33.1 C
Bhubaneswar
Tuesday, May 26, 2026
Homeଦେଶ ବିଦେଶଟ୍ରମ୍ପଙ୍କ ଧମକ ପରେ ରୁଷ୍‌ର ପ୍ରତିକ୍ରିୟା; ଯୁଦ୍ଧ ଶେଷ ସମ୍ପର୍କୀତ ଆଲୋଚନା ପାଇଁ ପ୍ରସ୍ତୁତ

ଟ୍ରମ୍ପଙ୍କ ଧମକ ପରେ ରୁଷ୍‌ର ପ୍ରତିକ୍ରିୟା; ଯୁଦ୍ଧ ଶେଷ ସମ୍ପର୍କୀତ ଆଲୋଚନା ପାଇଁ ପ୍ରସ୍ତୁତ

ମସ୍କୋ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପରୋକ୍ଷ ଧମକ ପରେ ଏବେ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ୍‌ଙ୍କୁ ସାମାନ୍ୟ ଶାନ୍ତ ହେବା ଦେଖିବାକୁ ମିଳିଛି। ରିପୋର୍ଟ ଅନୁସାରେ ଟ୍ରମ୍ପ୍ ଆମେରିକାର ନୂଆ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବା ପରେ ପରେ ରୁଷ୍‌କୁ ୟୁକ୍ରେନ୍ ସହ ଯୁଦ୍ଧ ଶେଷ କରିବାକୁ ଆହ୍ୱାନ ଦେଇଥିଲେ। କେବଳ ସେତିକି ନୁହେଁ ଏପରି ନହେଲେ ବଡ଼ ପରିଣାମ ଭୋଗିବାକୁ ପଡ଼ିବ ବୋଲି ମଧ୍ୟ ଟ୍ରମ୍ପ୍ ପରୋକ୍ଷରେ ଚେତାବନୀ ମଧ୍ୟ ଦେଇଥିଲେ। ତେବେ ଟ୍ରମ୍ପ୍‌ଙ୍କ ଏହି ଚେତାବନୀ ପରେ ପରେ ରୁଷ୍ ପକ୍ଷରୁ ଏକ ବଡ଼ ବୟାନ୍ ସାମ୍ନାକୁ ଆସିଛି। ରୁଷ୍ ମଧ୍ୟ ଏବେ ୟୁକ୍ରେନ୍ ସହ ଯୁଦ୍ଧ ଶେଷ କରିବାକୁ ପ୍ରସ୍ତୁତ ଥିବା କହିଛି। ତେବେ ଏହି ଆଲୋଚନା ଦ୍ୱିପାକ୍ଷିକ ହେବା ସହ ପାରସ୍ପରିକ ସମ୍ମାନ ଉପରେ ଆଧାରିତ ହେବା ଉଚିତ୍ ବୋଲି ରୁଷ୍ କହିଛି। ଅର୍ଥାତ୍ ଆଲୋଚନାରେ ଏକତରଫା ନିଷ୍ପତ୍ତି ନ ନେବାକୁ ରୁଷ୍ ଦାବି କରିଛି।

ଗୁରୁବାର ରୁଷ୍ ପକ୍ଷରୁ ଏପ୍ରକାର ପ୍ରତିକ୍ରିୟା ଆସିବା ପରେ ଆଗାମୀ ଦିନରେ ରୁଷ୍‌-ୟୁକ୍ରେନ୍ ଯୁଦ୍ଧ ଶେଷ ହେବା ନେଇ ଏକ ଆଶା ସଞ୍ଚାର ହୋଇଛି। ରୁଷ୍ ଟ୍ରମ୍ପ୍‌ଙ୍କ ଆହ୍ୱାନ୍ ଉପରେ ପ୍ରତିକ୍ରିୟା ରଖି କହିଛି, ଟ୍ରମ୍ପଙ୍କ ସହ ପାରସ୍ପରିକ ସମ୍ମାନଜନକ କଥାବାର୍ତ୍ତା ପାଇଁ ସେ ପ୍ରସ୍ତୁତ ଅଛନ୍ତି। ପୁଟିନଙ୍କ ମନ୍ତବ୍ୟ ସମ୍ପର୍କରେ ସାମ୍ବାଦିକମାନେ ପଚାରିବାରୁ କ୍ରେମଲିନ ମୁଖପାତ୍ର ଦିମିତ୍ରୀ ପେସ୍କୋଭ୍ କହିଛନ୍ତି, ଆମେ ଏଥିରେ କିଛି ନୂଆ ଦେଖୁନାହୁଁ। ତାଙ୍କ ବୟାନ ଉପରେ ରୁଷ୍ ତୀକ୍ଷ୍ଣ ନଜର ରଖିଛି। ପ୍ରକାଶ, ବୁଧବାର ଟ୍ରମ୍ପ ଧମକ ଦେଇଥିଲେ ଯେ ଯଦି ପୁଟିନ୍ ଯୁଦ୍ଧ ଶେଷ କରିବାକୁ ରାଜି ନହୁଅନ୍ତି ତେବେ ମସ୍କୋ ଉପରେ ଆହୁରି ଅଧିକ ପ୍ରତିବନ୍ଧକ ଲଗାଇବେ। ଯଦି ଆମେ କୌଣସି ଚୁକ୍ତିରେ ପହଞ୍ଚିପାରିବୁ ନାହିଁ, ତେବେ ରୁଷ୍ ଆମେରିକା କିମ୍ବା ଅନ୍ୟ ଦେଶକୁ ବିକ୍ରି କରୁଥିବା ସମସ୍ତ ଜିନିଷ ଉପରେ ଉଚ୍ଚ ଟିକସ ଏବଂ ପ୍ରତିବନ୍ଧକ ଲଗାଇବା ବ୍ୟତୀତ ଆମ ପାଖରେ ଅନ୍ୟ କୌଣସି ବିକଳ୍ପ ରହିବ ନାହିଁ ବୋଲି ସେ କହିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking