29.1 C
Bhubaneswar
Wednesday, May 8, 2024
Homeଆଇପିଏଲ୍ -2022ଟି-୨୦ ବିଶ୍ୱକପ : ଆଫଗାନିସ୍ତାନର ବଡ଼ ବିଜୟ, ସ୍କଟଲାଣ୍ଡକୁ ୧୩୦ରନରେ ହରାଇଲା

ଟି-୨୦ ବିଶ୍ୱକପ : ଆଫଗାନିସ୍ତାନର ବଡ଼ ବିଜୟ, ସ୍କଟଲାଣ୍ଡକୁ ୧୩୦ରନରେ ହରାଇଲା

ଶାରଜାହ: ଆଇସିସି ଟି-୨୦ ବିଶ୍ୱକପ୍‌ର ସୁପର୍‌-୧୨ ରାଉଣ୍ଡ୍‌ରେ ସୋମବାର ଖେଳାଯାଇଥିବା ମ୍ୟାଚ୍‌ରେ ଆଫଗାନିସ୍ତାନ ୧୩୦ ରନ୍‌ରେ ସ୍କଟଲ୍ୟାଣ୍ଡ୍‌କୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରିଥିବା ଆଫଗାନିସ୍ତାନ ୪ ୱିକେଟ୍ ହରାଇ ୧୯୦ ରନ୍ କରିଥିଲା । ଏହାର ଜବାବରେ ସ୍କଟଲ୍ୟାଣ୍ଡ୍ ୧୦.୨ ଓଭର୍‌ରେ ମାତ୍ର ୬୦ ରନ୍ କରି ଅଲ୍‌ଆଉଟ୍ ହେବା ଫଳରେ ଲଜ୍ଜାଜନକ ପରାଜୟ ବରଣ କରିଛି । ସ୍କଟଲ୍ୟାଣ୍ଡ୍ ବ୍ୟାଟିଂ ବିପର୍ଯ୍ୟୟରେ ଆଫଗାନିସ୍ତାନର ଦୁଇ ସ୍ପିନର୍ ମୁଜିବୁର୍ ରହମାନ୍ ଓ ରଶିଦ୍ ଖାନ୍ କର୍ଣ୍ଣଧାର ସାଜିଥିଲେ । ଉଭୟ ୯ଟି ୱିକେଟ୍ ନେବା ଫଳରେ ସ୍କଟଲ୍ୟାଣ୍ଡ୍‌ର ବ୍ୟାଟିଂ ଲାଇନ୍ ଭୁଶୁଡ଼ି ପଡ଼ିଥିଲା । ମାତ୍ର ୨୦ ରନ୍‌ରେ କ୍ୟାରିୟର୍ ଶ୍ରେଷ୍ଠ ୫ ୱିକେଟ୍‌ର ସଫଳତା ପାଇଥିବା ମୁଜିବୁର୍ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ ।

ଆଫଗାନିସ୍ତାନ ପକ୍ଷରୁ ଦୁଇ ଓପନର ୫୪ ରନ୍ ଯୋଡ଼ିଥିଲେ । ମହମ୍ମଦ ଶାହଜାଦ୍ ୨ଟି ଚୌକା ଓ ଗୋଟିଏ ଛକା ସହ ୨୨ ଏବଂ ହଜରତୁଲ୍ଲା ଜାଜାଇ ୩୦ଟି ବଲ୍‌ରେ ୩ଟି ଲେଖାଏଁ ଚୌକା ଓ ଛକା ସହ ୪୪ ରନ୍ କରିଥିଲେ । ଏହାଛଡ଼ା ନଜିବୁଲ୍ଲାହ ଜାଡରାନ୍ ୩୪ଟି ବଲ୍‌ର ସମ୍ମୁଖୀନ ହୋଇ ୫ଟି ଚୌକା ଓ ୩ଟି ଛକା ଜରିଆରେ ୫୯ ରନ୍‌ର ଦମ୍‌ଦାର ଇନିଂସ ଖେଳି ପ୍ରତିପକ୍ଷ ଟିମ୍ ପାଇଁ ବଡ଼ ଟାର୍ଗେଟ୍ ଧାର୍ଯ୍ୟ କରିଥିଲେ । ଆହୁରି ରହମନଉଲ୍ଲା ଗୁରବାଜ୍ ଗୋଟିଏ ଚୌକା ଓ ୪ଟି ଛକା ସହ ୪୬ ରନ୍ କରି ରନ୍ ସଂଗ୍ରହ ହାରକୁ ବେଶ୍ ତ୍ୱରାନ୍ୱିତ କରିଥିଲେ । ଶେଷ ଭାଗରେ ଅଧିନାୟକ ମହମ୍ମଦ ନବୀ ୪ଟି ବଲ୍‌ରେ ୨ଟି ଚୌକା ମାଧ୍ୟମରେ ଅପରାଜିତ ୧୧ ରନ୍ କରିଥିଲେ । ସ୍କଟଲ୍ୟାଣ୍ଡ୍ ପକ୍ଷରୁ ସାଫ୍ୟାନ୍ ଶରିଫ୍ ୨ଟି ୱିକେଟ୍ ନେଇଥିଲେ । ଦଳୀୟ ସ୍କୋର୍ ୨୮ ଥିବା ବେଳେ ଓପନର କାଇଲ୍ କୋଏଜର୍ (୧୦)ଙ୍କ ୱିକେଟ୍ ହରାଇଥିବା ସ୍କଟଲ୍ୟାଣ୍ଡ୍ ପାଇଁ ଏହି ଧାରା ଜାରି ରହିଥିଲା । ଦଳର ତିନି ଜଣ ବ୍ୟାଟ୍ସମ୍ୟାନ୍ ଓପନର ଜର୍ଜ ମୁନ୍‌ସେ (୨୫ ରନ୍‌, ୨ ଚୌକା ଓ ୨ ଛକା), କୋଏଜର୍ କ୍ରିସ୍ ଗ୍ରୀଭ୍‌ସ (୧୨ ରନ୍‌, ୧ ଚୌକା) ଦୁଇ ଅଙ୍କରେ ପହଞ୍ଚିଥିଲେ । ମୁଜିବୁର୍‌ଙ୍କ ବ୍ୟତୀତ ରଶିଦ୍ ୨.୨ ଓଭର୍‌ରେ ୯ ରନ୍ ଦେଇ ୪ଟି ୱିକେଟ୍ ନେଇଥିଲେ । ଏହି ବିଜୟ ସହ ଗ୍ରୁପ୍‌-୨ରେ ପଏଣ୍ଟ୍ ଟେବଲ୍‌ରେ ଆଫଗାନିସ୍ତାନ ପାକିସ୍ତାନକୁ ଟପି ଏକ ନମ୍ବରରେ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking