ମହିଳାଙ୍କ ଆଖି କାହିକିଁ ତାଡ଼ିଲା ଯୁବକ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ମହାରାଷ୍ଟ୍ର: ମହିଳାଙ୍କୁ ଦୁଷ୍କର୍ମ କରିବାକୁ ବିରୋଧ କରିବାରୁ ଦୁବୁର୍ତ୍ତ ମାନେଆଖି ତାଡ଼ି ନେଲେ । ପୁନେ ଠାରେ ଘଟିଯାଇଛି ଏହି ଅଭାବନୀୟ ଘଟଣା ।ତେବେ ଏପରି ଘଟଣା ମହାରାଷ୍ଟ୍ରରେ ମହିଳା ମାନଙ୍କ ସୁରକ୍ଷାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ପୋଲିସର ତଦନ୍ତ ଅନୂସାରେ ମହିଳା ଜଣକ ରାତିରେ ଶୌଚ ହେବାକୁ ଯାଇଥିବା ବେଳେ ତୁର୍ବୁତ୍ତଜଣକ ପଛପଟୁ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା । ଦୁଷ୍କର୍ମ ପାଇଁ ତୁର୍ବୁତ୍ତ ଚେଷ୍ଟା କରିଥିଲା । ତେବେ ମହିଳା ଜଣଙ୍କ ବିରୋଧ କରିବାରୁ ଏକ ଧାରୁଆ ଅସ୍ତ୍ରରେ ମହିଳାଙ୍କ ଆଖି ତାଡ଼ି ନେଇଥିଲା । ମହିଳାଙ୍କ ଚିକ୍ତାର ଶୁଣି ଆଖପାଖର ଲୋକମାନେ ଆସିଯାଇଥିଲେ । ଏହି ସମୟରେ ଅଜଣା ଦୁବୁର୍ତ୍ତ ଜଣକ ଖସି ପଳେଇଥିଲା ।
ପୋଲିସ୍ ଏବେ ଦୁବୁର୍ତ୍ତକୁ ଖୋଜିବା ସହ ତା ବିରୋଧରେ ଧାରା ୩୦୭ ଓ ୩୫୪ ମାମଲା ରୁଜୁ କରିଛି ।

LEAVE A REPLY

Please enter your comment!
Please enter your name here