28.1 C
Bhubaneswar
Friday, March 29, 2024
Homeଓଡିଶାଭୁଲ୍ ଇଞ୍ଜେକ୍‌ସନ୍ ନେଇ ୫୯ ଅସୁସ୍ଥ

ଭୁଲ୍ ଇଞ୍ଜେକ୍‌ସନ୍ ନେଇ ୫୯ ଅସୁସ୍ଥ

ପୁରୀ : ଜିଲ୍ଲା ସଦର ହସ୍ପିଟାଲରେ ତ୍ରୁଟିପୂର୍ଣ୍ଣ ଇଞ୍ଜକସନ୍ ନେଇ ୫୯ରୋଗୀ ବୁଧବାର ଅସୁସ୍ଥ ହୋଇଛନ୍ତି। ପୁରୁଷ ଓ ମହିଳା ଭେଷଜ ୱାର୍ଡରେ ସେମାନଙ୍କ ଚିକିତ୍ସା କରାଯାଉଛି। ଇଞ୍ଜକସନ୍ ଜବତ କରାଯିବା ସହ ଘଟଣାର ତଦନ୍ତ ପାଇଁ ସୁପାରିସ କରାଯାଇଛି। ଡାକ୍ତର ପି.ଏମ. ମଲିକ ଘଟଣା ସମ୍ପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଲିଖିତ ରିପୋର୍ଟ ଦେଇଛନ୍ତି। ଏହି ଘଟଣାକୁ କେନ୍ଦ୍ରକରି
ଡାକ୍ତରଖାନାରେ ଉତ୍ତେଜନା ଦେଖାଦେଇଛି। ଇଞ୍ଜକସନ୍ ନେଇଥିବା ବ୍ୟକ୍ତିମାନେ ଜ୍ବର, ବାନ୍ତି ଏବଂ ମୁଣ୍ଡବିନ୍ଧାରେ ଆକ୍ରାନ୍ତ ହୋଇଛନ୍ତି। ଡାକ୍ତରଖାନା ଗୋଦାମରେ ରହିଥିବା ସଂପୃକ୍ତ କମ୍ପାନୀ ଇଞ୍ଜକସନ୍ ଗୁଡିକୁ ବ୍ୟବହାର ନକରିବା ପାଇଁ ସିଡିଏମ୍‌ଓ ଡାକ୍ତର ନୀଳକଣ୍ଠ ମିଶ୍ର ନିର୍ଦେଶ ଦେଇଛନ୍ତି। ତ୍ରୁଟିପୂର୍ଣ୍ଣ ଇଞ୍ଜକସନ୍ ଯୋଗାଇଥିବା କମ୍ପାନୀ ବିରୋଧରେ ଆଇନଗତ କାର‌୍ୟ୍ୟାନୁଷ୍ଠାନ ପାଇଁ ଡାକ୍ତର ସୁପାରିସ କରିଛନ୍ତି।
ସୂଚନା ଅନୁଯାୟୀ, ସେଫଟ୍ରିଆସ୍କାନେ – ୧୦୦୦ଏମ.ଜି ଇଞ୍ଜକସନ୍ ବୁଧବାର ଜିଲ୍ଲା ସଦର ହସ୍ପିଟାଲରେ ୫୯ ରୋଗୀଙ୍କୁ ଦିଆଯାଇଥିଲା। ଏହାର କିଛିସମୟ ପରେ ସଂପୃକ୍ତ ବ୍ୟକ୍ତିମାନେ ଅସୁସ୍ଥ ହୋଇ ପଡିଥିଲେ। ଇଞ୍ଜକସନ୍ ପ୍ରସ୍ତୁତି ତାରିଖ ଜୁଲାଇ ୨୦୧୯ ଥିବା ବେଳେ ବ୍ୟବହାର ଅବଧି ଜୁନ୍ ୨୦୨୧ରେ ଶେଷହେବ ବୋଲି ସେଥିରେ ଉଲେଖ କରାଯାଇଛି। ଜୟପୁରର ବିବେକ ଫାର୍ମାସେମ୍ ଇଣ୍ଡିଆ ଲିମିଟେଡ୍ ଏହାର ପ୍ରସ୍ତୁତକର୍ତ୍ତା ବୋଲି ଜଣାପଡ଼ିଛି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking