27.1 C
Bhubaneswar
Thursday, April 25, 2024
Homeଓଡିଶାନନ୍ଦନକାନନରେ ନୂଆ ଅତିଥି : ମଣିପୁର ହରିଣ ଶାବକ ଜନ୍ମ

ନନ୍ଦନକାନନରେ ନୂଆ ଅତିଥି : ମଣିପୁର ହରିଣ ଶାବକ ଜନ୍ମ

ଭୁବନେଶ୍ୱର : ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଏକ ନୂଆ ଅତିଥିଙ୍କ ଆଗମନ ହୋଇଛି । ୩୬ ନମ୍ବର ‘ଖ’ଖୁଆଡ଼ରେ ପୁଣି ଏକ ମଣିପୁର ହରିଣ ଶାବକ ଜନ୍ମ ନେଇଛି । ଖୁଆଡ଼ ଦାୟିତ୍ୱରେ ଥିବା ଜନ୍ତୁ ରକ୍ଷକ ମଣିପୁର ହରିଣ ଏକ ଶାବକ ଜନ୍ମ କରିଥିବା ଦେଖି ନନ୍ଦନକାନନ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ । ପ୍ରାଣୀ ଉଦ୍ୟାନର ଡାକ୍ତର ଓ ଅଧିକାରୀମାନେ ସେଠାରେ ପହଞ୍ôଚ ମା’ ଓ ଶାବକର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ମା’ ଓ ଶାବକ ଉଭୟେ ସୁସ୍ଥ ଥିବା କର୍ତ୍ତୃପକ୍ଷଙ୍କ ଠାରୁ ସୂଚନା ମିଳିଛି । ଶାବକଟି ଜନ୍ମ ହେବା ଫଳରେ ଏମାନଙ୍କ ସଂଖ୍ୟା ୧୯କୁ ବୃଦ୍ଧି ପାଇଛି । ସେଥି ମଧ୍ୟରୁ ୧୧ଟି ଅଣ୍ଡିରା, ୬ଟି ମାଈ ରହିଛନ୍ତି । ୨ଟିର ଲିଙ୍ଗ ନିରୁପଣ କରାଯାଇନାହିଁ । ଏହି ବିଲୁପ୍ତ ହରିଣ ମୁଖ୍ୟତଃ ଦକ୍ଷିଣ ଏସିଆରେ ଦେଖାଯାଆନ୍ତି । ବିଶେଷ କରି ଭାରତର ପୂର୍ବ ଅଞ୍ଚଳର ମଣିପୁର ଆଦ୍ର ଭୂମି ଅଞ୍ଚଳରେ ଏମାନେ ରହିଥାନ୍ତି । ଅନ୍ୟପକ୍ଷରେ ଲକ୍‌ଡାଉନରେ ନନ୍ଦନକାନନ ଖୋଲା ହେବା ଦିନ ଠାରୁ ସବୁଦିନ ଅପେକ୍ଷା ରବିବାର ଦିନ ପର୍ଯ୍ୟଟକଙ୍କ ସଂଖ୍ୟା ୧୫ ହଜାର ୮ଶହ ୩୮ଜଣ ପରିକ୍ରମା କରିଥିବା ଜଣାପଡ଼ିଛି । ସେଥି ମଧ୍ୟରୁ ୧୫୫୮୩ ଜଣ ଅଫ୍‌ଲାଇନରେ ଟିକେଟ୍ କରିଥିବା ବେଳେ ୨୫୫ ଜଣ ଅନ୍‌ଲାଇନରେ ଟିକେଟ୍ କରି ନନ୍ଦନକାନନ ବୁଲିଥିଲେ । ସେହିପରି ଉଦ୍ଭିଦ ଉଦ୍ୟାନରେ ୫୦୮ଜଣ ବୁଲିବାକୁ ଆସିଥିଲେ ବୋଲି ବୋଲି ନନ୍ଦନକାନନ ଉପନିର୍ଦ୍ଦେଶକ ଠାରୁ ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking