ଭୁବନେଶ୍ୱର: ସେପ୍ଟେମ୍ବର ୫ ତାରିଖକୁ ଆମେ ସମସ୍ତେ ଗୁରୁଦିବସ ଭାବରେ ପାଳନ କରିଥାଉ । ମହାନ ଗୁରୁ ଡକ୍ଟର ସର୍ବପ୍ଲଲୀ ରାଦାକ୍ରିଷନଙ୍କ ସେହି ଦିନ ହେଉଛି ଜନ୍ମ ବାର୍ଷିକୀ । ଯିଏ ଶିକ୍ଷାର ଜଣେ ଦୃଢ ବିଶ୍ୱାସୀ ଥିଲେ । ଖାଲି ଏତିକି ନୁହେଁ ସେ ଜଣେ ଦୃଢ କୂଟନୀତିଜ୍ଞ, ବିଦ୍ୱାନ, ଭାରତର ରାଷ୍ଟ୍ରପତି ଏବଂ ସର୍ବୋପରି ଜଣେ ଶିକ୍ଷକ ଥିଲେ । ଯେତେବେଳେ କୌଣିସ ଛାତ୍ରଛାତ୍ରୀ ତାଙ୍କ ଜନ୍ମଦିନ ପାଳନ କରିବା ପାଇଁ ତାଙ୍କୁ ଅନୁମତି ମାଗନ୍ତି, ସେ କୁହନ୍ତି ମୋ ଜନ୍ମଦିନ ପାଳନ କରିବା ପରିବର୍ତ୍ତେ ଏହାକୁ ଗୁରୁଦିବସ ଭାବରେ ପାଳନ କରାଯିବା ଉଚିତ । ଆଉ ତା ପରଠୁ ଆମେ ସେପ୍ଟେମ୍ବର ୫ ତାରିଖକୁ ଗୁରୁ ଦିବସ ଭାବରେ ପାଳନ କରିଆସୁଛୁ । ଆଜିକାଲି ସମସ୍ତେ ଏହି ଦିନଟିକୁ ଗୁରୁ ଦିବସ ଭାବରେ ପାଳନ କରିବା ସହିତ ସମସ୍ତେ ନିଜ ନିଜର ଗୁରୁ ମାନଙ୍କୁ ଅନେକ ସମ୍ମାନ ଓ ଭକ୍ତି କରିଥାନ୍ତି ଓ ତାଙ୍କ ପାଇଁ ଛୋଟ ଉପହାରଟିଏ ନେଇଥାନ୍ତି । ତେବେ ଖାଲି ଜଣେ ଶିକ୍ଷକ ଯେ, ଗୁରୁ ହୋଇପାରିବେ ତା ନୁହେଁ, ଯାହା ଠାରୁ ଆମେ ସର୍ବଦା କିଛି ଶିଖିଥାଉ ସେ ବି ଆମ ପାଇଁ ଜଣେ ଗୁରୁ । ୧୯୧୮ ମସିହାରେ ମିସୋର ୟୁନିଭରସିଟି ଦ୍ୱାରା ତାଙ୍କୁ ଦର୍ଶନ ଶାସ୍ତ୍ରର ପ୍ରଫେସର ଭାବରେ ଚୟନ କରାଯାଇଥିଲା । ଏହି ସମୟରେ ସେ ତାଙ୍କ ବହି ‘ଦ ଫିଲୋସପି ଅଫ ରବିନ୍ଦ୍ର ନାଥ ଟାଗୋର’ ସଂପୂର୍ଣ୍ଣ କରିଥିଲେ । ୧୯୨୬ରେ ସେ ଯୁନିଭରସିଟି ଅଫ୍ କୋଲକାତାରେ ଦର୍ଶନ ଶାସ୍ତ୍ରର ପ୍ରଫେସର ଭାବରେ ଯୋଗ ଦେଇଥିଲେ । ସେ ନିଜର ଲେଖା ଓ ଭାଷଣ ମାଧ୍ୟମରେ ବିଶ୍ୱକୁ ଭାରତ ଦର୍ଶନ ସହିତ ପରିଚିତ କରେଇବା ପାଇଁ ଚେଷ୍ଟା କରିଥିଲେ । ଯେତେବେଳେ ଭାରତ ସ୍ୱାଧୀନ ହେଲା, ସେତେବେଳେ ଜବାହାରଲାଲ ନେହେରୁ ତାଙ୍କୁ ବିଶିଷ୍ଟ ରାଷ୍ଟ୍ରଦୂତ ଭାବରେ ସୋଭିଏତ ସଂଘ ସହିତ ରାଜନୈତିକ କାର୍ଯ୍ୟ ସଂପାଦନ କରିବା ପାଇଁ ଅନୁରୋଧ କରିଥିଲେ ।