28.1 C
Bhubaneswar
Sunday, August 7, 2022
Homeଦେଶ ବିଦେଶଆତଙ୍କୀକୁ କଡ଼ା ଜବାବ ଦେଲେ ଯୱାନ

ଆତଙ୍କୀକୁ କଡ଼ା ଜବାବ ଦେଲେ ଯୱାନ

ଶ୍ରୀନଗର: ସୀମା ସୁରକ୍ଷାବଳୟ ଉପରେ ପୁଣି ଥରେ ଆକ୍ରମଣ କରିବାକୁ ଚେଷ୍ଟା କରିଛନ୍ତି ଆତଙ୍କବାଦୀ । କମ୍ବିଂ ଅପରେସନ୍ କରୁଥିବାବେଳେ ଅଚାନକ୍ ବିଏସଏଫଙ୍କ ଉପରେ ଆକ୍ରମଣ କରିଛନ୍ତି ଆତଙ୍କୀ । ଆଉ ଆକ୍ରମଣର କଡ଼ା ଜବାବ ଦେବାକୁ ଯାଇ ଆତଙ୍କୀ ଉପରେ ପ୍ରବଳ ଗୁଳିବର୍ଷା କରିଛନ୍ତି ଭାରତୀୟ ଯୱାନ । କୁହଯାଉଛି ଯୱାନଙ୍କ ଆକ୍ରମଣର ସାମ୍ନା ନକରି ପାରି ଆତଙ୍କୀମାନେ ଛତ୍ରଭଙ୍ଗ ଦେଇଥିଲେ ସୁଦ୍ଧା ଏବେ ବି ୩ ଆତଙ୍କୀ ଫସିରହିଛନ୍ତି । ସୂଚନା ଅନୁଯାୟୀ, ଆତଙ୍କୀଙ୍କ ବିରୋଧରେ ଯୱାନମାନେ ଅପରେସନ୍ ଚାଲୁରଖିଥିବା ସମୟରେ ଆତଙ୍କୀମାନେ ହଠାତ୍ ଯୱାନଙ୍କ ଉପରକୁ ଗୁଳିମାଡ଼ କରିଥିଲେ । କଶ୍ମୀରର ଦକ୍ଷିଣ ଅଞ୍ଚଳ କୁଲଗ୍ରାମରେ ଏହି ଆକ୍ରମଣ ହୋଇଥିବା ସୂଚନା ମିଳିଛି । ଆକ୍ରମଣରେ କୌଣସି ଭାରତୀୟ ଯୱାନ ଆହତ ହୋଇଥିବା ନେଇ କୌଣସି ସୂଚନା ମିଳିନାହିଁ । ଆକ୍ରମଣ ପରେ ସୁରକ୍ଷାବଳୟ ପୂରା ଆତଙ୍କବାଦୀଙ୍କୁ ଘେରି ରହିଥିବା ଜଣାପଡ଼ିଛି । ବର୍ତ୍ତମାନସୁଦ୍ଧା ମିଳିଥିବା ସୂଚନା ଅନୁସାରେ ୩ ଆତଙ୍କୀ ଫସି ରହିଛନ୍ତି । କାଶ୍ମୀର ଆଇଜିପି ସ୍ଥାନୀୟ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ସୁରକ୍ଷାବଳୟ ଉପରେ ଆତଙ୍କୀମାନେ ଅଚାନକ୍ ଗୁଳିଚାଳନା କରିଥିଲେ ଆଉ ତାହାର ମୁକାବିଲା ଲାଗି ଯୱାନମାନେ ମଧ୍ୟ ଗୁଳି ଚଳାଇଛନ୍ତି । ସେପଟେ, ଭାରତକୁ ଆତଙ୍କୀଙ୍କୁ ଅନୁପ୍ରବେଶ ଉଦ୍ୟମ ଚଳାଇଛି ପାକିସ୍ତାନ । ସୁଧୁରୁନି ଶତ୍ରୁ ଦେଶ, ଲଗାତାର ଭାରତ ବିରୋଧୀ ଷଡ଼ଯନ୍ତ୍ରରେ ଲିପ୍ତ ରହୁଛି । ଅଗଷ୍ଟ ୧୫ ପୂର୍ବରୁ ଜମ୍ମୁ କାଶ୍ମୀରରେ ପାକିସ୍ତାନର ଏକ ବଡ ଆତଙ୍କବାଦୀ ଷଡଯନ୍ତ୍ରର ଖୁଲାସା । ଭାରତ-ପାକିସ୍ଥାନ ସୀମାରେ ପାକିସ୍ତାନ ନିଜର ଲଞ୍ଚ ପ୍ୟାଡକୁ ପୁଣି ଥରେ ସକ୍ରିୟ କରିଛି ବୋଲି ଜାମ୍ମୁ କାଶ୍ମୀର ପୋଲିସ ସୂଚନା ଦେଇଛି । ଲଞ୍ଚିଂ ପ୍ୟାଡରେ ପ୍ରାୟ ଦୁଇ ଶହ ପଚାଶ ଆତଙ୍କବାଦୀ ଜାମ୍ମୁ କାଶ୍ମୀରକୁ ଅନୁପ୍ରବେଶ ପାଇଁ ଉଦ୍ୟମ କରୁଛନ୍ତି ବୋଲି ଜଣାପଡ଼ିଛି । ଜମ୍ମୁ କାଶ୍ମୀର ପୋଲିସର ସୂଚନା ଅନୁସାରେ ବିଭିନ୍ନ ଆତଙ୍କବାଦୀ ସଂଗଠନ ସହଯୋଗରେ ଆଇଏସଆଇ ଦ୍ୱାରା ଏହି ଲଞ୍ଚ ପ୍ୟାଡ ସକ୍ରିୟ କରାଯାଇଛି । ଦେଶରେ ରକ୍ତପାତ କରିବାକୁ ତଥା ଅରାଜକତା ସୃଷ୍ଟି ପାଇଁ ଗଜବାତ ନାମକ ଏକ ସଂଗଠନ ଗଠନ କରିଛି ପାକିସ୍ତାନ । ଦୀର୍ଘ ଦିନ ଧରି ପାକିସ୍ତାନ ଭାରତରେ ଡ୍ରୋନ୍ ଆକ୍ରମଣ ଘଟାଇବାକୁ ଷଡଯନ୍ତ୍ର ଜାରି ରଖିଛି । ପ୍ରତିଦିନ ପଞ୍ଜାବ ଓ ଜମ୍ମୁ କଶ୍ମୀର ସୀମାରେ ସନ୍ଧିଗ୍ଧ ଡ୍ରୋନ୍ ଉଡ଼ୁଥିବାର ଦେଖିବାକୁ ମିଳୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking