22.1 C
Bhubaneswar
Saturday, January 25, 2025
Homeଓଡିଶା୮୫ ଜଣିଆ ରାଜ୍ୟ ଉପଭୋକ୍ତା ସୁରକ୍ଷା ପରିଷଦ ଗଠିତ

୮୫ ଜଣିଆ ରାଜ୍ୟ ଉପଭୋକ୍ତା ସୁରକ୍ଷା ପରିଷଦ ଗଠିତ

ଭୁବନେଶ୍ୱର: ରାଜ୍ୟର ଉପଭୋକ୍ତାମାନଙ୍କର ସୁରକ୍ଷାକୁ ସରକାର ପ୍ରାଥମିକତା ପ୍ରଦାନ କରୁଥିବା ପରିପ୍ରେକ୍ଷୀରେ ରାଜ୍ୟ ସରକାର ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ ଉପଭୋକ୍ତା ସୁରକ୍ଷା ପରିଷଦ ଗଠନ କରିଛନ୍ତି । ପରିଷଦରେ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଅଧ୍ୟକ୍ଷ ଥିବାବେଳେ ଏଥିରେ ମୋଟ୍ ୮୫ ଜଣ ସଦସ୍ୟ ଅଛନ୍ତି । ବିଭିନ୍ନ ସାଂସଦ, ବିଧାୟକ, ଜିଲ୍ଲା ପରିଷଦ ସଭାପତି, ନଗର ନିଗମ ମେୟର, ମୁନିିସିପାଲିଟି ଓ ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ, ପଞ୍ଚାୟତ ସମିତି ଅଧ୍ୟକ୍ଷ, ବିଭିନ୍ନ ସ୍ୱେଚ୍ଛାସେବୀ ଉପଭୋକ୍ତା ସଂଗଠନର କର୍ମକର୍ତ୍ତା, ବିଭିନ୍ନ ବିଭାଗୀୟ ଶାସନ ସଚିବ, କୃଷକ, ବ୍ୟବସାୟୀ ଓ ଶିଳ୍ପ ସଂଗଠନର ପ୍ରତିନିଧି, ଅଧିବକ୍ତା ଏବଂ ରାଜ୍ୟ ଓ ବିଭିନ୍ନ ଜିଲ୍ଲା ଉପଭୋକ୍ତା ବିବାଦ ପ୍ରତିକାର ଆୟୋଗର ସଭାପତିମାନଙ୍କୁ ନେଇ ପରିଷଦ ଗଠନ କରାଯାଇଛି । ପରିଷଦରେ କେନ୍ଦ୍ର ସରକାରଙ୍କ ଦ୍ୱାରା ମନୋନୀତ ୫ ଜଣ ସଦସ୍ୟ ରହିବାର ବ୍ୟବସ୍ଥା ଅଛି ।

ଏହା ବ୍ୟତୀତ କୃଷକ, ବ୍ୟବସାୟୀ, ବାଣିଜ୍ୟ, ଶିଳ୍ପ ଓ ଉପଭୋକ୍ତାମାନଙ୍କ ମନୋନୀତ ପ୍ରତିନିଧିମାନେ ମଧ୍ୟ ପରିଷଦର ସଦସ୍ୟ ରହିଛନ୍ତି।
ରାଜ୍ୟ ଉପଭୋକ୍ତା ସୁରକ୍ଷା ପରିଷଦର ସଦସ୍ୟ ଭାବରେ ଆସ୍କା ଲୋକସଭା ସାଂସଦ ପ୍ରମିଳା ବିଶୋଇ, ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ, ଅତାବିରାର ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ, ଘସିପୁରା ବିଧାୟକ ବଦ୍ରିନାରାୟଣ ପାତ୍ର, ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆ, ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, କରଞ୍ଜିଆ ବିଧାୟକ ବାସନ୍ତୀ ହେମ୍ବ୍ରମ୍‌, ଭଦ୍ରକ ବିଧାୟକ ସଂଜୀବ କୁମାର ମଲ୍ଲିକ ମନୋନୀତ ହୋଇଛନ୍ତି । ସେହିପରି କଟକ ଏବଂ ଯାଜପୁର ଜିଲ୍ଲା ପରିଷଦର ସଭାପତି, ବ୍ରହ୍ମପୁର ମହାନଗର ନିଗମର ମେୟର, ବାରିପଦା, କୋରାପୁଟ ଓ କେନ୍ଦ୍ରାପଡ଼ା ମ୍ୟୁନିସିପାଲିଟିର ଅଧ୍ୟକ୍ଷ ଏହି ପରିଷଦର ସଦସ୍ୟ ଅଛନ୍ତି ।

ପରିଷଦରେ ଆଠଗଡ଼, ନବରଙ୍ଗପୁର ଓ ପାରଳାଖେମୁଣ୍ଡି ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷଙ୍କ ସମେତ କଣ୍ଟାମାଳ, ବଅଁରପାଳ, ଓଡ଼ଗାଁ, ଫିରିଙ୍ଗିଆ, ଜୁନାଗଡ଼, ବିଷମକଟକ ଓ ବିନିକା ପଞ୍ଚାୟତ ସମିତିର ଅଧ୍ୟକ୍ଷମାନଙ୍କୁ ସଦସ୍ୟ ଭାବରେ ରଖାଯାଇଛି । ପରିଷଦରେ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ, ଅର୍ଥ, କୃଷି ଓ କୃଷକ ସଶକ୍ତୀକରଣ, ପଞ୍ଚାୟତିରାଜ ଓ ପାନୀୟଜଳ, ଗୃହ ଓ ନଗର ଉନ୍ନୟନ, ବାଣିଜ୍ୟ ଓ ପରିବହନ, ଶକ୍ତି, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ, ଶିଳ୍ପ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ବିଭାଗର ଶାସନ ସଚିବଙ୍କୁ ସଦସ୍ୟ ଭାବରେ ଗ୍ରହଣ କରାଯାଇଛି । ଏଥି ସହିତ ରାଜ୍ୟ ଉପଭୋକ୍ତା ବିବାଦ ପ୍ରତିକାର ଆୟୋଗର ସଚିବ, ନବରଙ୍ଗପୁର, ନୟାଗଡ଼ ଓ ନୂଆପଡ଼ା ଜିଲ୍ଲାର ଜିଲ୍ଲା ଉପଭୋକ୍ତା ବିବାଦ ପ୍ରତିକାର ଆୟୋଗର ସଭାପତି, ଅତିରିକ୍ତ ମହାନିର୍ଦ୍ଦେଶକ କ୍ରାଇମ୍‌/ଆରକ୍ଷୀ ଅଧୀକ୍ଷକ, ଅର୍ଥନୈତିକ ଅପରାଧ ଶାଖା, ଭୁବନେଶ୍ୱରଙ୍କୁ ସଦସ୍ୟ କରାଯାଇଛି । ଖାଉଟି କଲ୍ୟାଣ ନିର୍ଦ୍ଦେଶକ ପରିଷଦର ସଦସ୍ୟ ସଚିବ ଭାବରେ କାର୍ଯ୍ୟ କରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking