34.1 C
Bhubaneswar
Monday, April 14, 2025
Homeଦେଶ ବିଦେଶପାକ୍ ବିରୋଧୀ ରାଲିରେ ତାଲିବାନର ଫାୟାରିଂ; ସାମ୍ବାଦିକଙ୍କୁ ଉଠାଇ ନେଇଗଲେ

ପାକ୍ ବିରୋଧୀ ରାଲିରେ ତାଲିବାନର ଫାୟାରିଂ; ସାମ୍ବାଦିକଙ୍କୁ ଉଠାଇ ନେଇଗଲେ

ନୂଆଦିଲ୍ଲୀ: ତାଲିବାନ ପୁଣିଥରେ ଆଫଗାନିସ୍ତାନରେ ନିଜର ବର୍ବରତା ଦେଖାଇଛି । କାବୁଲରେ ପାକିସ୍ତାନ ବିରୋଧୀ ରାଲି ମଧ୍ୟରେ ହୋଇଥିବା ଭିଡକୁ ଦେଖି ତାଲିବାନ ଦ୍ୱାରା ଫାୟାରିଂ ହୋଇଛି । ମଙ୍ଗଳବାର କାବୁଲର ଭିନ୍ନ ଭିନ୍ନ ଅଂଚଳରେ ବିପୁଳ ମାତ୍ରାରେ ପାକିସ୍ତାନ ବିରୋଧୀ ପ୍ରଦର୍ଶନ ହେଉଥିଲା । ସ୍ଥାନୀୟ ଗଣମାଧ୍ୟମର ସୂଚନା ଅନୁସାରେ, ତାଲିବାନ ଯୁବକଙ୍କ ଦ୍ୱାରା କାବୁଲରେ ରାଷ୍ଟ୍ରପତି ପାଲେସ ନିକଟରେ ଫାୟାରିଂ କରାଯାଇଥିଲା । ସେଠାରେ ବଡ ସଂଖ୍ୟାରେ ପ୍ରଦର୍ଶନକାରୀ ବିକ୍ଷୋଭ କରୁଥିଲେ । ରାଷ୍ଟ୍ରପତି ପାଲେସ ନିକଟରେ ହିଁ କାବୁଲ ସେରେନା ହୋଟେଲ ରହିଛି । ଯେଉଁଠି ପାକିସ୍ତାନୀ ଗୁଇନ୍ଦା ବିଭାଗ ଆଇଏସଆଇ ମୁଖ୍ୟ ଗତ ଏକ ସପ୍ତାହ ଧରି ରହିଛନ୍ତି । ତାଲିବାନ ଦ୍ୱାରା ସେହି ସାମ୍ବାଦିକ ଓ କ୍ୟାମେରାମ୍ୟାନଙ୍କୁ ବି ଗିରଫ କରାଯାଇଛି । ଯିଏ ମଙ୍ଗଳବାର ହୋଇଥିବା ପ୍ରଦର୍ଶନକୁ କଭର କରୁଥିଲେ । ଆଫଗାନିସ୍ତାନରେ ଗତ  ଦୁଇ ଦିନ ଧରି ଲଗାତର ଭାବରେ ପାକିସ୍ତାନ ବିରୋଧରେ ପ୍ରଦର୍ଶନ ଜାରି ରହିଛି ।  ଆଫଗାନ ନାଗରିକ ପାକିସ୍ତାନ ଦ୍ୱାରା ପଜଂଶୀରରେ କରାଯାଇଥିବା ହାମଲାର  ବିରୋଧ କରୁଛନ୍ତି ।

ପଂଜଶୀରରେ ପାକିସ୍ତାନୀ ବାୟୁସେନା ଦ୍ୱାରା ନର୍ଦ୍ଦନ ଏୟାରଲାଇନ୍ସ  ଠିକଣାରେ ଡ୍ରୋନ ଦ୍ୱାରା ହାମଲା କରାଯାଇଥିଲା । ଯାହାଦ୍ୱାରା ତାଲିବାନକୁ ଫାଇଦା ହୋଇଥିଲା ।  ଆଉ ଏହାପରେ ପାକିସ୍ତାନ ପ୍ରତି ଆଫଗାନିସ୍ତାନ ନାଗରିକଙ୍କ ରାଗ ବଢିଯାଇଥିଲା । ବିଗତ ଦିନ ଧରି କାବୁଲ, ମଜାର ଏ ଶରୀଫ ରେ ପ୍ରଦର୍ଶନ ଆରମ୍ଭ ହୋଇଛି । ଖାସ କଥା ହେଲା ଯେ, ପ୍ରଦର୍ଶନକାରୀଙ୍କ ମଧ୍ୟରେ ଭାରି ସଂଖ୍ୟାରେ ମହିଳାମାନେ ସାମିଲ ହୋଇଛନ୍ତି ।
କେବଳ ଆଫଗାନିସ୍ତାନ ନୁହେଁ ବରଂ  ୱାଂଶିଟନରେ ରହୁଥିବା ଆଫଗାନ ନାଗରିକମାନେ ପାକିସ୍ତାନ ବିରୋଧରେ ହ୍ୱାଇଟ ହାଉସ ସାମ୍ନାରେ ବିରୋଧ ପ୍ରଦର୍ଶନ କରିଥିଲେ । ଲୋକେ ପାକିସ୍ତାନ ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରିଛନ୍ତି । କହିରଖୁଛୁ, ପାକିସ୍ତାନ ଗୁଇନ୍ଦା ବିଭାଗ ଆଇଏସଆଇ ମୁଖ୍ୟ ଫୈଜ ହାମିଦ କିଛି ଦିନ ହେଲା କାବୁଲରେ ଅଛନ୍ତି । କାବୁଲରେ ତାଲିବାନ ଇକ୍କାନୀ ନେଟୱାର୍କ ମଧ୍ୟରେ ସମନ୍ୱୟ ରଖିବା ଓ ସରକାର ଗଠନ ପ୍ରକ୍ରିୟା ସଂପୂର୍ଣ୍ଣ କରିବା ପାଇଁ ସେ ଏଠାକୁ ଆସିଛନ୍ତି । ଯାହାକୁ ସ୍ଥାନୀୟ ଲୋକେ ବିରୋଧ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking