ବେଙ୍ଗାଲୁର: କର୍ଣ୍ଣାଟକ ପୁଲିସ ରବିବାର ବେଙ୍ଗାଲୁରୁ ସହର ଉପକଣ୍ଠସ୍ଥ ଏକ କୁକୁଡା ଫାର୍ମ ପରିସରରୁ ଗୋଟିଏ ନେପାଳୀ ପରିବାରର ୪ ଜଣ ସଦସ୍ୟଙ୍କ ମୃତଦେହ ଉଦ୍ଧାର କରିଛି । ଏହି ନେପାଳୀ ପରିବାର ୧୦ ଦିନ ପୂର୍ବେ କୁକୁଡା ଫାର୍ମରେ କର୍ମଚାରୀଭାବେ ଯୋଗଦେଇଥିଲେ । ରବିବାର ଫାର୍ମ ମାଲିକ ସେମାନଙ୍କ ଘର ସମ୍ମୁଖରେ ଛିଡା ହୋଇ ଡାକ ପକାଇଥିଲେ ସୁଦ୍ଧା କୌଣସି ଜବାବ ନ ମିଳିବାରୁ ପୁଲିସକୁ ଖବର ଦେଇଥିଲେ । ମୃତ୍ୟୁର କାରଣ ଜଣାପଡିନଥିବାବେଳେ ପୁଲିସ ମୃତଦେହଗୁଡିକୁ ବ୍ୟବଚ୍ଛେଦ ପାଇଁ ପଠାଇଛି ।