38.1 C
Bhubaneswar
Tuesday, April 23, 2024
Homeବ୍ରେକୀଙ୍ଗକେବେଠାରୁ ଆରମ୍ଭ ହୋଇଥିଲା ଗୁରୁ ଦିବସ

କେବେଠାରୁ ଆରମ୍ଭ ହୋଇଥିଲା ଗୁରୁ ଦିବସ

ଭୁବନେଶ୍ୱର: ସେପ୍ଟେମ୍ବର ୫ ତାରିଖକୁ ଆମେ ସମସ୍ତେ ଗୁରୁଦିବସ ଭାବରେ ପାଳନ କରିଥାଉ । ମହାନ ଗୁରୁ ଡକ୍ଟର ସର୍ବପ୍ଲଲୀ ରାଦାକ୍ରିଷନଙ୍କ ସେହି ଦିନ ହେଉଛି ଜନ୍ମ ବାର୍ଷିକୀ । ଯିଏ ଶିକ୍ଷାର ଜଣେ ଦୃଢ ବିଶ୍ୱାସୀ ଥିଲେ । ଖାଲି ଏତିକି ନୁହେଁ ସେ ଜଣେ ଦୃଢ କୂଟନୀତିଜ୍ଞ, ବିଦ୍ୱାନ, ଭାରତର ରାଷ୍ଟ୍ରପତି ଏବଂ ସର୍ବୋପରି ଜଣେ ଶିକ୍ଷକ ଥିଲେ । ଯେତେବେଳେ କୌଣିସ ଛାତ୍ରଛାତ୍ରୀ ତାଙ୍କ ଜନ୍ମଦିନ ପାଳନ କରିବା ପାଇଁ ତାଙ୍କୁ ଅନୁମତି ମାଗନ୍ତି, ସେ କୁହନ୍ତି ମୋ ଜନ୍ମଦିନ ପାଳନ କରିବା ପରିବର୍ତ୍ତେ ଏହାକୁ ଗୁରୁଦିବସ ଭାବରେ ପାଳନ କରାଯିବା ଉଚିତ । ଆଉ ତା ପରଠୁ ଆମେ ସେପ୍ଟେମ୍ବର ୫ ତାରିଖକୁ ଗୁରୁ ଦିବସ ଭାବରେ ପାଳନ କରିଆସୁଛୁ । ଆଜିକାଲି ସମସ୍ତେ ଏହି ଦିନଟିକୁ ଗୁରୁ ଦିବସ ଭାବରେ ପାଳନ କରିବା ସହିତ ସମସ୍ତେ ନିଜ ନିଜର ଗୁରୁ ମାନଙ୍କୁ ଅନେକ ସମ୍ମାନ ଓ ଭକ୍ତି କରିଥାନ୍ତି ଓ ତାଙ୍କ ପାଇଁ ଛୋଟ ଉପହାରଟିଏ ନେଇଥାନ୍ତି । ତେବେ ଖାଲି ଜଣେ ଶିକ୍ଷକ ଯେ, ଗୁରୁ ହୋଇପାରିବେ ତା ନୁହେଁ, ଯାହା ଠାରୁ ଆମେ ସର୍ବଦା କିଛି ଶିଖିଥାଉ ସେ ବି ଆମ ପାଇଁ ଜଣେ ଗୁରୁ । ଗୁରୁଙ୍କୁ ସର୍ବଦା ସମ୍ମାନ କରିବା ଉଚିତ । ତାଙ୍କର ପ୍ରତିଟି କଥାକୁ ଅକ୍ଷରେ ଅକ୍ଷରେ ପାଳନ କରିବା ଉଚିତ । ସେ ହିଁ ଆମକୁ ଭବିଷ୍ୟତରେ ଜଣେ ଭଲ ମଣିଷ ଭାବରେ ଗଢି ତୋଳିବାରେ ଗୁରୁକ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking