27.1 C
Bhubaneswar
Wednesday, September 23, 2026
Homeଦେଶ ବିଦେଶଏନ୍‌ଟିଏକୁ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ; ଶନିବାର ମଧ୍ୟାହ୍ନ ସୁଦ୍ଧା ପୂର୍ଣ୍ଣାଙ୍ଗ ରେଜଲ୍ଟ, ଗୁପ୍ତ ରହିବ ପରୀକ୍ଷାର୍ଥୀଙ୍କ ନାମ

ଏନ୍‌ଟିଏକୁ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ; ଶନିବାର ମଧ୍ୟାହ୍ନ ସୁଦ୍ଧା ପୂର୍ଣ୍ଣାଙ୍ଗ ରେଜଲ୍ଟ, ଗୁପ୍ତ ରହିବ ପରୀକ୍ଷାର୍ଥୀଙ୍କ ନାମ

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ନିଟ୍‌-ୟୁଜି ପରୀକ୍ଷା-୨୦୨୪କୁ ନେଇ ଚାଲିଥିବା ବାଦବିବାଦ ମଧ୍ୟରେ ଆଜି ଏହି ମାମଲାରେ ଶୁଣାଣିପୂର୍ବକ ବଡ଼ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଶନିବାର ମଧ୍ୟାହ୍ନ ସୁଦ୍ଧା ସହର ଓ ପରୀକ୍ଷା କେନ୍ଦ୍ର ଅନ୍ତର୍ଗତ ନିଟ୍ ୟୁଜି ରେଜଲ୍ଟ ପ୍ରକାଶ କରିବାକୁ ସର୍ବୋଚ୍ଚ ଅଦାଲତ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ)କୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଏନ୍‌ଟିଏ ଏହି ସମୟ ସୁଦ୍ଧା ନିଜ ୱେବସାଇଟରେ ପୂର୍ଣ୍ଣାଙ୍ଗ ପରୀକ୍ଷା ଫଳାଫଳ ଘୋଷଣା କରିବ । କିନ୍ତୁ ପିଲାମାନଙ୍କ ପରିଚୟ ଗୋପନ ରଖିବାକୁ ଏନ୍‌ଟିଏକୁ ସୁପ୍ରିମ୍ ନିର୍ଦ୍ଦେଶ ମିଳିଛି । ସେହିପରି ଆଜିର ଶୁଣାଣି କାଳରେ ସୁପ୍ରିମକୋର୍ଟ ପୁଣିଥରେ ‘ଅନିୟମିତତାର ପରିମାଣ ଯଦି ଅଧିକ ହୁଏ ତେବେ ପୁନଃ ପରୀକ୍ଷା ପାଇଁ ନିର୍ଦ୍ଦେଶ ଦିଆଯିବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ’ ବୋଲି ମଧ୍ୟ ନିଜ ପୂର୍ବ କଥାକୁ ଦୋହରାଇବା ପୂର୍ବକ ଏନ୍‌ଟିଏ ସମ୍ମୁଖରେ ସର୍ତ୍ତ ରଖିଛନ୍ତି । ପ୍ରକାଶ, ନିଟ୍ ୟୁଜିର ପୁନଃ ପରୀକ୍ଷା ପାଇଁ ସୁପ୍ରିମକୋର୍ଟରେ ଏକାଧିକ ଆବେଦନ କରାଯାଇଛି ।
ଅନ୍ୟପକ୍ଷେ ସୁପ୍ରିମ୍ ନିର୍ଦ୍ଦେଶ ଆସିବା ପରେ ଏବେ ସହରୱାରୀ ଓ ପରୀକ୍ଷା କେନ୍ଦ୍ରୱାରୀ ରେଜଲ୍ଟ ଏନ୍‌ଟିଏର ୱେବସାଇଟ୍ ପ୍ରକାଶ ପାଇବ । ଫଳରେ ସମସ୍ତ ପରୀକ୍ଷାର୍ଥୀ ଅନ୍ୟ ପରୀକ୍ଷାର୍ଥୀଙ୍କ ରେଜଲ୍ଟ ସମ୍ପର୍କରେ ଜାଣିପାରିବେ । କିନ୍ତୁ ନାମ ସ୍ପଷ୍ଟ କରାଯିବାକୁ ସୁପ୍ରିମକୋର୍ଟ ବାରଣ କରିଥିବାରୁ କେବଳ ପରୀକ୍ଷାର୍ଥୀଙ୍କ ସହର ଓ ପରୀକ୍ଷା କେନ୍ଦ୍ର ସହ ପରୀକ୍ଷାରେ ମିଳିଥିବା ମାର୍କ ସମ୍ପର୍କରେ ହିଁ ଅନ୍ୟମାନେ ଜାଣିପାରିବେ ।
ଦେଶର ସରକାରୀ ଓ ଘରୋଇ ମେଡିକାଲ କଲେଜ୍‌ରେ ଏମ୍‌ବିବିଏସ୍ ଡିଗ୍ରୀରେ ନାମ ଲେଖାଇବା ପାଇଁ ଉଦ୍ଦିଷ୍ଟ ନିଟ୍‌-ୟୁଜି ପରୀକ୍ଷା (ମେଡିକାଲ ପ୍ରବେଶିକା ପରୀକ୍ଷା) ଗତ ମେ ୫ରେ ବିଦେଶରେ ୧୪ଟି ଓ ଦେଶରେ ୫୭୧ଟି ସହରର ମୋଟ୍ ୪,୭୫୦ କେନ୍ଦ୍ରରେ ନିଟ୍‌-ୟୁଜି ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ଏଥିରେ ପ୍ରାୟ ୨୪ ଲକ୍ଷ (୨୩ ଲକ୍ଷ ୩୩ ହଜାରରୁ ଅଧିକ) ଛାତ୍ରଛାତ୍ରୀ ପିଲା ଭାଗ ନେଇଥିଲେ । ଜୁନ୍ ୧୪ରେ ରେଜଲ୍ଟ ଘୋଷଣା ହେବା ନେଇ ଆଶା କରାଯାଉଥିଲା, କିନ୍ତୁ ମୂଲ୍ୟାୟନ ଶେଷ ହୋଇଯିବାରୁ ଜୁନ୍ ୪ରେ ଫଳାଫଳ ପ୍ରକାଶ ପାଇଥିଲା । ଫଳାଫଳ ଘୋଷଣା ହେବା ପରେ କିଛି ପରୀକ୍ଷାର୍ଥୀଙ୍କୁ ଗ୍ରେସମାର୍କ ଦିଆଯିବା, ୬୭ରୁ ଅଧିକ ପିଲା ପୂର୍ଣ୍ଣ ମାର୍କ (୭୨୦/୭୨୦)ରେ ପାସ୍ ହେବାକୁ ନେଇ ବିବାଦ ତେଜିଥିଲା । ପରେ ଏହି ଘଟଣାରେ ବିହାରରୁ ସର୍ବପ୍ରଥମେ ମାମଲା ରୁଜୁ ହୋଇଥିଲା ଏବଂ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ହୋଇଥିବା ନେଇ ଜଣାପଡିଥିଲା । ବିହାର ପୁଲିସ୍ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ପରବର୍ତ୍ତୀ ସମୟରେ ଅନିୟମିିତତା ଏବଂ ପ୍ରଶ୍ନପତ୍ର ଲିକ୍ ସମ୍ପର୍କୀତ ଚେର ମହାରାଷ୍ଟ୍ର, ଝାଡଖଣ୍ଡ, ଗୁଜରାଟ, ଦିଲ୍ଲୀ ଯାଏ ଲମ୍ବିଥିବା ଜଣାପଡିଥିଲା । ପରେ ଏହି ଘଟଣାରେ ସିବିଆଇ ତଦନ୍ତ ଆରମ୍ଭ ହୋଇଥିଲା । ବର୍ତ୍ତମାନ ସୁଦ୍ଧା ନିଟ୍‌-ୟୁଜି ଅନିୟମିତତା ମାମଲାରେ ପ୍ରାୟ ୬୨ରୁ ଅଧିକ ଲୋକ ଗିରଫ ହୋଇସାରିଛନ୍ତି । ଦେଶର ବିଭିନ୍ନ ପ୍ରାନ୍ତରେ ରୁଜୁ ହୋଇଥିବା ଏସମ୍ପର୍କୀତ ମାମଲାସବୁ ଏବେ ସୁପ୍ରିମକୋର୍ଟରେ ପହଞ୍ôଚଛି । ପ୍ରଧାନ ବିଚାରପତି (ସିଜେଆଇ) ଡିୱାଇ ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ଗଠିତ ୩ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରୁଛନ୍ତି ।
ଆଜିର ଶୁଣାଣି କାଳରେ ବିହାର ପୁଲିସ୍‌କୁ ମଧ୍ୟ ପ୍ରଥମ ମାମଲା ଭାବେ ରୁଜୁ ହୋଇଥିବା ନିଟ୍‌-ୟୁଜି ଅନିୟମିତତା ସମ୍ପର୍କୀତ ସବିଶେଷ ରିପୋର୍ଟ ତଲବ କରିଛନ୍ତି ସୁପ୍ରିମକୋର୍ଟ । ପରବର୍ତ୍ତୀ ଶୁଣାଣି ଆସନ୍ତା ସୋମବାର ହେବ । ସୂଚନାଯୋଗ୍ୟ, ସିବିଆଇ ପକ୍ଷରୁ ଏହି ମାମଲାରେ କରାଯାଇଥିବା ତଦନ୍ତ ସମ୍ପର୍କୀତ ସବିଶେଷ ରିପୋର୍ଟ ସୁପ୍ରିମକୋର୍ଟରେ ଦାଖଲ କରାଯାଇସାରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking