28.1 C
Bhubaneswar
Friday, March 29, 2024
Homeଓଡିଶାଫେବୃୟାରୀ ୧୫ରେ ବାରବାଟୀରେ ଟି-ଟ୍ୱେଣ୍ଟି

ଫେବୃୟାରୀ ୧୫ରେ ବାରବାଟୀରେ ଟି-ଟ୍ୱେଣ୍ଟି

କଟକ: ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଭାରତ- ୱେଷ୍ଟଇଣ୍ଡିଜ ଟି-ଟ୍ୱେଣ୍ଟି ମ୍ୟାଚ । ଫେବୃୟାରୀ ୧୫ ତାରିଖରେ ଏହି ଟି-ଟ୍ୱେଣ୍ଟି ମ୍ୟାଚ ଖେଳାଯିବ । ଏନେଇ ଓସିଏ ସଂପାଦକ ସଂଜୟ ବେହେରା ସୂଚନା ପ୍ରଦାନ କରିଛନ୍ତି ।

ଖେଳସୂଚୀ ଅନୁସାରେ କଟକର ବାରବାଟୀ ଷ୍ଟାଡିୟମ୍ ରେ ୨୦୨୨ ଫେବୃଆରୀ ୧୫ରେ ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ୩ ମ୍ୟାଚ୍ ଶୃଙ୍ଖଳାର ପ୍ରଥମ ଟି-୨୦ ମ୍ୟାଚ୍ ଖେଳାଯିବ । ଆଜି ଦୁବାଇରେ ବିସିସିଆଇ ଆପେକ୍ସ କାଉନ୍ ସିଲ ବୈଠକ ଥିବାରୁ ଏଥିରେ ଖେଳସୂଚୀ ଉପରେ ଚୂଡ଼ାନ୍ତ ମୋହର ଲାଗିପାରେ । ୨୦୨୧-୨୦୨୨ ଘରୋଇ କ୍ରିକେଟ୍ ଋତୁ ଲାଗି ବିସିସିଆଇ ଆନ୍ତର୍ଜାତିକ ଖେଳସୂଚୀ ପ୍ରସ୍ତୁତ କରିଛି । ଏହା ଅନୁସାରେ ୪ଟି ଦଳ- ନ୍ୟୁଜିଲାଣ୍ଡ, ୱେଷ୍ଟଇଣ୍ଡିଜ୍, ଶ୍ରୀଲଙ୍କା ଓ ଦକ୍ଷିଣ ଆଫ୍ରିକା ଭାରତ ଗସ୍ତରେ ଆସିବେ। ଏହି ୪ଟି ଗସ୍ତ ପାଇଁ ବିସିସିଆଇ ଖେଳସୂଚୀ ପ୍ରସ୍ତୁତ କରିଛି । ପୂରା ଖେଳସୂଚୀ ସହ କେଉଁଦିନ କେଉଁ ମ୍ୟାଚ୍ କେଉଁ ସହରରେ ଖେଳାଯିବ; ବିସିସିଆଇ ତାହାର ନିଷ୍ପତ୍ତି ନେଇସାରିଛି ବୋଲି ଜଣାପଡିଛି ।

ବିସିସିଆଇ ଖେଳସୂଚୀ ପ୍ରସ୍ତୁତକରି ୪ଟି ପ୍ରତିଯୋଗୀ ଦେଶ- ନ୍ୟୁଜିଲାଣ୍ଡ, ୱେଷ୍ଟଇଣ୍ଡିଜ୍, ଶ୍ରୀଲଙ୍କା ଓ ଦକ୍ଷିଣ ଆଫ୍ରିକା କ୍ରିକେଟ୍ ବୋର୍ଡକୁ ଅନୁମୋଦନ ପାଇଁ ପଠାଇ ଦେଇଛି । ୨୦୧୯ ଡିସେମ୍ବର ୨୨ରେ କଟକର ବାରବାଟୀ ଷ୍ଟାଡିୟମ୍ ରେ ଶେଷଥର ଆନ୍ତର୍ଜାତିକ ମ୍ୟାଚ୍ ଖେଳା ଯାଇଥିଲା। ୱେଷ୍ଟଇଣ୍ଡିଜ୍ କୁ ଦିନିକିଆ ମ୍ୟାଚ୍ ରେ ଭାରତ ପରାସ୍ତ କରିଥିଲା । ପୁଣି ବାରବାଟୀରେ ୨ଟି ଟ୍ବେଣ୍ଟି୨୦ ମ୍ୟାଚ୍ ଖେଳା ଯାଇଥିବା ବେଳେ ଫେବୃଆରୀ ୧୫ରେ ଭାରତ-ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଏଠାରେ ୩ୟ ଟ୍ବେଣ୍ଟି୨୦ ମ୍ୟାଚ୍ ହେବ । ୨୦୨୨ ଆଇପିଏଲ୍ ପାଇଁ ବିସିସିଆଇ କଟକର ବାରବାଟୀ ଷ୍ଟାଡିୟମ୍ କୁ ଅନ୍ୟତମ ଆୟୋଜକ ସହର ଭାବେ ତାଲିକାରେ ରଖିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking