26.7 C
Bhubaneswar
Friday, April 19, 2024
Homeଅପରାଧଲାଏ ଡିଟେକ୍ସନ ଟେଷ୍ଟରେ ବିଦ୍ୟାଭାରତୀଙ୍କୁ ୧୦୦ ପ୍ରଶ୍ନ

ଲାଏ ଡିଟେକ୍ସନ ଟେଷ୍ଟରେ ବିଦ୍ୟାଭାରତୀଙ୍କୁ ୧୦୦ ପ୍ରଶ୍ନ

ଭୁବନେଶ୍ୱର : ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ରହସ୍ୟର ଖିଅ ଖୋଜୁଛି କ୍ରାଇମବ୍ରାଞ୍ଚ । ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କ ଲାଏ ଡିଟେକ୍ସନ ଟେଷ୍ଟ ଶେଷ ହୋଇଛି । ପ୍ରାୟ ୪ ଘଣ୍ଟା ଲାଏ ଡିଟେକ୍ସନ ଟେଷ୍ଟରେ ବିଦ୍ୟାଭାରତୀଙ୍କୁ ପାଖାପାଖି ୧୦୦ ପ୍ରଶ୍ନ ପଚରାଯାଇଥିବା ସୂଚନା ମିଳିଛି । ଭୁବନେଶ୍ୱର ଫୋରେନସିକ୍ ଲାବୋରେଟୋରୀରେ ବିଦ୍ୟାଭାରତୀଙ୍କ ଲାଏ ଡିଟେକ୍ସନ ଟେଷ୍ଟ କରାଯାଇଛି । ପୂର୍ବରୁ ଦେଇଥିବା ବୟାନ ଏବଂ ଲାଏ ଡିଟେକ୍ସନ ଟେଷ୍ଟରେ ଆସିଥିବା ରିପୋର୍ଟକୁ ତର୍ଜମା କରିବ କ୍ରାଇମବ୍ରାଞ୍ଚ ।

ଉଲ୍ଲେଖଯୋଗ୍ୟ ଯେ, ଗତ ଶନିବାର ଗଜପତି ଡିଏଫଓ ସଂଗ୍ରାମ କେଶରୀ ବେହେରା ଏବଂ ସୌମ୍ୟରଞ୍ଜନଙ୍କ ରୋଷେୟାଙ୍କ ଲାଏ ଡିଟେକ୍ସନ ଟେଷ୍ଟ ହୋଇଥିଲା । ରାଜ୍ୟ ଫୋରେନସିକ୍ ଲାବୋରେଟୋରୀରେ ହୋଇଥିଲା ଲାଏ ଡିଟେକ୍ସନ ଟେଷ୍ଟ । ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ରହସ୍ୟ ଉପରୁ ପରଦା ଉଠାଇବାକୁ କ୍ରାଇମବ୍ରାଞ୍ଚର ତନାଘନା । ଏସିଏଫ୍ ସୌମ୍ୟରଞ୍ଜନଙ୍କ ପତ୍ନୀ ବିଦ୍ୟାଭାରତୀଙ୍କ ସହ ଡିଏଫଓଙ୍କ ସଂପର୍କ କ’ଣ ? କେତେ ଦିନ ଆଗରୁ ବିଦ୍ୟାଭାରତୀଙ୍କ ସହ ପରିଚୟ ହୋଇଥିଲା ? ସୌମ୍ୟରଞ୍ଜନ ପୋଡି ହେବା ଘଟଣା ଦିନ ଡିଏଫଓ କେତେବେଳେ ଖବର ପାଇଲେ ? ଖବର ପାଇବା ପରେ କେତେ ସମୟ ଭିତରେ ଘଟଣାସ୍ଥଳରେ ପହଞ୍ଚିଥିଲେ ? ଘଟଣାସ୍ଥଳରେ କେତେ ସମୟ ରହିଥିଲେ ? ଏମିତି ପ୍ରଶ୍ନ କରି ଉତ୍ତର ଖୋଜିବାକୁ ଚେଷ୍ଟା କରିଥିଲା କ୍ରାଇମବ୍ରାଞ୍ଚ । ସେହିପରି ସୌମ୍ୟରଞ୍ଜନଙ୍କ ରୋଷେୟା ମନ୍ମଥ କୁମ୍ଭଙ୍କୁ ୧୨୦ ମିନିଟରେ ୬୦ପ୍ରଶ୍ନ କରିଥିଲା କ୍ରାଇମବ୍ରାଞ୍ଚ । ଶେଷଥର ପାଇଁ କେତେବେଳେ ସୌମ୍ୟରଞ୍ଜନଙ୍କ ସହ ମନ୍ମଥଙ୍କର ଦେଖା ହୋଇଥିଲା ? ସେ ସେଦିନ ସୌମ୍ୟରଞ୍ଜନଙ୍କୁ କ’ଣ ଖାଇବାକୁ ଦେଇଥିଲେ ଖାଇବାକୁ ଦେବାକୁ ଯିବାବେଳେ ସୌମ୍ୟରଞ୍ଜନଙ୍କ ସ୍ଥିତି କିଭଳି ଥିଲା ? ଏଭଳି ଗୁଡେଇତୁଡେଇ ପ୍ରଶ୍ନ କରି ସୌମ୍ୟରଞ୍ଜନଙ୍କ ମୃତ୍ୟୁର କାରଣ ଖୋଜୁଛି କ୍ରାଇମବ୍ରାଞ୍ଚ ।

ସୂଚନାଯୋଗ୍ୟ ଯେ, ସୌମ୍ୟରଞ୍ଜନ ମୃତ୍ୟୁର ସତ ଖୋଜୁଛି କ୍ରାଇମବ୍ରାଞ୍ଚ । ତଦନ୍ତ ବେଳେ ୨ଟି ପର୍ଯ୍ୟାୟରେ ପାରଳାଖେମୁଣ୍ଡି, ଖଇରା ଓ କପ୍ତିପଦାରେ ପଚରାଉଚରା କରାଯାଇଛି । ପୂରା ଘଟଣା ପାଇଁ ବିଦ୍ୟାଭାରତୀ, ଡିଏଫଓ ଏବଂ ରୋଷେୟାଙ୍କୁ ଦାୟୀ କରିଛନ୍ତି ସୌମ୍ୟଙ୍କ ପରିବାର । ପୋଲିସ କ୍ଲିନ୍‌ ଚିଟ୍‌ ଦେଇ ସାରିଛି । ଏହାପରେ କିନ୍ତୁ ରୋଷେୟା ଓ ଡିଏଫଓଙ୍କୁ ମାରାଥନ୍‌ ଜେରା କରିଛି କ୍ରାଇମବ୍ରାଞ୍ଚ । ଘଟଣାର ୬୫ଦିନ ପରେ ଡିଏଫଓ ଏବଂ ରୋଷେୟାଙ୍କ ଲାଏ ଡିଟେକ୍ସନ ଟେଷ୍ଟ କରାଯାଇଥିବା ବେଳେ ସୋମବାର ବିଦ୍ୟାଭାରତୀଙ୍କର ହୋଇଛି ଲାଏ ଡିଟେକ୍ସନ୍ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking