ଭୁବନେଶ୍ୱର(ବିପିନ ସିଂହ) – ଆଜି କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କର ବିଫଳ ଅର୍ଥନୀତିକୁ ନାପସନ୍ଦକରି ଏକ ବାର୍ତା ଗଣମାଧ୍ୟମ ଏବଂ ସାମାଜିକ ଗଣମାଧ୍ୟମରେ ଦେଇଛନ୍ତିି । ଯାହାର ଅବିକଳ ଓଡ଼ିଆ ନକଲ ଆପଣଙ୍କ ଅବଗତି ନିମନ୍ତେ ପ୍ରଦାନ କରୁଅଛୁ ।
ଚାଲନ୍ତୁ ଅର୍ଥନୀତି ବିଷୟରେ ଚର୍ଚ୍ଚା କରିବା । ବିଜେପି ସରକାର ଅସଙ୍ଗଠିତ କ୍ଷେତ୍ର ଉପରେ ଆକ୍ରମଣ କରିଛି । ଆପଣମାନଙ୍କୁ ଦାସ/ଗୁଲାମରେ ପରିଣତ କରିବାର ପ୍ରୟାସ ଚାଲିଛି । ୨୦୦୮ରେ ବିଶ୍ୱ ଏକ ଅର୍ଥନୈତିକ ଝଡ଼ର ଶୀକାର ହୋଇଥିଲା ଏହା ସମଗ୍ର ବିଶ୍ୱକୁ ପ୍ରଭାବିତ କରିଥିବା ବିଶେଷକରି ଆମେରିକା, ଜାପାନ, ଚୀନ୍କୁ ପ୍ରଭାବିତ କରିଥିଲା । ଆମେରିକାର ବିଭିନ୍ନ ନିଗମ ଏବଂ କମ୍ପାନୀଗୁଡ଼ି ବନ୍ଦ ହୋଇଯାଇଥିଲା ବେଳେ ଗୋଟିଏ ପରେ ଗୋଟିଏ ବ୍ୟାଙ୍କ ବନ୍ଦ ହୋଇଯାଇଥିଲା । ୟୁରୋପରେ ମଧ୍ୟ ବ୍ୟାଙ୍କ ଗୁଡ଼ିକ ବନ୍ଦ ହେଉଥିଲା । କିନ୍ତୁ ଭାରତରେ ଏହା ପ୍ରଭାବଶୂନ୍ୟ ଥିଲା । ସେହି ସମୟରେ ଭାରତରେ ୟୁପିଏ ସରକାର ଥିଲା । ମୁଁ ପ୍ରଧାନ ମନ୍ତ୍ରୀଙ୍କ ନିକଟକୁ ଯାଇ ତାଙ୍କୁ ପଚାରିଲି ମନମୋହନ ସିଂହଜୀ କେଉଁ କାରଣରୁ ସମଗ୍ର ବିଶ୍ୱ ଅର୍ଥନୈତିକ ସଂକଟ ଦେଇ ଗତିକରୁଛି କିନ୍ତୁ ଭାରତରେ ଏହାର ପ୍ରଭାବ ପଡ଼ିନାହିଁ । ମନମୋହନ ସିଂହଜୀ ଉତର ଦେଲେ, ରାହୁଲ ଯଦି ଆପଣ ଭାରତର ଅର୍ଥନୀତିକୁ ବୁଝିବାକୁ ଚାହାଁନ୍ତି ତେବେ ଆପଣଙ୍କ ଜାଣିବାକୁ ପଡ଼ିବ ଯେ, ଭାରତର ଦୁଇଟି ଅର୍ଥନେତିକ ଢ଼ାଂଚା ଅଛି ଗୋଟିଏ ହେଉଛି ସଂଗଠିତ ଅର୍ଥନୀତି ଓ ଅନ୍ୟଟି ହେଉଛୀ ଅସଂଗଠିତ ଅର୍ଥନୀତି । ଆପଣ ବଡ଼ କମ୍ପାନୀଗୁଡ଼ିକ ଜାଣିଛନ୍ତି ଯାହା ସଂଗଠିତ କ୍ଷେତ୍ରକୁ ଦର୍ଶାଏ । ଅସଂଗଠିତ କ୍ଷେତ୍ର କୃଷକ, ଶ୍ରମିକ ଲଘୁ ଏବଂ ମଧ୍ୟମ ଶିଳ୍ପକୁ ନେଇ ଗଠିତ ହୋଇଥାଏ । ଯେପର୍ଯ୍ୟନ୍ତ ଭାରତର ଅସଙ୍ଗଠିତ କ୍ଷେତ୍ର ଶକ୍ତିଶାଳୀ ଅଛି କୌଣସୀ ଅର୍ଥନୈତିକ ଝଡ଼ ଭାରତକୁ ଛୁଇଁ ପାରିବ ନାହିଁ । କିନ୍ତୁ ଆଜିର ଦିନରେ ମୋଦି ସରକାର ଦୀର୍ଘ ୬ବର୍ଷ ହେଲାଣି ଅସଙ୍ଗଠିତ କ୍ଷେତ୍ର ଉପରେ ଆକ୍ରମଣ କରି ଆସୁଛି । ମୁଁ ବର୍ତମାନ ଆପଣଙ୍କୁ ତିନୋଟି ଉଦାହରଣ ଦେଉଛି:- ବିମୁଦ୍ରିକରଣ, ଭୁଲ ତୃଟିପୂର୍ଣ୍ଣ ଜି.ଏସ୍.ଟି ଏବଂ କରୋନା ଜନିତ ଲକ୍ଡାଉନ ପଛରେ କୌଣସି ଚିନ୍ତା ନଥିଲା ବୋଲି ଭାବନ୍ତୁ ନାହିଁ । ଶେଷ ମୂହର୍ତରେ ଏହା କରାଯାଉଛି ବୋଲି ଭାବନ୍ତୁ ନାହିଁ । ଏହି ତିନୋଟି ନିଷ୍ପତିର ଉଦ୍ଦେଶ୍ୟ ଆମର ଅସଙ୍ଗଠିତ କ୍ଷ୍ରେତକୁ ନଷ୍ଟ କରିବାର ଥିଲା । ପ୍ରଧାନ ମନ୍ତ୍ରୀ ସରକାର ଚଳାଇବା ପାଇଁ ଗଣମାଧ୍ୟମର ବଜାର ମାର୍କେଟିଂ ଆବଶ୍ୟକ କରନ୍ତି । ଏହି ମିଡ଼ିଆ ପରିଚାଳନା ଏବଂ ମାର୍କେଟିଂ ୧୫-୨୦ଜଣଙ୍କ ଦ୍ୱାରା କରାଯାଇଥାଏ । ଅସଙ୍ଗଠିତ କ୍ଷେତ୍ରରେ ବହୁତ ଟଙ୍କା ଅଛି ଯାହା ସରକାର ସ୍ପର୍ଷ କରିପାରିବେ ନାହିଁ ସେଥିପାଇଁ ସେମାନେ ଏହି କ୍ଷେତ୍ରକୁ ଭାଙ୍ଗିବାକୁ ଏବଂ ସେମାନଙ୍କ ଠାରୁ ଏହି ଟଙ୍କା ଲୁଟିବାକୁ ଚାହୁଁଛନ୍ତି । ଅସଂଗଠିତ କ୍ଷେତ୍ରଉପରେ ଏହି ଆକ୍ରମଣର ପ୍ରଭାବ ଶୀଘ୍ର ଦେଖାଯିବ । ଫଳାଫଳ ଏପରି ହେବ ଯେ ଭାରତ ନିଯୁକ୍ତି ଉତ୍ପାଦନ କରିବାରେ ସକ୍ଷମ ହେବ ନାହିଁ । କାରଣ ଏହି କ୍ଷେତ୍ରସବୁ ଆମର ନବେ ପ୍ରତିଶତ ନିଯୁକ୍ତି ସୃଷ୍ଟିକରିଥାଏ । ଏହା ଧ୍ୱଂସ ହେବାପରେ ଭାରତ ଆଉ ନିଯୁକ୍ତି ସୃଷ୍ଟି କରିପାରିବ ନାହିଁ । ତୁମ୍ଭେମାନେ ହିଁ ଏ ଦେଶ ଚଳାଉଛ ଏବଂ ତୁମ୍ଭମାନଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର ଚାଲିଛି । ତୁମକୁ ପ୍ରତାରଣା କରାଯାଉଛି ଏବଂ ଦାସରେ ପରିଣତ କରିବାକୁ ପ୍ରୟାସ ଚାଲିଛି । ଆମକୁ ଏହି ଆକ୍ରମଣକୁ ଭଲଭାବରେ ବୁଝିବାକୁ ପଡ଼ିବ ଏବଂ ଏହା ବିରୁଦ୍ଧରେ ଲଢ଼ିବା ପାଇଁ ସମଗ୍ର ଦେଶକୁ ଏକ୍ଜୁଟ ହେବାକୁ ପଡ଼ିବ ।