28.1 C
Bhubaneswar
Tuesday, May 21, 2024
Homeଓଡିଶାବାରବାରଟିରେ ଜୁନ୍ ୧୨ ରେ ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମୁକାବିଲା

ବାରବାରଟିରେ ଜୁନ୍ ୧୨ ରେ ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମୁକାବିଲା

କଟକ : ବାରବାରଟିରେ ପୁଣି ଅନୁଷ୍ଠିତ ହେବ ଟି-୨୦ ମ୍ୟାଚ୍ । ଜୁନ୍ ୧୨ ରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ମ୍ୟାଚ୍ ଖେଳାଯିବ ବୋଲି ସୂଚନା ଦେଇଛନ୍ତି ଓଡ଼ିଶା କ୍ରିକେଟ ଅସୋସିଏସନ ସଂମ୍ପାଦକ ସଞ୍ଜୟ ବେହେରା । ଚଳିତ ବର୍ଷ ପେବୃଆରୀ ମାସରେ ବାରବାଟିରେ ୱେଷ୍ଟ ଇଣ୍ଡିଜ ମଧ୍ୟରେ ଟି-୨୦ ମ୍ୟାଚ୍ ଖେଳାଯିବାର ଥିଲା । କିନ୍ତୁ ଏହି ସମୟରେ ଦେଶରେ କରୋନାର ତୃତୀୟ ଲହରରେ କରୋନା ସଂକ୍ରମଣ ଦୃତ ଗତିରେ ବୃଦ୍ଧି ପାଇଥିଲା । ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏବଂ ଖେଳାଳୀ ଏବଂ କୋଚିଂ କର୍ମଚାରୀଙ୍କ ପାଇଁ ଏକ ସ୍ଥିର ବାୟୋ ବବଲ୍ ବଜାୟ ରଖିବା ପାଇଁ ବିସିସିଆଇ ୱେଷ୍ଟ ଇଣ୍ଡିଜ ବିପକ୍ଷ ଦିନିକିଆ ଏବଂ ଟି-୨୦ ମ୍ୟାଚ୍ କୁ କେବଳ ଦୁଇଟି ସହର ଅହମ୍ମଦାବାଦ ଏବଂ କୋଲକାତାରେ ଆୟୋଜନ କରିବାକୁ ନିଷ୍ପତି ନେଇଥିଲା ।

ଯାହା ଫଳରେ କଟକରେ ମ୍ୟାଚ୍ ଅନୁଷ୍ଠିତ ହୋଇ ପାରି ନଥିଲା । “ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଟି-୨୦ ପାଇଁ ସମସ୍ତ ପ୍ରସ୍ତୁତି କରାଯାଇଥିଲା । ଏପରିକି ଆମେ ଓଡ଼ିଶା ସରକାରଙ୍କ ସହ ଆଲୋଚନା ମଧ୍ୟ କରିଥିଲୁ କି କିପରି ବିନା ଦର୍ଶକରେ ମ୍ୟାଚ୍ କୁ ଆୟୋଜନ କରାଯିବ । କିନ୍ତୁ ଦେଶର କୋଭିଡ -୧୯ ପରିସ୍ଥିତିକୁ ଅନୁଧ୍ୟାନ କରି ବିସିସିଆଇ ଦୁଇଟି ସହରରେ ମ୍ୟାଚ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛି ବୋଲି ଓସିଏ ସଚିବ ସଞ୍ଜୟ ବେହେରା କହିଛନ୍ତି । ବର୍ତ୍ତମାନ ଦେଶରେ କରୋନା ସଂକ୍ରମଣ ହ୍ରାସ ପାଇଛି । ଏବେ ଆଇପିଏଲରେ ମଧ୍ୟ ଦର୍ଶକଙ୍କୁ ମ୍ୟାଚ୍ ଦେଖିବାକୁ ସୂଯୋଗ ମିଳୁଛି । ତେଣୁ ଜୁନ୍ ୧୨ ତାରିଖରେ ହେବାକୁ ଥିବା ଟି-୨୦ ମ୍ୟାଚ୍ ରେ ଦର୍ଶକେ ଭରପୁର ମନୋରଞ୍ଜନ କରିବେ ବୋଲି ସେ ଆଶା ପ୍ରକଟ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking