34.1 C
Bhubaneswar
Thursday, April 25, 2024
Homeଓଡିଶାଶ୍ରୀଗଣେଶଙ୍କ ନିକଟରେ କରନ୍ତୁ ଏହି ୧୦ଟି ଭୋଗ, ପୂର୍ଣ୍ଣ ହେବ ସବୁ ମନୋକାମନା

ଶ୍ରୀଗଣେଶଙ୍କ ନିକଟରେ କରନ୍ତୁ ଏହି ୧୦ଟି ଭୋଗ, ପୂର୍ଣ୍ଣ ହେବ ସବୁ ମନୋକାମନା

ଭୁବନେଶ୍ୱର : ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ, ଗଣେଷ ଚତୁର୍ଥୀ ପର୍ବ ଭାଦ୍ରବ ମାସ ଶୁକ୍ଳ ପକ୍ଷ ଚତୁର୍ଥୀ ତିଥିରେ ପାଳନ କରାଯାଏ । ଏହି ପର୍ବ ସମସ୍ତ ଦେବତାଙ୍କ ମଧ୍ୟରେ ପ୍ରଥମ ଆରାଧ୍ୟ ଭଗବାନ ଗଣେଷଙ୍କ ପୂଜା କରିବା ଓ ତାଙ୍କୁ ପ୍ରସନ୍ନ କରିବାର ସବୁଠୁ ଭଲ ଅବସର ହୋଇଥାଏ । ଚଳିତ ବର୍ଷ ଗଣେଷ ଚତୁର୍ଥୀ ୧୦ ସେପ୍ଟେମ୍ବର ୨୦୨୧ରେ ପାଳନ କରାଯିବ । ସାରାଦେଶରେ ଏହିଦିନଠାରୁ ୧୦ ଦିନର ଗଣେଶୋତ୍ସବ ଆୟୋଜିତ କରାଯାଏ । ଏହିଦିନରେ ଭଗବାନ ଗଣେଷଙ୍କୁ ପ୍ରସନ୍ନ କରିବା ପାଇଁ ତାଙ୍କ ପସନ୍ଦର ଏହି ୧୦ଟି ଭୋଗ ଲଗାଯାଏ । ମାନ୍ୟତା ରହିଛି ଯେ, ଗଣେଷ ଭଗବାନ ଙ୍କ କୃପାରୁ ରିଦ୍ଧି ସିଦ୍ଧି ଓ ସୁଖ ଓ ଶାନ୍ତି ପ୍ରାପ୍ତ ହୋଇଥାଏ । ତାହେଲେ ଚାଲନ୍ତୁ ଜାଣିବା ସେହି ଭୋଗସବୁ କଣ
ମୋଦକ- ଗଣେଷ ପୂଜା ଦିନ ଭଗବାନ ଶ୍ରୀ ଗଣେଷ ଙ୍କ ମୂର୍ତି ସ୍ଥାପନ କରାଯାଏ । ଏହା ହେଉଛି ତାଙ୍କ ଜନ୍ମୋତ୍ସବ । ସେଥିପାଇଁ ତାଙ୍କୁ ଏହି ଦିନ ତାଙ୍କର ସବୁଠୁ ପ୍ରିୟ ମୋଦକ ଭୋଗ ଲଗାଯାଏ ।
ମୋତିଚୁର ଲଡ୍ଡୁ- ଗଣେଷଙ୍କୁ ମୋତିଚୁର ଲଡ୍ଡୁ ଭାରି ପସନ୍ଦ ।   ସେଥିପାଇଁ ଗଣେଷ ପୂଜା ଦିନ ତାଙ୍କ ନିକଟରେ ମୋତିଚୁର ଲଡୁର ବି ଭୋଗ ଚଢାନ୍ତୁ ।
ବେସନ ଲଡୁ-ଭଗବାନ ଶ୍ରୀ ଗଣେଷଙ୍କର ବେସନ ଲଡୁ ବି ଅତି ପ୍ରିୟ । ସେଥିପାଇଁ ୧୦ ଦିନ ମଧ୍ୟରେ ଗୋଟିଏ ଦିନ ବେସନ ଲଡୁର ପ୍ରସାଦ ଚଢାନ୍ତୁ ।
ଖିରି- କଥା ଅନୁସାରେ ମାତା ପାର୍ବତୀ ଯେତେବେଳେ ମହାଦେବଙ୍କ ପାଇଁ ଖିରି ବନାଉଥିଲେ ପୁତ୍ର ଗଣେଷ ସବୁ ପିଇ ଦେଉଥିଲେ । ସେଥିପାଇଁ ତାଙ୍କ ପାଖରେ ଖିରି ଅବଶ୍ୟ ଭୋଗ ଲଗାନ୍ତୁ ।
କଦଳୀ- ସନାତନ ଧର୍ମରେ କଦଳୀକୁ ଉତ୍ତମ ଭୋଗ ରୂପେ ଧରାଯାଏ ଓ ଏହା ଭଗବାନ ଗଣେଷଙ୍କର ବି ପସନ୍ଦ ।
ନଡିଆ- ଧାର୍ମିକ କାର୍ଯ୍ୟ ପାଇଁ ନଡିଆ ଅତ୍ୟନ୍ତ ଶୁଭ । ୧୦ ଦିନ ମଧ୍ୟରେ ଗୋଟିଏ ଦିନ ନଡିଆ ଭୋଗ ଦିଅନ୍ତୁ ।
ଲହୁଣୀଯୁକ୍ତ ଖିରି- ଲହୁଣୀ ଖିରି ପ୍ରସ୍ତୁତ କରି ଭଗବାନ ଗଣେଷଙ୍କୁ ଚଢାନ୍ତୁ ।
ହଳଦିଆ ରଂଗର ମିଠେଇ- ହଳଦି ରଂଗ ଗଣେଷଙ୍କ ପ୍ରିୟ । ସେଥିପାଇଁ ହଳଦି ରଂଗର ମିଠା ଅବଶ୍ୟ ଭୋଗ ଲଗାନ୍ତୁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking