26.1 C
Bhubaneswar
Friday, March 29, 2024
Homeଓଡିଶାପୋଖରୀରେ ବୁଡି ବାପାଝିଅ ମୃତ

ପୋଖରୀରେ ବୁଡି ବାପାଝିଅ ମୃତ

ଭୁବନେଶ୍ୱର: ନୂଆପଡା ଏନଏସିର ସାଲେଭଟା ଗାଁରେ ଏକ ଦୁଃଖଦ ଘଟଣା ଘଟିଯାଇଛି ।  ଗାଧୋଇବା ବେଳେ ପୋଖରୀରେ ବୁଡି ୫ ବର୍ଷର ଝିଅ ଓ ବାପାଙ୍କର ମୃତ୍ୟୁ ହୋଇଛି । ପୋଖରୀରୁ ଉଭୟଙ୍କ ମୃତଦେହ ଉଦ୍ଧାର କରିଛନ୍ତି ଗାଁ ଲୋକେ । ବହୁ ସମୟ ଧରି ନଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ । ଏହା ମଧ୍ୟରେ ପୋଖରୀ କୂଳରେ ଚପଲ, ଗାମୁଛା ଦେଖି ସନ୍ଦେହ ସୃଷ୍ଟି ହୋଇଥିଲା । ପାରିପାଶ୍ୱର୍କ ସ୍ଥିତିରୁ ବୁଡି ଯାଉଥିବା ଝିଅକୁ ଉଦ୍ଧାର କରିବାକୁ ଯାଇ ବାପାର ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି । ଖବର ପାଇ ପୋଲିସ ପହଂଚି ତଦନ୍ତ ଆରମ୍ଭ କରିବା ସହିତ ଶବ ଦୁଇଟିକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । ଅନ୍ୟପଟେ ଏହି ଦୁଃଖଦ ଘଟଣାରେ ପରିବାରରେ ଶୋକର ଛାୟା ଖେଳିଯାଇଛି ।

 

ବିଧାନସଭାରେ ଉଠିଲା ଏସିଏଫ ସୌମ୍ୟରଂଜନ ମୃତ୍ୟୁ ପ୍ରସଙ୍ଗ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking