍ରର ଧର୍ମ ଓ ପରମ୍ପରା କ୍ଷୁର୍ଣ୍ଣ ହେବ । ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ସଙ୍ଗଠନ ବି ଅଣ୍ଟା ଭିଡ଼ିଛନ୍ତି । କଥା ରାଜ୍ୟପାଳଙ୍କ ପର୍ଯ୍ୟନ୍ତ ବି ପହଞ୍ଚିଛି ।

ତଥାପି ମଦ ଦୋକାନ ଖୋଲିବାକୁ ନଛୋଡ଼ବନ୍ଧା ମଦ ବ୍ୟବସାୟୀ । ଏପଟେ ମଦ ଦୋକାନକୁ ବିରୋଧ ଚାଲିଥିବାବେଳେ ସେପଟେ ଆଖିରେ ଆଙ୍ଗୁଠି ଗେଞ୍ଜି ରାତାରାତି ସ୍ୱର୍ଗଦ୍ୱାର କଡ଼ରେ ମଦ ଦୋକାନ ପାଇଁ କୋଠା ଠିଆ କରି ସାରିଛନ୍ତି । କେବଳ ସ୍ୱର୍ଗଦ୍ୱାର ସଂଲଗ୍ନ ମଦ ଦୋକାନ ନୁହେଁ, ସ୍ୱର୍ଗଦ୍ୱାର ନିକଟର ଅନ୍ୟ ମଦ ଦୋକାନୀମାନେ ଯେଉଁ କାଗଜପତ୍ର ଦାଖଲ କରିଛନ୍ତି, ସେ ସବୁ ଜମିର ମାଲିକ ହେଉଛନ୍ତି ସ୍ୱୟଂ ଶ୍ରୀଜଗନ୍ନାଥ ମହାପ୍ରଭୁ । ମଦ ଦୋକାନୀଙ୍କ ଦ୍ୱାରା ଜମା ଏହି କାଗଜପତ୍ର ଏବେ ତହସିଲସ୍ତରରେ ଯାଞ୍ଚ ବି ଚାଲିଛି । ଏହି କାଗଜପତ୍ର ଠିକ୍ କି ନାହିଁ, ପୁରୀ ତହସିଲ ପକ୍ଷରୁ ଖୋଳତାଡ଼ ଜାରି ରହିଛି ।

ନିଜେ ତହସିଲଦାର ବି କହିଛନ୍ତି କି ଏହି କାଗଜପତ୍ର ଯାଞ୍ଚ ପ୍ରକ୍ରିୟା ଅଦ୍ୟାବଧି ଶେଷ ହୋଇନି । ତହସିଲ ପକ୍ଷରୁ ଯାଞ୍ଚ କାଗଜପତ୍ରର ଅଦ୍ୟାବଧି ରିପୋର୍ଟ ଦିଆଯାଇନଥିବାବେଳେ କେଉଁ ପରିସ୍ଥିତିରେ ମଦ ଦୋକାନୀମାନେ ରାତାରାତି ଏଠାରେ କୋଠା ଠିଆ କରୁଛନ୍ତି, ତାହାର ତଦନ୍ତ ଦାବି କରିଛନ୍ତି ଭକ୍ତ ଓ ବିଭିନ୍ନ ସଂଗଠନ । ସ୍ୱର୍ଗଦ୍ୱାରଠାରେ ଥିବା ମହାପ୍ରଭୁଙ୍କ ଜମିରେ ଅବକାରୀ ବିଭାଗ ମଦ ଦୋକାନ ଖୋଲିବାକୁ ଅନୁମତି ଦେବାପରେ ଏହାର ବିରୋଧ ଶ୍ରୀମନ୍ଦିର ପ୍ରଶାସନ । ଶ୍ରୀମନ୍ଦିର ପ୍ରଶାସନ ପୁରୀ ଅବକାରୀ ଅଧୀକ୍ଷକଙ୍କୁ ଚିଠି ଲେଖି ତୁରନ୍ତ ମଦ ଦୋକାନ ଖୋଲିବା ଅନୁମତି ବାତିଲ୍ କରିବାକୁ ନିବେଦନ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking