26.1 C
Bhubaneswar
Friday, March 29, 2024
Homeଦେଶ ବିଦେଶତାମିଲନାଡୁ ସରକାରଙ୍କ ଘୋଷଣା; ୩ ଟଙ୍କା ଶସ୍ତା ହେବ ପେଟ୍ରୋଲ

ତାମିଲନାଡୁ ସରକାରଙ୍କ ଘୋଷଣା; ୩ ଟଙ୍କା ଶସ୍ତା ହେବ ପେଟ୍ରୋଲ

ତାମିଲନାଡୁ : ତାମିଲନାଡୁ ବିଧାନସଭାର ବଜେଟ୍ ଅଧିବେଶନ ଆଜିଠାରୁ ଆରମ୍ଭ ହୋଇଛି । ରାଜ୍ୟ ଇତିହାସରେ ତାଙ୍କର ପ୍ରଥମ ଇ-ବଜେଟ୍ ଉପସ୍ଥାପନ କରିଥିଲେ ରାଜ୍ୟ ଅର୍ଥମନ୍ତ୍ରୀ ପିଟିଆର ପଲାନିଭେଲ ତ୍ୟାଗରାଜନ । ତାମିଲନାଡୁ ସରକାର ପେଟ୍ରୋଲ ଟ୍ୟାକ୍ସକୁ ଲିଟର ପିଛା 3 ଟଙ୍କା ହ୍ରାସ କରିବାକୁ ଏକ ବଡ ଘୋଷଣା କରିଛନ୍ତି । ଫଳରେ  ଏହି କାରଣରୁ ରାଜ୍ୟ ପ୍ରତିବର୍ଷ 1160 କୋଟି ଟଙ୍କା କ୍ଷତି ସହିବ ।

ଏହା ବ୍ୟତୀତ ମହିଳା ସରକାରୀ କର୍ମଚାରୀଙ୍କ ପାଇଁ ମାତୃତ୍ୱ ଛୁଟି 9 ମାସରୁ 12 ମାସକୁ ବୃଦ୍ଧି କରାଯାଇଛି । 500 କୋଟି ଟଙ୍କା ବ୍ୟୟରେ କେନ୍ଦ୍ର ଜଳବାୟୁ ପରିବର୍ତ୍ତନ କେନ୍ଦ୍ର ପ୍ରତିଷ୍ଠା କରାଯିବ । ରାଜ୍ୟର ସମସ୍ତ ସ୍ୱୟଂ ସହାୟକ ଗୋଷ୍ଠୀକୁ ଋଣ ପରି 20,000 କୋଟି ଟଙ୍କା ବଣ୍ଟନ କରାଯିବ ।

ଅର୍ଥମନ୍ତ୍ରୀ କହିଛନ୍ତି ଯେ ରାଜ୍ୟର ସମସ୍ତ 79,395 ଟି ଛୋଟ ଗାଁରେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ପ୍ରତିଦିନ 55 ଲିଟର ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ପାଇଁ ପଦକ୍ଷେପ ନିଆଯିବ। ଏଥିସହ ଏକ ଲକ୍ଷରୁ ଅଧିକ ଜନସଂଖ୍ୟା ବିଶିଷ୍ଟ 27 ଟି ସହରରେ ଭୂତଳ ଜଳ ନିଷ୍କାସନ ଯୋଜନା କାର୍ଯ୍ୟକାରୀ ହେବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking