27.1 C
Bhubaneswar
Saturday, July 27, 2024
Homeଅପରାଧପରକୀୟା ପ୍ରୀତିରେ ଉବୁଟୁବୁ ଦମ୍ପତି; ଶେଷରେ କ’ଣ ହେଲା ଜାଣନ୍ତୁ....

ପରକୀୟା ପ୍ରୀତିରେ ଉବୁଟୁବୁ ଦମ୍ପତି; ଶେଷରେ କ’ଣ ହେଲା ଜାଣନ୍ତୁ….

ମୁମ୍ବାଇ: ପରକୀୟା ପ୍ରୀତିରେ ଉବୁଟୁବୁ ଦମ୍ପତି । ଅବୈଧ ସମ୍ପର୍କର ବଶବର୍ତ୍ତୀ ହୋଇ ଶେଷରେ ନିଜ ସାତ ଜନ୍ମର ସାଥୀ, ପରିବାରକୁ ଛାଡ଼ି ନିଜ ନିଜ ପାର୍ଟନରଙ୍କ ସହ ଫେରାର ହୋଇଯାଇଛନ୍ତି । ଏପରିକି ୫ ସନ୍ତାନଙ୍କ ମୋହ ମଧ୍ୟ ସେମାନଙ୍କୁ ଅଟକାଇ ପାରିନାହିଁ । ଆଉ ପିତାମାତା ଛାଡ଼ି ଚାଲିଯିବା ପରେ ଏବେ ଅସହାୟ ହୋଇପଡ଼ିଛନ୍ତି ୩ଟି ଝିଅ ଓ ୨ଟି ପୁଅ । ଏଭଳି ଏକ ଅଭାବନୀୟ ଘଟଣା ମହାରାଷ୍ଟ୍ର ସମ୍ଭାଜିନଗରରୁ ସାମ୍ନାକୁ ଆସିଛି । ଏ ନେଇ ଫେରାର ଥିବା ପିତାମାତାଙ୍କ ବିରୋଧରେ ସତରା ପୋଲିସ ଷ୍ଟେସନରେ ମାମଲା ରୁଜୁ ହୋଇଛି ।

ସୂଚନା ଅନୁସାରେ ଏଭଳି ଅସାମାଜିକ ଘଟଣା ଗତ ୧୦ ମାସ ପୂର୍ବରୁ ଘଟିଥିଲା । ହଠାତ ସ୍ୱାମୀସ୍ତ୍ରୀ ନିଜର ୫ ସନ୍ତାନଙ୍କୁ ଛାଡ଼ି ପ୍ରେମୀଙ୍କ ସହିତ ଫେରାର ହୋଇଯାଇଥିଲେ । ଆଉ ଘର ଛାଡ଼ି ଯାଇଥିଲେ ୫ ନିରୀହ ଶିଶୁଙ୍କୁ । ବାପାମାଆ ଛାଡି ଚାଲିଯିବା ପରେ ଏହି ୩ ଝିଅଙ୍କର ଯତ୍ନ ନେଇଥିଲେ ପଡ଼ୋଶୀ । ପ୍ରାୟ ୩ ମାସ ଧରି ଏପରି ଚାଲିବା ପରେ ଶିଶୁ କଲ୍ୟାଣ କମିଟି ନିକଟରେ ଖବର ପହଞ୍ଚିବା ପରେ ସେମାନେ ୩ ଶିଶୁଙ୍କୁ ଅନାଥ ଆଶ୍ରମରେ ରଖିଥିଲେ । ଏହି ୩ ଝିଅଙ୍କର ବୟସ ଯଥାକ୍ରମେ ୭, ୯ ଓ ୧୧ ବର୍ଷ । ପୁଅ ଦୁହିଁଙ୍କ ବୟସ ୧୫ ଓ ୧୩ ବର୍ଷ ।

ଏହାପରେ ଫେରାର ଦମ୍ପତିଙ୍କୁ ଖୋଜିବା ଲାଗି ତଦନ୍ତ ଆରମ୍ଭ ହୋଇଥିଲା । ଏମିତି ୫ ମାସ ବିତିଯାଇଥିବା ବେଳେ ଫେରାର ଦମ୍ପତିଙ୍କ ନିକଟଙ୍କ ପତ୍ତା ମିଳିଥିଲା । ହେଲେ ସେମାନେ ଏକାଠି ରହିବାକୁ ମନା କରିବା ପରେ ଗତ ବୁଧବାର ଉଭୟଙ୍କ ବିରୋଧରେ ସତରା ପୋଲିସ ଷ୍ଟେସନରେ ମାମଲା ରୁଜୁ ହୋଇଛି । ଜଣେ ପଡ଼ୋଶୀଙ୍କ କହିବାନୁସାରେ ୫ ଶିଶୁଙ୍କ ପିତାମାତା ଶ୍ରମିକ ଶ୍ରେଣୀର । ଉଭୟଙ୍କ ୨ଟି ପୁଅ ଓ ୩ଟି ଝିଅ । ସେମାନେ ସତରା ଅଞ୍ଚଳର ହାଇକୋର୍ଟ କଲୋନିରେ ରୁହନ୍ତି । ପ୍ରଥମେ ସ୍ୱାମୀ ଫେରାର ହେବା ପରେ ସ୍ତ୍ରୀ ପରେ ଫେରାର ହୋଇଯାଇଥିଲା । ଏବେ ଏହି ମହିଳା ଜଣକ ଦ୍ୱିତୀୟ ବିବାହ କରିଥିବା ବେଳେ ତାଙ୍କର ଦ୍ୱିତୀୟ ସ୍ୱାମୀଙ୍କଠାରୁ ଏକ କନ୍ୟା ସନ୍ତାନ ଜନ୍ମ ନେଇଛି । ଅନ୍ୟପଟେ ପୋଲିସ ଉଭୟଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ସତରା ପୋଲିସ ଷ୍ଟେସନ ସବ ଇନ୍ସପେକ୍ଟର ନନ୍ଦ କୁମାର ଭଣ୍ଡାରେ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking