27.1 C
Bhubaneswar
Tuesday, July 8, 2025
Homeଦେଶ ବିଦେଶସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ : ହ୍ବାଟ୍‌ସଆପ୍‌ ମେସେଜ୍‌କୁ ପ୍ରମାଣ ଭାବେ ନିଆଯାଇ ପାରିବ ନାହିଁ

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ : ହ୍ବାଟ୍‌ସଆପ୍‌ ମେସେଜ୍‌କୁ ପ୍ରମାଣ ଭାବେ ନିଆଯାଇ ପାରିବ ନାହିଁ

ନୂଆଦିଲ୍ଲୀ : ସାମାଜିକ ଗଣମାଧ୍ୟମ ହ୍ବାଟ୍‌ସଆପ୍‌ରେ ଆଦାନପ୍ରଦାନ କରାଯାଉଥିବା ମେସେଜ୍‌ ର କୌଣସି ପ୍ରମାଣଗତ ମୂଲ୍ୟ ଅଦାଲତ ପାଇଁ ନାହିଁ। ଏହି ବାର୍ତ୍ତା ପଠାଇଥିବା ବ୍ୟକ୍ତିଙ୍କୁ ଏଥିପାଇଁ ଦାୟୀ କରାଯାଇ ପାରିବ ନାହିଁ। ବିଶେଷକରି ରାଜିନାମା ଅନୁଯାୟୀ ହୋଇଥିବା ଭାଗିଦାରୀ ବ୍ୟବସାୟ ପାଇଁ ଏହାର କୌଣସି ମୂଲ୍ୟ ନାହିଁ। ସୁପ୍ରିମକୋର୍ଟର ପ୍ରଧାନ ବିଚାରାପତି ଏନ ଭି ରମଣା ଏବଂ ବିଚାରପତି ହୃଷୀକେଶ ରାୟଙ୍କ ଦ୍ବାରା ଗଠିତ ଖଣ୍ଡପୀଠ ଏକ ମାମଲାର ଶୁଣାଣ ବେଳେ କହିଛନ୍ତି ଆଜିର ଯୁଗରେ ହ୍ବାଟ୍‌ସଆପ୍‌ ମେସେଜ୍‌ର ପ୍ରମାଣଗତ ମୂଲ୍ୟ କ’ଣ ରହିଛି? ଆଜିକାଲି ସାମାଜିକ ଗଣମାଧ୍ୟମରେ ଯାହା କିଛି ଲେଖାଯାଇଛି ତାହାକୁ ଲିଭାଯାଇ ପାରିବ। ହ୍ବାଟ୍‌ସଆପ୍ ମେସେଜ୍‌କୁ ଆମେ କୌଣସି ଗୁରୁତ୍ବ ଦେଉନାହୁଁ ବୋଲି ଖଣ୍ଡପୀଠ କହିଛନ୍ତି।

ବର୍ଜ୍ୟ ବସ୍ତୁ ସଂଗ୍ରହ ଏବଂ ପରିବହନ ପାଇଁ ଗୋଟିଏ ପଟେ ଦକ୍ଷିଣ ଦିଲ୍ଲୀ ମହାନଗର ନିଗମ ଏବଂ ଅନ୍ୟପଟେ ଏ୨ଜେଡ୍‌ ଇନ୍‌ଫ୍ରାସର୍ଭିସେସ୍‌ ଏବଂ ଅନ୍ୟ ସଂସ୍ଥାଗୁଡ଼ିକୁ ନେଇ ଗଠିତ କନସୋର୍ଟିୟମ୍‌ ମଧ୍ୟରେ ୨୦୧୬ ଡିସେମ୍ବର ୨ ତାରିଖରେ ହୋଇଥିବା ରିହାତି ରାଜିନାମାର ବିଚାର ପ୍ରସଙ୍ଗରେ ସୁପ୍ରିମ କୋର୍ଟ ଏଭଳି ଟିପ୍ପଣୀ ଦେଇଛନ୍ତି। ଉକ୍ତ ରାଜିନାମା ପରେ ୨୦୧୭ ଏପ୍ରିଲ ୨୮ରେ ଏହି କାମର ଏକ ଅଂଶ ପାଇବା ପାଇଁ ଏ୨ଜେଡ୍ ତତ୍କାଳୀନ କ୍ବିପୋ ଇନ୍‌ଫ୍ରାଷ୍ଟ୍ରକଚର ମଧ୍ୟରେ ରାଜିନାମା ହୋଇଥିଲା। ଏହି ରାଜିନାମାରେ କୁହାଯାଇଥିଲା ଏ୨ଜେଡ୍ ଗ୍ରହଣ କରିଥିବା ସବୁ ଅର୍ଥ ଏକ ସ୍ବତନ୍ତ୍ର ବା ଏସକ୍ରୋ ଆକାଉଣ୍ଟରେ ଜମା କରାଯାଇଛି। ସେହି ଆକାଉଣ୍ଟରୁ ସଂସ୍ଥାଗୁଡ଼ିକୁ ଅର୍ଥ ପଇଠ କରାଯିବ। ତେବେ ଗତବର୍ଷ ମେ ୨୮ ତାରିଖରେ ଏ‌୨ଜେଡ୍ ସେହି ରାଜିନାମାକୁ ଦାତିଲ କରିଦେଇଥିଲା। ଏହାପରୋ କ୍ବିପୋ କଲିକତା ହାଇକୋର୍ଟକୁ ଯାଇଥିଲା। ଏକ ମଧ୍ୟସ୍ଥତା କମିଟି ନିଯୁକ୍ତ କରିବା ପାଇଁ କ୍ବିପୋ ଆବେଦନ କରିଥିଲା।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking