42.1 C
Bhubaneswar
Saturday, April 27, 2024
Homeଓଡିଶାରାଜ୍ୟରେ ବଢୁଛି ତାତି

ରାଜ୍ୟରେ ବଢୁଛି ତାତି

ଭୁବନେଶ୍ୱର : ରାଜ୍ୟରେ ବଢୁଛି ତାତି । ୨୯ ତାରିଖ ପରଠୁ ସ୍ଵାଭାବିକ ତାପମାତ୍ରାଠାରୁ ୨ରୁ ୪ ଡିଗ୍ରୀ ବଢିବ ତାପମାତ୍ରା । ଏହା ସହ ପଶ୍ଚିମା ଝଡ଼ ପ୍ରଭାବରେ ତାପମାତ୍ରା ବୃଦ୍ଧି ହେବା ନେଇ ଆଶଙ୍କା କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର । ସେପଟେ ୩୧ ତାରିଖ ପରଠୁ କିଛି ଜାଗାରେ ନିମ୍ନ ଚାପରେଖା ଓ ପଶ୍ଚିମା ଝଡ଼ ପ୍ରଭାବରେ କାଁ ଭାଁ ବର୍ଷା ହୋଇପାରେ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ଟାଣ ଖରାକୁ ଦୃଷ୍ଟିରେ ରଖି ବାହାରକୁ ବାହାରିଲା ମାତ୍ରେ ସାବଧାନତା ପାଇଁ ପରାମର୍ଶ ଦିଆଯାଇଛି । ଏଭଳି କ୍ଷେତ୍ରରେ ବାହାରକୁ ବାହାରିଲା ମାତ୍ରେ ସାବଧାନ ରହିବା ପାଇଁ ପରାମର୍ଶ ଦିଆଯାଇଛି । ୨୬ ତାରିଖଠାରୁ ପୁଣିଥରେ ତାତି ଉପରମୁହାଁ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି । ମାର୍ଚ୍ଚ ୩୧ ତାରିଖ ପରଠୁ କିଛି ଜାଗାରେ ନିମ୍ନ ଚାପରେଖା ଓ ପଶ୍ଚିମା ଝଡ଼ ପ୍ରଭାବରେ କାଁ ଭାଁ ବର୍ଷା ହୋଇପାରେ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ଆସନ୍ତା ୨୪ ଘଂଟାରେ ସାରା ରାଜ୍ୟରେ ଖରା ସହ ଶୁଖିଲା ପାଗ ରହିଥିବା ବେଳେ ସୁନ୍ଦରଗଡ କେନ୍ଦୁଝର ମୟୁରଭଞ୍ଜ ବାଲେଶ୍ବର ଭଦ୍ରକରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking