30.1 C
Bhubaneswar
Tuesday, May 21, 2024
Homeଖେଳଭାରତ-ପାକ୍ ମଧ୍ୟରେ ହେବ ଜୋରଦାର ଟକ୍କର

ଭାରତ-ପାକ୍ ମଧ୍ୟରେ ହେବ ଜୋରଦାର ଟକ୍କର

ନୂଆଦିଲ୍ଲୀ: ଅନ୍ତରାଷ୍ଟ୍ରୀୟ କ୍ରିକେଟ ପରିଷଦ(ଆଇସିସି) ଟି୨୦ ବିଶ୍ୱ କପ ମୁକାବିଲା ଗ୍ରୁପର ଘୋଷଣା କରିଛି । ଶୁକ୍ରବାର ଓମାନରେ ଗ୍ରୁପର ନିର୍ଦ୍ଧାରଣ କରାଯାଇଛି । ଖାସ କଥା ହେଲା ଯେ, ଭାରତ ନିଜର ଚିର ପ୍ରତିଦ୍ୱନ୍ଦୀ ପାକିସ୍ତାନ ସହିତ ଗୋଟିଏ ଗ୍ରୁପରେ ଅଛି । ଦୁହେଁ ସୁପର ୧୨ ର ଗ୍ରୁପ-୨ରେ ଅଛନ୍ତି । ଶେଷ ଥର ଦୁଇ ଟିମ ୨୦୧୯ ଦିନିକିଆ ବିଶ୍ୱକପରେ ମଇଦାନକୁ ଓହ୍ଲାଇଥିଲେ । ଯେଉଁଥିରେ ଭାରତ ବିଜୟ ଲାଭ କରିଥିଲା ।
କରୋନା ମହାମାରୀ ପାଇଁ ଟି୨୦ ବିଶ୍ୱ କପ୍ ୧୦ ଅକ୍ଟୋବରରୁ ୧୪ ନଭେମ୍ବର ମଧ୍ୟରେ ଭାରତ ପରିବର୍ତ୍ତେ ୟୁଏଇ ଓ ଓମାନରେ ଖେଳାଯିବ । ଓମାନରେ ହୋଇଥିବା ସମାରୋହରେ ଆଇସିସି ଅଧିକାରୀଙ୍କ ସହିତ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲୀ ଓ ସଚିବ ଜୟ ଶାହ ବି ଭାଗ ନେଇଥିଲେ । ଟି ୨୦ ବିଶ୍ୱକପ ମ୍ୟାଚ ସେଡ୍ୟୁଲ ଆସନ୍ତା ସପ୍ତାହରେ ଜାରି କରାଯିବା ନେଇ ସମ୍ଭାବନା ରହିଛି । ଟୁର୍ଣ୍ଣାମେଣ୍ଟର ପ୍ରଥମ ଗସ୍ତରେ ୮ କ୍ୱାଲିଫାଇଂ ଟିମ ଭାଗ ନେବେ । ଯାହା ଓମାନ ଓ ୟୁଏଇରେ ଖେଳାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking