ଦଶହରା, କାର୍ତ୍ତିକ ପୂର୍ଣ୍ଣିମାରେ ଶ୍ରୀମନ୍ଦିର ବନ୍ଦ

ଭୁବନେଶ୍ୱର: ଦଶହରା ଓ କାର୍ତ୍ତିକ ପୂର୍ଣ୍ଣିମାରେ ବନ୍ଦ ରହିବ ଶ୍ରୀମନ୍ଦିର ଦର୍ଶନ । ସର୍ବସାଧାରଣଙ୍କ ଦର୍ଶନ ପାଇଁ ଦଶହରା ଦିନ ଶ୍ରୀ ମନ୍ଦିର ବନ୍ଦ ରହିବ । ୧୬ ତାରିଖ ଭସାଣୀରେ ଦିନ ୧୨ଟା ପରଠାରୁ ଦର୍ଶନ ବନ୍ଦ ରହିବ । ଛତିଶା ନିଯୋଗ ବୈଠକ ପରେ ପ୍ରଶାସନ ଏସଓପି ଜାରି କରିଛି । କୁମାର ପୂର୍ଣ୍ଣିମା ଦିନ ଶ୍ରୀମନ୍ଦିର ଖୋଲା ରଖା ଯିବାକୁ ନିଷ୍ପତ୍ତି ହୋଇଛି । ଦୀପାବଳୀ, ବଡ ଏକାଦଶୀ ଓ କାର୍ତ୍ତିକ ପୂର୍ଣ୍ଣିମାରେ ବନ୍ଦ ରହିବ ଶ୍ରୀମନ୍ଦିର । ଶ୍ରୀମନ୍ଦିର ପରିସରକୁ ପଲିଥିନ ନେବା ସଂପୂର୍ଣ୍ଣ ନିଷେଧ । ଯଦି ଶ୍ରୀମନ୍ଦିରକୁ କେହି ପଲିଥିନ ନେଇଥାନ୍ତି ତେବେ ଶହେ ଟଙ୍କା ଜରିମାନା ଲାଗିବ ।

LEAVE A REPLY

Please enter your comment!
Please enter your name here