35.1 C
Bhubaneswar
Monday, May 13, 2024
Homeବିଜିନେସ୍୨୦୧୪ ପରଠାରୁ ଦେଶରେ ମୁଣ୍ଡପିଛା ଆୟ ବଢ଼ିଛି

୨୦୧୪ ପରଠାରୁ ଦେଶରେ ମୁଣ୍ଡପିଛା ଆୟ ବଢ଼ିଛି

ନୂଆଦିଲ୍ଲୀ : କେନ୍ଦ୍ରରେ ନରେନ୍ଦ୍ର ମୋଦୀ ସରକାର କ୍ଷମତାକୁ ଆସିବା ପରଠାରୁ ଅର୍ଥାତ୍ ୨୦୧୪ ପରଠାରୁ ଦେଶରେ ମୁଣ୍ଡପିଛା ଆୟ ବୃଦ୍ଧି ପାଇଥିବା ଜଣାପଡିଛି । ନ୍ୟାସନାଲ ଷ୍ଟାଟିଷ୍ଟିକାଲ ଅଫିସ (ଏନ୍‌ଏସ୍‌ଓ) ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁଯାୟୀ ସାଧାରଣ ହିସାବରେ (ନୋମିନାଲ ଟର୍ମ) ୨୦୧୪-୧୫ରେ ମୁଣ୍ଡପିଛା ଆୟ ବର୍ଷକୁ ୮୬,୬୪୭ ଟଙ୍କା ଥିବାବେଳେ ୨୦୨୨-୨୩ରେ ଏହା ୧,୭୨,୦୦୦ ଟଙ୍କାକୁ ବୃଦ୍ଧି ପାଇଛି । ଅର୍ଥାତ ମୁଣ୍ଡପିଛା ଆୟ ୯୯ ପ୍ରତିଶତ ବୃଦ୍ଧି ପାଇଛି । ତେବେ ପ୍ରକୃତ ଅର୍ଥରେ (ରିଏଲ ଟର୍ମ) କହିବାକୁ ଗଲେ ମୁଣ୍ଡପିଛା ଆୟ ୭୨,୮୦୫ (୨୦୧୪-୧୫) ଟଙ୍କାରୁ ୯୮,୧୧୮ ଟଙ୍କାକୁ ଅର୍ଥାତ୍ ୩୫ ପ୍ରତିଶତ ବୃଦ୍ଧି ପାଇଥିବା କୁହାଯାଇଛି ।

ସାଂପ୍ରତିକ ଖାଦ୍ୟ ସାମଗ୍ରୀ ମୂଲ୍ୟ ଉପରେ ଆଧାରିତ ଜିଡିପିକୁ ଲକ୍ଷ୍ୟକଲେ ମୁଣ୍ଡପିଛା ଆୟ ଆଖିଦୃଶିଆ ଭାବେ ବୃଦ୍ଧି ପାଇଛି । ତେବେ ମୁଦ୍ରାସ୍ଫୀତିକୁ ଆକଳନ କଲେ ଏହି ବୃଦ୍ଧି ହାର ଯଥେଷ୍ଟ କମ ବୋଲି ଦର୍ଶାଯାଇଛି । ଅପରପକ୍ଷରେ ଆୟ ପ୍ରସଙ୍ଗରେ ଅସମାନତା ବୃଦ୍ଧି ପାଉଛି ବୋଲି ବିଶିଷ୍ଟ ଅର୍ଥନୀତିଜ୍ଞ ତଥା ଜେଏନ୍‌ୟୁର ପୂର୍ବତନ ପ୍ରଫେସର ଜୟତି ଘୋଷ କହିଛନ୍ତି । ଜନସଂଖ୍ୟାର ସବୁଠାରୁ ଉପରେ ଥିବା ୧୦ ପ୍ରତିଶତ ଲୋକଙ୍କ ମୁଣ୍ଡପିଛା ଆୟ ଅପେକ୍ଷାକୃତ ଅଧିକ ମାତ୍ରାରେ ବଢିଥିବା ସେ କହିଛନ୍ତି । ତେବେ ମଧ୍ୟମବର୍ଗ ଏବଂ ନିମ୍ନବର୍ଗ ଲୋକଙ୍କର ମୁଣ୍ଡପିଛା ଆୟହ୍ରାସ ପାଉଥିବା ସେ ଜଣାଇଛନ୍ତି । ଏନ୍‌ଆଇପିଏଫ୍‌ପି ସଂସ୍ଥାର ପୂର୍ବତନ ନିର୍ଦ୍ଦେଶକ ପିନାକୀ ଚକ୍ରବର୍ତ୍ତୀଙ୍କ କହିବା ଅନୁଯାୟୀ ରିଏଲ ଟର୍ମ ଅନୁଯାୟୀ ୨୦୧୪ରୁ ୨୦୧୯ ମଧ୍ୟରେ ଭାରତରେ ମୁଣ୍ଡପିଛା ଆୟ ୫.୬ ପ୍ରତିଶତ ବୃଦ୍ଧି ପାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking