27.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶଥାଇଲାଣ୍ଡ: ବସ୍ ଦୁର୍ଘଟଣାରେ ୧୪ ମୃତ

ଥାଇଲାଣ୍ଡ: ବସ୍ ଦୁର୍ଘଟଣାରେ ୧୪ ମୃତ

ବ୍ୟାଙ୍କକ:  ଥାଇଲାଣ୍ଡର ପ୍ରଚୁଆପ୍ ଖିରି ଖାନ୍ ପ୍ରଦେଶରେ ସୋମବାର ବିଳମ୍ବିତ ରାତିରେ ସଡକ ପରିବହନ ନିଗମର ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହେବାରୁ ୧୪ ଜଣ ପ୍ରାଣ ହରାଇଛନ୍ତି । ଆହତ ୨୦ ଜଣଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଡ୍ରାଇଭରକୁ ନିଦ ଲଗିବାପରେ ବସ୍‌ଟି ନିୟନ୍ତ୍ରଣ ହରାଇ ରାସ୍ତାକଡରେ ଥିବା ଏକ ଗଛରେ ପିଟି ହୋଇଥିଲା । ବସ୍‌ର ସମ୍ମୁଖଭାଗ ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବାବେଳେ ଗ୍ୟାସ୍ କଟର ସାହାଯ୍ୟରେ ମୃତାହତଙ୍କୁ ଉଦ୍ଧାର କରାଯାଇଥିଲା ବୋଲି ପୁଲିସ ପକ୍ଷରୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking