20.1 C
Bhubaneswar
Friday, January 24, 2025
Homeଲାଇଫ୍ ଷ୍ଟାଇଲ୍ସ୍ୱାସ୍ଥ୍ୟ ପାଇଁ ମକା କେତେ ହିତକାରକ, ପଢନ୍ତୁ

ସ୍ୱାସ୍ଥ୍ୟ ପାଇଁ ମକା କେତେ ହିତକାରକ, ପଢନ୍ତୁ

ଭୁବନେଶ୍ୱର: ଖରା ହେଉ କି ବର୍ଷା ଅବା ଶୀତ ମିଠା ମକା ଖାଇବା ସମସ୍ତଙ୍କୁ ଭଲ ଲାଗିଥାଏ । ଛୋଟ ପିଲାଠୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସମସ୍ତେ ମକା ଖାଆନ୍ତି । ସିଝା ମକାର ର ତ ସ୍ୱାଦ ନ କହିବା ଭଲ । ଯେଉଁମାନେ ମକା ଖାଉନାହାନ୍ତି, ସେମାନେ ନିହାତି ଭାବରେ ଜାଣିବା ଦରକାର ମକା ଖାଇବା ତ୍ୱଚା ସହ ସ୍ୱାସ୍ଥ୍ୟ ପକ୍ଷେ କେତେ ହିତକାରକ । ତାହେଲେ ଚାଲନ୍ତୁ ଜାଣିବା ମକା ଖ।।ଇଲେ କଣ ଉପକାର ମିଳେ ।
ଗର୍ଭବତୀ ମହିଳାଙ୍କ ପାଇଁ ମକା ଏକ ଉତ୍ତମ ଖାଦ୍ୟ। ଏଥିରେ ଫୋଲିକ୍‌ ଏସିଡ୍ ଭରପୂର ମାତ୍ରାରେ ଥିବାରୁ ଗର୍ଭସ୍ଥ ଶିଶୁକୁ ପୋଷଣ ଯୋଗାଇଥାଏ। ମକାରେ ଭିଟାମିନ୍‌, ମିନେରାଲ୍ସ, ଜରୁରୀ ଆଣ୍ଟିଅକ୍ସିଡାଣ୍ଟସ୍‌ ଓ ଫାଇବର ଥାଏ, ଯାହା ଭୟଙ୍କର ରୋଗରୁ ରକ୍ଷା ଦେଇଥାଏ।
ମକା ମଞ୍ଜିରେ ବିଟା କ୍ୟାରୋଟିନ୍‌ ରହିଥାଏ। ଯାହା ଆମ ଶରୀରରେ ଭିଟାମିନ୍‌ ଏ’ ତିଆରି କରିଥାଏ। ଏଥିଯୋଗୁଁ ଆମ ଚର୍ମ ଉପରେ ଭଲ ପ୍ରଭାବ ପକାଇଥାଏ। ମକା ଖାଇବା ଦ୍ୱାରା ଦୃଷ୍ଟି ଶକ୍ତି ମଧ୍ୟ ବୃଦ୍ଧି ପାଇଥାଏ। ମକାରେ ପ୍ରଚୁର ମାତ୍ରାରେ ଆଣ୍ଟି ଅକ୍ସିଡେଣ୍ଟ ଥିବାରୁ ତ୍ୱଚାକୁ କୋମଳ ଓ ଅଧିକ ସମୟ ଯାଏଁ ଉଜ୍ଜଳ ରଖିଥାଏ।
ମକା ହାଡ଼କୁ ମଜବୁତ୍‌ କରିଥାଏ। ମକାରେ ବହୁ ଦରକାରୀ ପୋଷକତତ୍ତ୍ୱ ଥାଏ। ଏହା ହାଡ଼କୁ ସୁସ୍ଥ ରଖେ। ମକା ଖାଉଥିବା ଲୋକ ଅଷ୍ଟିଓପୋରୋସିସ୍‌ ଭଳି ରୋଗରେ ଆକ୍ରାନ୍ତ ହୁଅନ୍ତି ନାହିଁ।
ମକା ହୃଦ୍‌ରୋଗରୁ ରକ୍ଷାକରେ। ମକା ଖାଉଥିବା ବ୍ୟକ୍ତିର ହୃଦ୍‌ରୋଗ ହେବାର ସମ୍ଭାବନା କମ୍‌ ଥାଏ ବୋଲି ଗବେଷଣାରୁ ଜଣାପଡ଼ିଛି। ମକାରେ ଥିବା ତୈଳାକ୍ତ ଅଂଶ ଶରୀରରୁ ବ୍ୟାଡ୍ କୋଲେଷ୍ଟ୍ରଲ୍‌ ହଟାଇଦେଇଥାଏ।
ତେବେ ମକାରେ ଫ୍ରୁକ୍ଟୋଜ୍, ଫ୍ୟାଟି ଏସିଡ୍‌ ଅଧିକ ରହୁଥିବାରୁ ଏହା ରକ୍ତରେ ଶର୍କରାସ୍ତର ମଧ୍ୟ ବଢ଼ାଇଥାଏ। ତେଣୁ କୌଣସି ପରିସ୍ଥିତିରେ ମାତ୍ରାଧିକ ମକା ଖାଇବା ଉଚିତ୍‌ ନୁହେଁ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking