29.1 C
Bhubaneswar
Saturday, July 27, 2024
Homeଅପରାଧରସୁଣ ନଷ୍ଟ କରିବାରୁ ରକ୍ତପାତ; ଗୁଳିକାଣ୍ଡରେ ଜଣେ ମୃତ

ରସୁଣ ନଷ୍ଟ କରିବାରୁ ରକ୍ତପାତ; ଗୁଳିକାଣ୍ଡରେ ଜଣେ ମୃତ

ଭୋପାଳ: ରସୁଣକୁ ନେଇ ଖଣ୍ଡ ଯୁଦ୍ଧ । ରସୁଣ ନଷ୍ଟ କରିଦେବାରୁ ଫୁଟିଲା ଗୁଳି । କ୍ଷେତରେ ବହିଲା ରକ୍ତର ନଦୀ । ଦୁଇ ପରିବାର ମଧ୍ୟରେ ବଚସା ପରେ ଗୁଳି ଫୁଟିବାରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ହୋଇଥିବା ସୂଚନା । ଏଭଳି ଘଟଣା ଘଟିଛି ମଧ୍ୟପ୍ରଦେଶ ଉଜୈନର ରୁଦାହେଡା ଗ୍ରାମରେ । ରୁଦାହେଡା ଗ୍ରାମର ରାଜପୁତ ପରିବାରଏବଂ ପଡ଼ୋଶୀ ମୀନା ପରିବାରର ଏକ ଚାଷ ଜମି ରହିଛି । ରାଜପୁତ ପରିବାର ଲୋକେ ନିଜ କ୍ଷେତରେ ରସୁଣର ଶୁଖାଇଥିଲେ । ଏହି ସମୟରେ ମୀନା ପରିବାର ସେଠାରୁ ଗହମ ଅମଳ କରିଥିଲେ, ଯାହା ଫଳରେ ରସୁଣ ନଷ୍ଟ ହୋଇଯାଇଥିଲା । ଏହା ପରେ ଦୁଇ ପରିବାର ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଥିଲା ।

ଏହି ଘଟଣାକୁ ନେଇ ରାଜ ପରିବାର ଗୁଳି ଚଳାଇଥିଲେ । ଫଳରେ ଘଟଣାସ୍ଥଳରେ ମୀନାଙ୍କ ପରିବାରର ଜଣେ ଯୁବକଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଆହତ ହୋଇଥିଲେ । ପୋଲିସର ସୂଚନା ଅନୁସାରେ, ରସୁଣ କଟାକୁ ନେଇ ରୁଦାହିଡା ଗ୍ରାମରେ ଦୁଇ ପରିବାର ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା । ଏହି ବିବାଦରେ ରାଜପୁତ ପରିବାରର ମୋକାମ ସିଂ, ଅର୍ଜୁନ ସିଂ, ଲକ୍ଷ୍ମଣ ସିଂ, ରାଜେନ୍ଦ୍ର, ମହେନ୍ଦ୍ର ଏବଂ ଲଖନ ଘଟଣା ସ୍ଥଳରେ ଉପସ୍ଥିତ ଥିଲେ । ସେହିପରି ମୀନା ପରିବାରର ମୁକୁଟ ମୀନା, ପ୍ରବୀଣ ମିନା ମଧ୍ୟ ଉପସ୍ଥିତ ଥିଲେ । ଏହାପରେ ବିବାଦ ଉଗ୍ର ରୂପ ନେଇଥିଲା ।

ରାଜ ପରିବାରର ମୋକାମ ସିଂ ବନ୍ଧୁକ ବାହାର କରି ଗୁଳି ଚଳାଇଥିଲେ । ଯାହା ଫଳରେ ମୀନା ପରିବାରର ଯୁବକ ପ୍ରବୀଣଙ୍କ ବେକରେ ଗୁଳି ବାଜିଥିଲା, ଫଳସ୍ୱରୂପ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । ଏହି ଆକ୍ରମଣରେ ତାଙ୍କ ମାମୁଁ ମୁକୁଟ ମୀନା ମଧ୍ୟ ଗୁଳିରେ ଆହତ ହୋଇଥିଲେ । ଏହି ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ସ୍ଥାନୀୟ ଜଣେ ପୋଲିସ ଅଧିକାରୀ କହିଛନ୍ତି, ଗୁଳିରେ ଆହତ ହୋଇଥିବା ପ୍ରବୀଣ ଏବଂ ମୁକୁଟଙ୍କୁ ଜିଲ୍ଲା ଡାକ୍ତରଖାନାକୁ ଅଣାଯାଇଥିଲା । ଯେଉଁଠାରେ ଡାକ୍ତର ପ୍ରବୀଣଙ୍କୁ ମୃତ ଘୋଷଣା କରିଥିଲେ । ଏହି ମାମଲାରେ ୬ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ଏବଂ ମୁଖ୍ୟ ଅଭିଯୁକ୍ତ ମୋକାମ ସିଂ ରାଜପୁତଙ୍କୁ ଅଟକ ରଖାଯାଇଛି ଏବଂ ପଚରାଉଚରା ଆରମ୍ଭ ହୋଇଛି ଏବଂ ଅନ୍ୟ ଅଭିଯୁକ୍ତଙ୍କୁ ମଧ୍ୟ ଖୁବଶୀଘ୍ର ପଚରାଉଚରା କରାଯିବ । ବର୍ତ୍ତମାନ ରସୁଣ ଦର ଆକାଶ ଛୁଆଁ ହୋଇଥିବା ବେଳେ ଏହାକୁ ନେଇ ଗୁଳି କରି ଜଣଙ୍କୁ ହତ୍ୟା କରିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking