24.1 C
Bhubaneswar
Monday, May 13, 2024
Homeଦେଶ ବିଦେଶପୁଞ୍ଜି ବିନିଯୋଗ ପ୍ରସଙ୍ଗରେ ସର୍ଭେ ରିପୋର୍ଟ; ୬୫% ମହିଳାଙ୍କ ପ୍ରଥମ ପସନ୍ଦ ରିଏଲ ଇଷ୍ଟେଟ୍‌

ପୁଞ୍ଜି ବିନିଯୋଗ ପ୍ରସଙ୍ଗରେ ସର୍ଭେ ରିପୋର୍ଟ; ୬୫% ମହିଳାଙ୍କ ପ୍ରଥମ ପସନ୍ଦ ରିଏଲ ଇଷ୍ଟେଟ୍‌

ନୂଆଦିଲ୍ଲୀ: ପୁଞ୍ଜି ବିନିଯୋଗ ପ୍ରସଙ୍ଗରେ ମହିଳାଙ୍କ ପସନ୍ଦକୁ ଆଧାର କରି ‘ଆନାରକ୍‌’ ଗ୍ରୁପ୍ ପକ୍ଷରୁ ଏକ ସର୍ଭେ କରାଯାଇଛି । ସର୍ଭେ ରିପୋର୍ଟ ଅନୁଯାୟୀ ଭାରତର ୬୫ ପ୍ରତିଶତ ମହିଳା ରିଏଲ ଇଷ୍ଟେଟ୍ (ବାସଗୃହ, ଜମି)ରେ ପୁଞ୍ଜି ବିନିଯୋଗ କରିବାକୁ ପସନ୍ଦ କରୁଥିବା ଜଣାପଡିଛି । ୨୦ ପ୍ରତିଶତ ମହିଳା ଷ୍ଟକ୍ ଏକ୍ସଚେଞ୍ଜ୍ (ସେୟାର ମାର୍କେଟ୍‌)ରେ, ୮ ପ୍ରତିଶତ ମହିଳା ସ୍ୱର୍ଣ୍ଣାଳଙ୍କାର କିଣିବାରେ ଏବଂ ଅବଶିଷ୍ଟ ୭ ପ୍ରତିଶତ ମହିଳା ବ୍ୟାଙ୍କ୍ ଫିକ୍ସଡ୍ ଡିପୋଜିଟ୍‌ରେ ଅର୍ଥ ଖଟାଇବାକୁ ପସନ୍ଦ କରୁଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି । ସର୍ଭେରେ ୫୫୦୦ ଲୋକଙ୍କୁ ସାମିଲ କରାଯାଇଥିଲା ଯାହାମଧ୍ୟରେ ୫୦ ପ୍ରତିଶତ ମହିଳା ସାମିଲ ଥିଲେ । ପୁନଶ୍ଚ ରିଏଲ ଇଷ୍ଟେଟ୍‌ରେ ଆଗ୍ରହୀ ଥିବା ମହିଳାଙ୍କ ମଧ୍ୟରୁ ୮୩ ପ୍ରତିଶତ ୪୫ ଲକ୍ଷରୁ ଉର୍ଦ୍ଧ୍ୱ ମୂଲ୍ୟର ବାସଗୃହ କିଣିବାକୁ ପସନ୍ଦ କରିଥାନ୍ତି । ୩୬ ପ୍ରତିଶତ ମହିଳା ୪୫-୯୦ ଲକ୍ଷ ବଜେଟ୍‌ରେ ଘର କିଣିବାକୁ ପସନ୍ଦ କରୁଥିବାବେଳେ ୨୭ ପ୍ରତିଶତ ମହିଳା ପ୍ରିମିୟମ ରେଞ୍ଜ୍ ଅର୍ଥାତ୍ ୯୦ ଲକ୍ଷ-୧.୫ କୋଟି ମୂଲ୍ୟର ବାସଗୃହ କିଣିବାରେ ଆଗ୍ରହ ପ୍ରକାଶ କରିଛନ୍ତି । ୨୦ ପ୍ରତିଶତ ମହିଳା ସୁପର ଲକ୍‌ଜ୍ୟୁରୀ କ୍ୟାଟେଗୋରୀ (୧.୫ କୋଟିରୁ ଊର୍ଦ୍ଧ୍ୱ) ମୂଲ୍ୟର ବାସଗୃହ ସପକ୍ଷରେ ମତ ଦେଇଛନ୍ତି ।

୧୭ ପ୍ରତିଶତ ମହିଳା ୪୫ ଲକ୍ଷରୁ କମ ମୂଲ୍ୟର ବାସଗୃହକୁ ପସନ୍ଦ କରୁଥିବା ରିପୋର୍ଟରୁ ଜଣାପଡିଛି । ସ୍ୱାମୀ କିମ୍ବା ନିଜସ୍ୱ ଆୟକୁ ଦୃଷ୍ଟିରେ ରଖି ଏହି ମହିଳାମାନେ ସ୍ୱଳ୍ପ ବଜେଟ୍ ବାସଗୃହକୁ ଅଗ୍ରାଧିକାର ଦେଇଛନ୍ତି । ଦିନ ଥିଲା, ଭାରତୀୟ ମହିଳା ସୁନା କିଣିବାକୁ ସବୁଠୂୁ ଅଧିକ ଗୁରୁତ୍ୱ ଦେଉଥିଲେ । ତେବେ ବିଗତ ୧୦ ବର୍ଷ ମଧ୍ୟରେ ମହିଳାଙ୍କ ଚିନ୍ତାଧାରାରେ ପରିବର୍ତ୍ତନ ଲକ୍ଷ୍ୟ କରାଯାଇଛି । ବର୍ତ୍ତମାନ ଅଧିକାଂଶ ମହିଳା ବାସଗୃହକୁ ପ୍ରଥମ ପସନ୍ଦ ତାଲିକାରେ ସ୍ଥାନ ଦେଉଛନ୍ତି । କେତେକ ମହିଳା ବ୍ୟବସାୟିକ ସ୍ୱାର୍ଥକୁ ଦୃଷ୍ଟିରେ ରଖି ରିଏଲ ଇଷ୍ଟେଟ୍‌ରେ ପୁଞ୍ଜି ବିନିଯୋଗ କରିବାକୁ ଚାହୁଁଛନ୍ତି । ଜରୁରୀ ସମୟରେ ବାସଗୃହ କିମ୍ବା ଜମି ବିକ୍ରି କରି ଉଦ୍ଦେଶ୍ୟ ପୂରଣ କରାଯାଇପାରୁଥିବାରୁ ଏହାକୁ ମହିଳାମାନେ ଅଗ୍ରାଧିକାର ଦେଉଛନ୍ତି । ଅଧିକାଂଶ ରାଜ୍ୟରେ ମହିଳାଙ୍କ ନାମରେ ବାସଗୃହ କିମ୍ବା ଜମି କିଣାଯାଉଥିଲେ ଷ୍ଟାମ୍ପ ଡ୍ୟୁଟି (ରେଜିଷ୍ଟ୍ରି ଖର୍ଚ୍ଚ) ଯଥେଷ୍ଟ କମ ପଡୁଛି । ଏପରିକି ମହିଳାଙ୍କ କ୍ଷେତ୍ରରେ କେତେକ ବ୍ୟାଙ୍କ ଗୃହଋଣର ସୁଧ ପରିମାଣ ମଧ୍ୟ କମ ରଖିଛନ୍ତି । ଏଭଳି ଆନୁସଙ୍ଗିକ ସୁବିଧା ସେମାନଙ୍କୁ ରିଏଲ ଇଷ୍ଟେଟ୍ ପାଇଁ ପ୍ରୋତ୍ସାହିତ କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking