27.1 C
Bhubaneswar
Saturday, July 27, 2024
Homeଅପରାଧସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ୨୦ ଦିନର ଶିଶୁ କନ୍ୟାକୁ ବିଷ ଇଞ୍ଜେକ୍ସନ ଦେଲା ନୃଶଂସ...

ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ୨୦ ଦିନର ଶିଶୁ କନ୍ୟାକୁ ବିଷ ଇଞ୍ଜେକ୍ସନ ଦେଲା ନୃଶଂସ ବାପା

ବାଲେଶ୍ୱର: ସ୍ତ୍ରୀର ଚରିତ୍ର ଉପରେ ସନ୍ଦେହ କରି ୨୦ ଦିନର ଶିଶୁ କନ୍ୟାକୁ ବିଷ ଇଞ୍ଜେକ୍ସନ ଦେଲା ନୃଶଂସ ବାପା । ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା । ଗୁରୁତର ଅବସ୍ଥାରେ ଶିଶୁଟି କଟକ ମେଡ଼ିକାଲରେ ଚିକିତ୍ସିତ ହେଉଛି । ଏହି ଘଟଣାରେ ବାପାକୁ ନୀଳଗିରି ଥାନାରେ ଅଟକ ରଖାଯାଇଛି । ସୂଚନା ଅନୁସାରେ, ନୀଳଗିରି ଥାନା ସିଙ୍ଗିରି ଅଞ୍ଚଳର ଚନ୍ଦନ ମାହାର୍ଣ୍ଣାଙ୍କ ସ୍ତ୍ରୀ ବବିତା ୨୦ ଦିନ ପୂର୍ବେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ । ଗୋଟିଏ ଦିନ ପରେ ପାଳନ ହୋଇଥାନ୍ତା ଶିଶୁ କନ୍ୟାର ଏକୋଇଶିଆ ଉତ୍ସବ । ଏହାରି ଭିତରେ ବାପା ଘଟାଇଛି ଜଘନ୍ୟ କାଣ୍ଡ । ଅଭିଯୁକ୍ତ ବାପା ଚନ୍ଦନ ମାହାର୍ଣ୍ଣାଙ୍କ ଘର ବାଲେଶ୍ୱର ମଲିକାଶପୁର ଅଞ୍ଚଳରେ ହୋଇଥିବା ବେଳେ ରବିବାର ଶ୍ୱଶୁର ଘରକୁ ଆସିଥିଲେ । ସୋମବାର ସକାଳେ ଝିଅକୁ ବିଷ ଇଞ୍ଜେକ୍ସନ ଦେଇ ମାରିବାକୁ ଉଦ୍ୟମ କରିଥିଲେ ।

ଏହି ସମୟରେ ଶିଶୁ କନ୍ୟାର ମାଆ ବବିତା ଦେଖି ଦେଇଥିଲେ । ଏହାପରେ ଶିଶୁକୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ ପ୍ରଥମେ ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ବଡ଼ ଡାକ୍ତରଖାନାରେ ଆଇସିୟୁରେ ଭର୍ତ୍ତି କରାଯାଇଛି । ଶିଶୁ କନ୍ୟାର ଅଜା ଭାଗିରଥି ସିଂହଙ୍କ ଅଭିଯୋଗ କ୍ରମେ ପୋଲିସ ପ୍ରାଥମିକ ପଦକ୍ଷେପ ନେଇ ଅଭିଯୁକ୍ତ ବାପା ଚନ୍ଦନକୁ ଅଟକ ରଖିଛି । ଗତ ୨୦ଦିନ ତଳେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅସ୍ତ୍ରୋପଚାର ମାଧ୍ୟମରେ ଚନ୍ଦନଙ୍କ ସ୍ତ୍ରୀ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ । ପରେ ଶିଶୁକନ୍ୟା ସହ ମାଆ ନୀଳଗିରି ସିଙ୍ଗିରି ସ୍ଥିତ ନିଜ ବାପଘରକୁ ପଳାଇ ଯାଇଥିଲେ । ରବିବାର ଶିଶୁକନ୍ୟାର ପିତା ଚନ୍ଦନ ଶ୍ୱଶୁର ଘରକୁ ଆସି ରାତ୍ରିଯାପନ କରିଥିଲେ । ସୋମବାର ପୂର୍ବାହ୍ନରେ ଶିଶୁର ମାଆ ଶୌଚ ପାଇଁ ଯାଇଥିବା ବେଳେ ପୂର୍ବରୁ ଯୋଜନା ପ୍ରସ୍ତୁତ କରିଆସିଥିବା ଚନ୍ଦନ ଶିଶୁକନ୍ୟାକୁ ବିଷ ଇଞ୍ଜେକସନ ଦେଇଥିଲା । ଶିଶୁର ଚିତ୍କାର ଶୁଣି ତୁରନ୍ତ ମାଆ ଘଟଣାସ୍ଥଳରେ ପହଞ୍ଚି ଝିଅ କାହିଁକି କାନ୍ଦିଲା ବୋଲି ଚନ୍ଦନକୁ ପ୍ରଶ୍ନ କରିଥିଲେ । କିନ୍ତୁ ଚନ୍ଦନ କୌଣସି ପ୍ରତିକ୍ରିୟା ଦେଇନଥିଲେ । ଜନ୍ମିତ ଝିଅଟି ଚନ୍ଦନଙ୍କର ନୁହେଁ ବୋଲି କହିଛି ଚନ୍ଦନ । ସ୍ତ୍ରୀର ପରକୀୟା ପ୍ରୀତି ଥିବା ସନ୍ଦେହ କରି ଚନ୍ଦନ ଏମିତି କାଣ୍ଡ ଭିଆଇଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking