30.1 C
Bhubaneswar
Wednesday, April 24, 2024
Homeରାଜନୀତିଓବିସି ଓ ଏସ୍‌ଇବିସି ମାନଙ୍କ ସହିତ ବାରମ୍ବାର ପ୍ରତାରଣା କରି  ଚାଲିଛନ୍ତି ରାଜ୍ୟ ସରକାର...

ଓବିସି ଓ ଏସ୍‌ଇବିସି ମାନଙ୍କ ସହିତ ବାରମ୍ବାର ପ୍ରତାରଣା କରି  ଚାଲିଛନ୍ତି ରାଜ୍ୟ ସରକାର : ସୋନାଲି ସାହୁ

ଗରୀବଙ୍କ ପାଇଁ ସମର୍ପିତ ମୋଦୀ ସରକାର

 ୧୨୭ତମ ସମ୍ବିଧାନ ସଂଶୋଧନ କରି ଓବିସି ଓ ଏସ୍‌ଇବିସି ମାନଙ୍କୁ ସେମାନଙ୍କ ଅଧିକାର ପାଇବା ପାଇଁ ଆଇନଗତ ବ୍ୟବସ୍ଥା କରିଥିବାରୁ ଯଶ୍ୱସୀ ପ୍ରଧାନମନ୍ତ୍ରୀ ମାନ୍ୟବର ନରେନ୍ଦ୍ର ମୋଦିଙ୍କୁ ଓଡିଶାବାସୀଙ୍କ ତରଫରୁ ଧନ୍ୟବାଦ

 ପଛୁଆ ବର୍ଗଙ୍କ ଅଧିକାର ପାଇଁ ପ୍ରଶ୍ନ କଲେ ବିଜେଡି ବିଳିବିଳେଇ ହେଉଛି

 ସ୍ୱାଧୀନତାର ୭୪ବର୍ଷ ବିତି ଯାଇଥିଲେ ମଧ୍ୟ ଏହି ବିଲ୍‌କୁ ଠିକ୍ ଢଙ୍ଗରେ ପାରିତ କରାଯାଇନଥିଲା

 ରାଜ୍ୟ ସରକାରପଛୁଆ ବର୍ଗଙ୍କ ସାମ୍ବିଧାନିକ ଅଧିକାର ଛଡ଼ାଇ ନେଇଛନ୍ତି

 ଓବିସି ଓ ଏସ୍‌ଇବିସ ମାନଙ୍କ ଅଧିକାର ପାଇଁ ମାନ୍ୟବର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଲଢେଇ ଜାରି ରଖିଛନ୍ତି

 ଦେଶର ଅନ୍ୟ ରାଜ୍ୟ ମାନେ ୫୦ ଭାଗରୁ ଉର୍ଦ୍ଧ୍ୱ ସଂରକ୍ଷଣ ବ୍ୟବସ୍ଥା କରି ସେମାନଙ୍କ ଦାବୀ ଉପସ୍ଥାପନ କରୁଥିବା ବେଳେ ରାଜ୍ୟର ବିଜେଡି ସରକାର ଜାଣିଶୁଣି ୫୨ ଭାଗ ଲୋକଙ୍କୁ ସେମାନଙ୍କ ଅଧିକାର ନଦେଇ କେବଳ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି

 ଶିକ୍ଷା କ୍ଷେତ୍ରରେ ଓବିସି ଓ ଏସ୍‌ଇବିସ ମାନଙ୍କୁ ଆମ ରାଜ୍ୟରେ ଆଦୌ ସଂରକ୍ଷଣ ନଦେଇ ନବୀନ ସରକାର ଅକ୍ଷମଣୀୟ ଅପରାଧ କରି ଚାଲିଛନ୍ତି ।

ଭୁବନେଶ୍ୱର : ଭାରତର କୋଣ ଅନୁକୋଣରେ ବାସ କରୁଥିବା ସମସ୍ତ ଓବିସି ବର୍ଗର ଲୋକଙ୍କ ପାଇଁ ଗତ କାଲି ଏକ ଯୁଗାନ୍ତକାରୀ ବା ଐତିହାସିକ ଦିନ ଅଟେ । ଲୋକସଭା ଓ ରାଜ୍ୟସଭାରେ ଐତିହାସିକ ୧୨୭ତମ ସମ୍ବିଧାନ ସଂଶୋଧନ ବିଧେୟକ ପାରିତ ହୋଇଛିା ଦେଶର ଅନ୍ୟାନ୍ୟ ପଛୁଆ ବର୍ଗଙ୍କ ପାଇଁ ୨୭ ପ୍ରତିଶତ ସଂରକ୍ଷଣକୁ ଲାଗୁ କରିବା ପାଇଁ ଏହି ବିଲ୍ ପାସ୍ ହୋଇଛି ଏବଂ ସୌଭାଗ୍ୟର କଥା ଯେ ଲୋକସଭାରେ ଉପସ୍ଥିତ ସମସ୍ତ ସାଂସଦ ଏହି ବିଲ୍‌କୁ ପାରିତ କରିବା ପାଇଁ ସମର୍ଥନ ଜଣାଇଛନ୍ତି । ସ୍ୱାଧୀନତାର ୭୦ବର୍ଷ ବିତି ଯାଇଥିଲେ ମଧ୍ୟ ଏହି ବିଲ୍‌କୁ ଠିକ୍ ଢଙ୍ଗରେ ପାରିତ କରିବା ଏବଂ କାର୍ଯ୍ୟକାରୀ କରିବା ଦିଗରେ ପୂର୍ବ ସରକାରମାନଙ୍କର ଆନ୍ତରିକତାର ଅଭାବ ରହିଥିଲା । ମୋଦି ସରକାରଙ୍କ ମୁଳମନ୍ତ୍ର‘ସବ୍‌କା ସାଥ, ସବ୍‌କା ବିକାଶ,ସବ୍‌କା ବିଶ୍ୱାସ’ ନିତି ଆଧାରରେ ଦେଶର ଅନ୍ୟାନ୍ୟ ପଛୁଆ ବର୍ଗଙ୍କ ପାଇଁ ୨୭ ପ୍ରତିଶତ ସଂରକ୍ଷଣ ଦେବା ପାଇଁ ଯେଉଁ ନିଷ୍ପତି ନେଇଛନ୍ତି, ସେହି ନିଷ୍ପତିକୁ ଆମେ ସ୍ୱାଗତ କରୁଛୁ ଏବଂ ଓଡିଶାବାସିଙ୍କ ତରଫରୁ ଯଶ୍ୱସୀ ପ୍ରଧାନମନ୍ତ୍ରୀ ମାନ୍ୟବର ନରେନ୍ଦ୍ର ମୋଦିଙ୍କୁ ରାଜ୍ୟ ବିଜେପି ତରଫରୁ ଧନ୍ୟବାଦ ଜଣାଉଛୁ । ବର୍ତମାନ ରାଜ୍ୟ ସରକାର ତୁରନ୍ତ ଓବିସିମାନଙ୍କ ପାଇଁ ୨୭ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରନ୍ତୁ ବୋଲି ରାଜ୍ୟ ମୁଖପାତ୍ର ଶ୍ରୀମତୀ ସୋନାଲୀ ସାହୁ ଦାବି କରିଛନ୍ତି ।

ଓଡିଶାରେ ୨୨ବର୍ଷ ଧରି ଏକ ସ୍ଥାୟୀ ସରକାର ରହିଛି କିନ୍ତୁ ରାଜ୍ୟରେ ଓବିସି ଏବେ ବି ଅବହେଳିତ । ଏଥିପାଇଁ ରାଜ୍ୟ ସରକାରଙ୍କ ଆନ୍ତରିକତାର ଅଭାବ ସ୍ପଷ୍ଟ ପରିଲକ୍ଷିତ ହେଉଛି । ୧୯୮୦ ମସିହାରେ ବି.ପି. ମଣ୍ଡଳଙ୍କ ନେତୃତ୍ୱରେ ଏକ କମିଶନ ଗଠନ କରାଯାଇଥିଲା ଏବଂ ସେ କମିଶନ ମଧ୍ୟ ଯେଉଁ ରିପୋର୍ଟ (ମଣ୍ଡଳ କମିଶନ) ପ୍ରଦାନ କରିଥିଲେ ସେହି ରିପୋର୍ଟରେ ୨୭ ପ୍ରତିଶତ ସଂରକ୍ଷଣ ଦେବା କଥା ଉଲ୍ଲେଖ ଥିଲା । ପଛୁଆ ବର୍ଗଙ୍କ ଅଧିକାର ୧୦ବର୍ଷ ହେଲା ଫାଇଲ ତଳେ ଚାପି ହୋଇଗଲା । ୧୯୯୦ ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଭି. ପି. ସିଂହ ଓବିସି ସଂରକ୍ଷଣ ଲାଗୁ କରିବା ପାଇଁ କହିଥିଲେ । କିନ୍ତୁ ଦୁଭାର୍ଗ୍ୟର କଥା ଯେ ୧୯୯୧ ମସିହାରେ ତତ୍କାଳୀନ ଓଡିଶାର ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଓବିସି ମାନଙ୍କୁ ତାଙ୍କ ଅଧିକାରରୁ ବଂଚିତ ଓ ସାମ୍ବିଧାନିକ ଅଧିକାରକୁ ଛଡାଇନେବା ପାଇଁ ଚକ୍ରାନ୍ତ କରି ସୁପ୍ରିମକୋର୍ଟକୁ ଯାଇଥିଲେ । ୧୯୯୦ ମସିହାରୁ ଆଜି ପର୍ଯ୍ୟନ୍ତ ସାମ୍ବିଧାନିକ ଅଧିକାର ପାଇଁ ଆଜି ମଧ୍ୟ ସରକାରଙ୍କ ସହ ପଛୁଆ ବର୍ଗର ଲୋକେ ଲଢେଇ କରୁଛନ୍ତି । ପିତାଙ୍କ ନୀତି ଅନୁସରଣ କରି ବର୍ତମାନର ନବୀନ ପଟ୍ଟନାୟକ ନେତୃତ୍ୱାଧିନ ରାଜ୍ୟ ସରକାର ମଧ୍ୟ ଏହି ନିଷ୍ପତି ବିରୁଦ୍ଧରେ ଯାଉଛନ୍ତି । ଛଳନା ଓ ପ୍ରତାରଣା କରି ୨୦୧୪ ମସିହାରେ ରାଜ୍ୟ ସରକାର ହାଇକୋର୍ଟକୁ ଗଲେ । ଅପରପକ୍ଷରେ ଚକ୍ରାନ୍ତ କରି କିଛି କୁଚକ୍ରିଙ୍କୁ ତାହା ବିରୁଦ୍ଧରେ ସଂରକ୍ଷଣ ଅଧିକ ହୋଇଯିବା ଆଳରେ ସୁପ୍ରିମକୋର୍ଟର ନିଷ୍ପତିକୁ ଦ୍ୱାହି ଦେଇ ପିଟିସନ ଦାଖଲ କରିଥିଲେ । କିନ୍ତୁ ବର୍ତମାନ ସେ ଟିସନରମାନେ ଗଲେ କୁଆଡେ ବୋଲି ଶ୍ରୀମତୀ ସାହୁ ପ୍ରଶ୍ନ କରିଛନ୍ତି । ସରକାରଙ୍କର କେଉଁଠି ନା କେଉଁଠି ମାନସିକତା ରହୁଛି ଯେ, ଯେଉଁମାନେ ସାମାଜିକ ଆର୍ଥିକ ଦୃଷ୍ଟିରେ ପଛୁଆ ରହୁଛନ୍ତି ସେମାନେ ସବୁବେଳେ ପଛୁଆ ହୋଇ ରୁହନ୍ତୁ । ଏହା ହେଉଛି ରାଜ୍ୟ ସରକାରଙ୍କ ପ୍ରକୃତ ମାନସିକତା । ତେଣୁ ୩ ଦଶନ୍ଧି ଧରି ଏହି ସାମ୍ବିଧାନିକ ଅଧିକାର ପାଇଁ ପଛୁଆ ବର୍ଗ ଲୋକମାନେ ଲଢେଇ ଜାରୀ ରଖିଛନ୍ତି । କିନ୍ତୁ ଯଶ୍ୱସୀ ପ୍ରଧାନମନ୍ତ୍ରୀ ପଛୁଆ ଏବଂ ଏସ୍‌ଇସିସି ବର୍ଗର ଲୋକମାନଙ୍କୁ ଏହି ଅଧିକାର ଦେଇ ଏହା ପ୍ରମାଣିତ କରିଛନ୍ତି ଯେ, ସମସ୍ତଙ୍କୁ ସାଙ୍ଗରେ ନେଇ ସମସ୍ତଙ୍କ ବିକାଶ ହେଉଛି ବିଜେପି ସରକାରର ଲକ୍ଷ୍ୟ । ଦୁର୍ଭାଗ୍ୟର କଥା ରାଜ୍ୟ ସରକାର ଗୋଟିଏ ପଟେ ସଂସଦରେ ସମର୍ଥନ ଦେଲେ ଅପରପକ୍ଷରେ ଆଉ ଏକ ଚକ୍ରାନ୍ତ ସୃଷ୍ଟି କରି ପଛୁଆ ବର୍ଗ ଲୋକମାନଙ୍କୁ ତାଙ୍କ ନ୍ୟାର୍ଯ୍ୟ ହକ୍ ପ୍ରଦାନ କରିବାରୁ ବଂଚିତ କରୁଛନ୍ତି । ଏଥିରୁ ରାଜ୍ୟସରକାରଙ୍କ ଦୋମୁହାଁ ନୀତି ଦର୍ଶାଉଛି ।ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ଦୀର୍ଘ ୩ଦଶନ୍ଧି ଧରି ଓବିସିମାନଙ୍କ ସହ ଅନ୍ୟାୟ କରୁଛନ୍ତି ରାଜ୍ୟ ସରକାର । ପଛୁଆ ବର୍ଗଙ୍କ ହକ୍ ପାଇଁ ପ୍ରଶ୍ନ କଲେ ବିଜେଡିକୁ ବାଧୁଛି କାହିଁକିବୋଲି ଶ୍ରୀମତୀ ସାହୁ ପ୍ରଶ୍ୱ କରିଛନ୍ତି । ରାଜ୍ୟସଭାରେ ୧୨୭ତମ ସଂଶୋଧନ ବିଧେୟକ ଆଲୋଚନାରେ ଭାଗ ନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ତାଲିକା ଆଧାରରେ ପଛୁଆ ବର୍ଗଙ୍କୁ ଓଡିଶା ସରକାର ସଂରକ୍ଷଣ ଦିଅନ୍ତୁ ବୋଲି ସ୍ପଷ୍ଟ ଆହ୍ୱାନ ମଧ୍ୟ କରିଛନ୍ତି । ଓଡିଶାରେ ୫୨ ପ୍ରତିଶତରୁ ଅଧିକ ଓବିସି ବର୍ଗ ଲୋକ ବାସ କରିଛନ୍ତି । ସେମାନଙ୍କଠାରୁ ତାଙ୍କ ନ୍ୟାର୍ଯ୍ୟ ହକ୍ ଛଡାଇ ନେଇ ରାଜ୍ୟ ସରକାର ମହାପାପ କରୁଛନ୍ତି ବୋଲି ଶ୍ରୀମତୀ ସାହୁ କହିଛନ୍ତି । ଏହି ଅବସରରେରାଜ୍ୟ ମିଡିଆ ପ୍ରମୁଖ ଦିଲୀପ ମଲ୍ଲିକ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking