28.1 C
Bhubaneswar
Saturday, July 27, 2024
Homeଓଡିଶାଜାତୀୟ ଅଙ୍ଗଦାନ ଦିବସ; ଅଙ୍ଗଦାନ କଲେ ଯୁବ ସାମ୍ବାଦିକ ଦେବାଶିଷ ମିଶ୍ର

ଜାତୀୟ ଅଙ୍ଗଦାନ ଦିବସ; ଅଙ୍ଗଦାନ କଲେ ଯୁବ ସାମ୍ବାଦିକ ଦେବାଶିଷ ମିଶ୍ର

ବଲାଙ୍ଗିର : ଆଜି ଜାତୀୟ ଅଙ୍ଗଦାନ ଦିବସ । ଏହି ଅବସରରେ ବଲାଙ୍ଗିର ର ଯୂବ ସମ୍ବାଦିକ ଦେବାଶିଷ ମିଶ୍ର ସ୍ଥାନୀୟ ଭୀମ ଭୋଇ ମେଡିକାଲ କଲେଜକୁ ଯାଇ ତାଙ୍କର ଶରୀର ଦାନ କରିଛନ୍ତି । ତାଙ୍କର ମୃତ୍ୟୁ ପରେ ତାଙ୍କ ମର ଶରୀର କୁ ପୋଡି ନଷ୍ଟ କରା ନଯାଇ , ଭୀମ ଭୋଇ ମେଡିକାଲକୁ ହସ୍ଥାନ୍ତର କରଯିବ । ଯଦ୍ୱାରା ତାଙ୍କ ମର ଶରୀର ଅବଶ୍ୟକୀୟ ଅଙ୍ଗ ଆଶାୟୀ ଓ ମେଡିକାଲ ଛାତ୍ରଛାତ୍ରୀଙ୍କ ପାଠ ପଢାରେ କାମରେ ଆସି ପାରିବ ।
ସାଂପ୍ରତିକ ସମୟରେ ଲୋକେ ଭିଭୀନ୍ନ ଦୁର୍ଘଟଣାରେ ନଜ ଅଙ୍ଗ ହରାଉଛନ୍ତି । ଏପର୍ଯ୍ୟନ୍ତ ମଣୀଷ ଅଙ୍ଗର କୌଣସି ବିକଳ୍ପ ମିଳି ନଥିଭା ବେଳେ ଅଙ୍ଗ ଦାନହିଁ କେବଳ ଲୋଲଙ୍କ ଜୀବନ ବଞ୍ଚଉଛି । ଏହାକୁ ନଜର ରେ ରଖି,ସାରା ବିଶ୍ୱରେ ଅଙ୍ଗଦାନ କରିବା ପାଇଁ ଜନସାଧାରଣଙ୍କୁ ପ୍ରୋତ୍ସାହିତ କରାଯାଉଛି । ସାଧାରଣରେ ମୃତକଙ୍କ ପରିବାର ମଡତକଙ୍କୁ ନିଜ ଧର୍ମ ଓ ବିଶ୍ୱାସ ଅନୁସାରେ ଶବକୁ ପୋଡି କିମ୍ବା କବର ଦିଅନ୍ତି । ଫଳରେ ମୃତ ଶରୀର ଟି ଆଉ କାହାରି କାମରେ ଆସି ପାରେ ନାହିଁ । କିନ୍ତୁ ଯଦି ପୋଡି ଦେବା ପରିବର୍ତ୍ତେ ଯଦି ମୃତ ଶରୀରକୁ ଦାନ କରି ଦିଆ ଯାଏ ତେବେ ଉକ୍ତ ମୃତ ଶରୀରରୁ ଆବଶ୍ୟକୀୟ ଅଙ୍ଗ ଯଥା ଆଖି, କିଡନି ଆଦି ବାହାର କରାଯାଇ ଜଣେ ଆବଶ୍ୟକୀୟ ରୋଗୀ କୁ ଦିଆଯାଇପାରିବ । ତାଛଡା ମୃତ ଶରୀର ଛାତ୍ରଛାତ୍ରୀଙ୍କ ପଢାରେ ଉପଯୋଗ କରାଗଲେ ଆଗାମୀ ଦିନରେ ବିଜ୍ଞାନର ଉନ୍ନତି ହୋଇ ପାଇଁ ପାରିବ ବୋଲି ଶ୍ରୀ ମିଶ୍ର ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି । ଆଜି ଭୀମ ଭୌଇ ମେଡିକାଲ କଲେଜ ଆନାଟୋମି ବିଭାଗର ଏଚଓଡି ଶ୍ରୀ ମିଶ୍ରଙ୍କ ସହ ସମସ୍ତ ପ୍ରକ୍ରୀୟା ପୂରଣ କରିବା ପରେ ଶ୍ରୀ ମିଶ୍ରଙ୍କ ମହତ ଉଦ୍ୟମ କୁ ଭୁରି ଭୁରି ପ୍ରଶଂସା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମେଡିକାଲ କର୍ତ୍ତୁପକ୍ଷ ଶ୍ରୀକାନ୍ତ ତ୍ରିପାଠୀ ଓ ସମାଜସେବୀ ଅଜୟ ନାଗ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking