31.1 C
Bhubaneswar
Friday, March 29, 2024
Homeଖେଳଚିତାକର୍ଷକ ପ୍ରଦର୍ଶନ : ସିରିଜି ଜିତିଲା ଭାରତ

ଚିତାକର୍ଷକ ପ୍ରଦର୍ଶନ : ସିରିଜି ଜିତିଲା ଭାରତ

ମୁମ୍ବାଇ: ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯାଇଥିବା ତୃତୀୟ ତଥା ଅନ୍ତିମ ଟି-୨୦ ମ୍ୟାଚରେ ଟିମ୍ ଇଣ୍ଡିଆ ୬୭ ରନରେ ୱେଷ୍ଟଇଣ୍ଡିଜକୁ ହରାଇ ତିନିମ୍ୟାଚ୍ ବିଶିଷ୍ଟ ସିରିଜକୁ ୨-୧ରେ କବଜା କରିଛି। ଓପନିଂ ବ୍ୟାଟ୍ସମ୍ୟାନ୍ ରୋହିତ୍ ଶର୍ମା, ଲୋକେଶ ରାହୁଲ୍ ଏବଂ କ୍ୟାପଟେନ୍ ବିରାଟ୍ କୋହଲିଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୩ ୱିକେଟ୍ ହରାଇ ୨୪୦ ରନର ବିଶାଳ ସ୍କୋର କରିଥିଲା।
ଏହାର ଜବାବରେ ୱେଷ୍ଟଇଣ୍ଡିଜ୍ ୮ ୱିକେଟ୍ ହରାଇ ୧୭୩ ରନ୍ କରିବାକୁ ସକ୍ଷମ ହୋଇଥିଲା । ଭାରତ ପକ୍ଷରୁ ରାହୁଲ୍ ସର୍ବାଧିକ ୯୧ (୫୬ ବଲ୍‌, ୯ ଚୌକା, ୪ ଛକା) ରନ୍ କରିଥିବା ବେଳେ ରୋହିତ୍ତ ୭୧ (୩୪ ବଲ୍‌, ୬ ଚୌକା, ୫ ଛକା) ଏବଂ କୋହଲି ଅପରାଜିତ ୭୦ (୨୯ ବଲ୍‌, ୪ ଚୌକା, ୭ ଛକା) ରନ୍ କରିଥିଲେ । ଦମଦାର ଇନିଂସ୍ ଖେଳିଥିବା କୋହଲି ପ୍ଲେୟର୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking