26.3 C
Bhubaneswar
Friday, March 28, 2025
Homeବ୍ରେକୀଙ୍ଗସର୍ବପଲ୍ଲୀ ରାଧାକ୍ରିଷନଙ୍କ ଜୀବନୀ

ସର୍ବପଲ୍ଲୀ ରାଧାକ୍ରିଷନଙ୍କ ଜୀବନୀ

ଭୁବନେଶ୍ୱର: ସର୍ବପଲ୍ଲୀ ରାଧାକ୍ରିଷନଙ୍କ ଜନ୍ମ ଥିରୁତାନିରେ ହୋଇଥିଲା । ତାଙ୍କ ବାପାଙ୍କ ନାଁ ଥିଲା ସର୍ବେପଲ୍ଲୀ ଭୀରସ୍ୱାମୀ ଓ ମା ଥିଲେ ସର୍ବେପଲ୍ଲୀ ସୀତାମା । ରାଧାକ୍ରିଷନଙ୍କ ପିଲାଦିନ ଥିରୁତାନିରେ ହିଁ ଅତିବାହିତ ହୋଇଥିଲା । ଏହାଛଡା ତାଙ୍କର ପ୍ରାଥମିକ ଶିକ୍ଷା ଥିରୁତାନିର କେଭି ହାଇସ୍କୁଲରେ ହୋଇଥିଲା । ଏହାପରେ ତାଙ୍କର ପରବର୍ତ୍ତୀ ଶିକ୍ଷା ପାଇଁ ତାଙ୍କ ବାପା ୧୮୯୬ ମସିହାରେ ଲୁଥେରାନ ମିଶନ ସ୍କୁଲରେ ନାମ ଲେଖାଇଥିଲେ । ସେହିଠାରେ ହିଁ ରାଧାକ୍ରିଷନ ୧୯୦୦ ମସିହା ପର୍ଯ୍ୟନ୍ତ ପାଠ ପଢିଥିଲେ । ଆଉ ପରେ ୧୯୦୦ ମସିହାରେ ସେ ଉଚ୍ଚଶିକ୍ଷା ପାଇଁ ଭେଲୋର ଯାତ୍ରା କରିଥିଲେ । ସେଠାରେ ବୁରହିଜ କଲେଜରେ ଅଧ୍ୟୟନ ଆରମ୍ଭ କରିଥିଲେ । ଆଉ ୧୭ ବର୍ଷ ବୟସରେ ସେ ମାଡ୍ରାସ କଲେଜରେ ଆଡମିଶନ ନେଇଥିଲେ । ଆରମ୍ଭରୁ ସେ ଜଣେ ମେଧାନୀ ଛାତ୍ର ଥିଲେ । ୧୯୦୬ ମସିହାରେ ସେ ଦର୍ଶନ ଶାସ୍ତ୍ରରେ ଏମଏ କରିଥିଲେ । ଏମଏରେ ସେ ହିନ୍ଦୁ ଧର୍ମ ଉପରେ ଏକ ଥେସିସ ଲେଖିଥିଲେ । ଯାହାର ନାଁ ଥିଲା, ‘ଦ ଏଥିକ୍ସ ଅପ୍ ବେଦାନ୍ତ ଆଣ୍ଡ ଇଟସ ମେଟାଫିଜିକାଲ ପ୍ରିସୋପଜିସନ’ । ଯାହା ତାଙ୍କ ଦର୍ଶନ ପ୍ରଫେସରଙ୍କ ଦ୍ୱାରା ପ୍ରଂଶସିତ ହୋଇଥିଲା । ପରେ ୧୯୦୯ ମସିହାରେ ରାଧାକ୍ରିଷନ ମାଡ୍ରାସ ପ୍ରେସିଡେନ୍ସି କଲେଜରେ ଅଧ୍ୟାପକ ଭାବରେ ନିଯୁକ୍ତି ପାଇଲେ । ୧୯୧୬ ମସିହାରେ ମାଡ୍ରାସ ପ୍ରେଜିଡେସି କଲେଜରେ ସେ ଦର୍ଶନ ଶାସ୍ତ୍ରରେ ଆସିଷ୍ଟାନ୍ସ ପ୍ରଫେସର ଭାବରେ ଯୋଗ ଦେଇଥିଲେ । ୧୯୧୮ ମସିହାରେ ମିସୋର ୟୁନିଭରସିଟି ଦ୍ୱାରା ତାଙ୍କୁ ଦର୍ଶନ ଶାସ୍ତ୍ରର ପ୍ରଫେସର ଭାବରେ ଚୟନ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking