28.1 C
Bhubaneswar
Friday, March 29, 2024
Homeଖେଳଟି-୨୦ ବିଶ୍ୱକପ୍ ପାଇଁ ଭାରତୀୟ ଦଳରେ ବଡ଼ ପରିବର୍ତନ

ଟି-୨୦ ବିଶ୍ୱକପ୍ ପାଇଁ ଭାରତୀୟ ଦଳରେ ବଡ଼ ପରିବର୍ତନ

ଦୁବାଇ : ଅକ୍ଟୋବର ୧୭ରୁ ଆରମ୍ଭ ହେଉଥିବା ଟି-୨୦ ବିଶ୍ୱ କପ୍ ପାଇଁ ଘୋଷିତ ଭାରତୀୟ ଦଳରେ ଗୋଟିଏ ପରିବର୍ତନ କରାଯାଇଛି । ସ୍ପିନ ଅଲରାଉଣ୍ଡର ଅକ୍ଷର ପଟେଲ୍‌?ଙ୍କ ସ୍ଥାନରେ ଦ୍ରୁତ ବୋଲିଂ ଅଲରାଉଣ୍ଡର ଶାର୍ଦ୍ଦୁଳ ଠାକୁରଙ୍କୁ ଦଳରେ ସାମିଲ୍ କରାଯାଇଛି । ଦମଦାର ଫର୍ମରେ ଥିବା ଶାର୍ଦ୍ଦୁଳଙ୍କ ୧୫ ଜଣିଆ ଭାରତୀୟ ଦଳରେ ସ୍ଥାନ ମିଳିଛି । ଅନ୍ୟପଟେ ଅକ୍ଷରଙ୍କୁ ରିଜର୍ଭ ଖେଳାଳି ଭାବେ ଦଳରେ ରଖାଯାଇଛି । କୁହାଯାଉଛି ଦଳରେ ଏହି ପରିବର୍ତନ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଫିଟନେସ୍‌କୁ ଦୃଷ୍ଟିରେ ରଖି ନିଆଯାଇଛି । କାରଣ ସେ ସଂପୂର୍ଣ୍ଣ ଫିଟ୍ ନାହାନ୍ତି । ଆଇପିଏଲ ୨୦୨୧ରେ ହାର୍ଦ୍ଦିକ ବୋଲିଂ ମଧ୍ୟ କରି ନାହାନ୍ତି । ତେଣୁ ଦ୍ରୁତ ବୋଲିଂ କରିବା ସହ ଆକ୍ରମଣାତ୍ମକ ବ୍ୟାଟିଂ କରୁଥିବା ଶାର୍ଦ୍ଦୁଳଙ୍କୁ ଦଳରେ ସାମିଲ୍ କରାଯାଇଛି । ଭାରତ ନିଜର ପ୍ରଥମ ମୁକାବିଲାରେ ଚିର ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ଅକ୍ଟୋବର ୨୪ରେ ଭେଟିବ । ଚେତନ ଶର୍ମାଙ୍କ ନେତୃତ୍ୱାଧୀନ ଚୟନ କମିଟି ଏହା ପୂର୍ବରୁ ସେପ୍େଟମ୍ବରରେ ୧୫ ଜଣିଆ ଦଳରେ ଆଠ ନୂତନ ଚେହେରା ସାମିଲ୍ କରିଥିଲେ । ଟି-୨୦ରେ ଅଧିନାୟକ ଭାବେ ବିରାଟ କୋହଲିଙ୍କ ଏହା ଭାରତ ପାଇଁ ଶେଷ ଟୁର୍ଣ୍ଣାମେଂଟ ।

ଟି-୨୦ ବିଶ୍ୱ କପ୍ ଆରମ୍ଭ ହେବାକୁ ଆଉ ଚାରି ଦିନ ବାକି ରହିଛି । ଏହି ମେଗା ଟୁର୍ଣ୍ଣାମେଂଟ ପାଇଁ ସମସ୍ତ ଦେଶ ନିଜର ଦଳ ଘୋଷଣା କରି ସାରିଛନ୍ତି । ତଥାପି ଏବେ ମଧ୍ୟ ଯେ କୌଣସି ଦଳ ନିଜ ଖେଳାଳିଙ୍କ ମଧ୍ୟରେ କିଛି ପରିବର୍ତନ କରି ପାରିବେ । ହେଲେ ଆଇପିଏଲ ୨୦୨୧ରେ କୋଲକାତା ନାଇଟ୍ ରାଇଡର୍ସ ପକ୍ଷରୁ ଭଲ ପ୍ରଦର୍ଶନ କରିବା ସତ୍ୱେ ସ୍ପିନର ସୁନିଲ ନାରିନଙ୍କୁ ୱେଷ୍ଟଇଣ୍ଡିଜ ଟି-୨୦ ବିଶ୍ୱ କପ୍ ଦଳରେ ସ୍ଥାନ ମିଳିନାହିଁ । ୩୩ ବର୍ଷୀୟ ନାରିନ ସୋମବାର ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷ ଏଲିମିନେଟ ମ୍ୟାଚ୍‌?ରେ ୪ ୱିକେଟ୍ ନେବା ସହ ବ୍ୟାଟିଂରେ ମଧ୍ୟ କମାଲ କରିଥିଲେ । ବିଶେଷ କରି ସେ ବେଙ୍ଗାଲୁରୁକୁ ଆଇପିଏଲରୁ ବିଦାୟର ରାସ୍ତା ଦେଖାଇଥିଲେ । ନାରିନ ଘାତକ ବୋଲିଂ କରି କୋହଲି, ଡିଭିଲିୟର୍ସ ଓ ମ୍ୟାକ୍ସୱେଲଙ୍କ ୱିକେଟ୍ ନେଇ ଆରସିବିରକୁ ବଡ ସ୍କୋର କରିବାକୁ ଦେଇନଥିଲେ । ଏଥିସହ ବ୍ୟାଟିଂ କରି ଗୋଟିଏ ଓଭରରେ ୩ ଛକା ମାରି କେକେଆରକୁ ବିଜୟୀ କରାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥିଲେ । ସବୁଠୁ ବଡ କଥା ଆରସିବି ପକ୍ଷରୁ ଅଧିନାୟକ ଭାବେ ଶେଷ ମ୍ୟାଚ୍ ଖେଳୁଥିବା କୋହଲିଙ୍କୁ ପରାଜିତ କରିଥିଲେ ।

ୟୁଏଇ ପର୍ଯ୍ୟାୟରେ ନାରିନ ୮ଟି ମ୍ୟାଚ୍‌ରେ ୧୧ ୱିକେଟ୍ ନେଇଛନ୍ତି । ତଥାପି ଅଧିନାୟକ କିରଣ ପୋଲାର୍ଡ ନାରିନଙ୍କ ଉପରେ ଭରସା କରି ପାରି ନାହାନ୍ତି । ସୁନିଲ ରାରିନ ୨୦୧୯ରୁ କୌଣସି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳି ନାହାନ୍ତି । ଏହି କାରଣରୁ ଡିଫେଣ୍ଡିଂ ଚାମ୍ପିଅନ ୱେଷ୍ଟଇଣ୍ଡିଜ ନିଜ ଦଳରେ ତାଙ୍କୁ ସାମିଲ୍ କରି ନାହିଁ । ଦଳରେ ପରବର୍ତନ କରିବାର ଆଇସିସିର ସମୟ ସୀମା ଅକ୍ଟୋବର ୧୫ରେ ସମାପ୍ତ ହେଉଛି । ପୋଲାର୍ଡ ଇଏସପିଏନକ୍ରିକଇନଫୋ ସହ ଆଲୋଚନା ବେଳେ କହିଛନ୍ତି, ଯଦି ସୁନିଲ ନାରିନେଙ୍କୁ ଦଳରେ ସାମିଲ୍ ନକରାଯିବାର କାରଣ ଜଣାଇବି ତେବେ ଏହାକୁ ବୁଲେଇ ବଙ୍କେଇ ଖବର ପ୍ରସାରଣ କରାଯିବ । ସବୁଠୁ ଭଲ ହେବ ଆମେ ସେହି ୧୫ ଖେଳାଳିଙ୍କ ଉପରେ ଧ୍ୟାନ ଦେବୁ, ଯେଉଁମାନେ ଆମ ପାଖରେ ବର୍ତମାନ ଅଛନ୍ତି । ଏହା ଆମ ପାଇଁ ସବୁଠୁ ମହତ୍ୱପୂର୍ଣ୍ଣ ହେବ । ଆମକୁ ଏହା ଉପରେ କାମ କରିବାକୁ ପଡିବ ଯେ, ଏହି ଖେଳାଳିଙ୍କୁ ନେଇ ଆମେ କେମିତି ଟାଇଟଲ୍ ବଜାୟ ରଖି ପାରିବୁ । ତେଣୁ ମୁଁ ଏହା ଉପରେ ଟିପ୍ପଣୀ କରିବାକୁ ଚାହୁଁ ନାହିଁ । ଏହା ଉପରେ ବହୁତ କିଛି କୁହାଯିବା ସରିଛି । ମୋତେ ଲାଗୁଛି ନାରିନଙ୍କୁ ଦଳରେ କଣ ପାଇଁ ସାମିଲ୍ କରାଗଲା ନାହିଁ ଏହାର କାରଣ ସେହି ସମୟରେ ଜଣାଇ ଦିଆଯାଇଛି । ବ୍ୟକ୍ତିଗତ ଭାବେ ମୁଁ ସୁନିଲ ନାରିନଙ୍କୁ ଅନ୍ତର୍ଜାତୀୟ କ୍ରିକେଟ୍ ଖେଳାଳି ପୂର୍ବରୁ ଜଣେ ଭଲ ବନ୍ଧୁ ମାନି ଆସିଛି । ଆମେ ଏକାଠି ଖେଳି ବଡ ହୋଇଛୁ । ସେ ଜଣେ ବିଶ୍ୱସ୍ତରୀୟ କ୍ରିକେଟର ବୋଲି ପୋଲାର୍ଡ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking