29.1 C
Bhubaneswar
Saturday, May 16, 2026
Homeଦେଶ ବିଦେଶନିଟ୍‌-ପିଜି ପରୀକ୍ଷା ଘୁଞ୍ଚାଇବା ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ

ନିଟ୍‌-ପିଜି ପରୀକ୍ଷା ଘୁଞ୍ଚାଇବା ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ଆସନ୍ତା ୧୧ରେ ଅନୁଷ୍ଠିତ ହେବାକୁ ଥିବା ନିଟ୍‌-ପିଜି ପରୀକ୍ଷା ଘୁଞ୍ଚାଇବାକୁ ଯେଉଁ ଆବେଦନ କରାଯାଇଥିଲା, ତାହାକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ ଡି.ୱାଇ.ଚନ୍ଦ୍ରଚୂଡ, ଜଷ୍ଟିସ ମନୋଜ ମିଶ୍ର ଏବଂ ଜଷ୍ଟିସ ଜେ.ବି.ପାର୍ଦିୱାଲାଙ୍କୁ ନେଇ ଗଠିତ ତିନିଜଣିଆ ପୀଠ ଶୁକ୍ରବାର ମାମଲାର ଶୁଣାଣି କରି ଉପରୋକ୍ତ ରାୟ ଦେଇଛନ୍ତି। ପୀଠ ଆହୁରି କହିଛନ୍ତିି ଯେ ନିଟ୍‌-ପିଜି ପରୀକ୍ଷା ସ୍ଥଗିତ ରଖି ୨ ଲକ୍ଷ ପରୀକ୍ଷାର୍ଥୀଙ୍କ କ୍ୟାରିୟର ପାଇଁ କ୍ଷତି ପହଞ୍ଚାଇବା ଆଦୌ ଯୁକ୍ତିସଙ୍ଗତ ନୁହେଁ। ସୂଚନାଯୋଗ୍ୟ ଜୁନ ୨୩ରେ ନିଟ୍‌-ପିଜି ପରୀକ୍ଷା ଅନୁଷ୍ଠିତ ହେବ ବୋଲି ପୂର୍ବରୁ ଧାର୍ୟ୍ୟ ହୋଇଥିଲା। ତେବେ ସେହି ସମୟରେ ନିଟ୍-ୟୁଜି ପ୍ରଶ୍ନପତ୍ର ପ୍ରଘଟ ମାମଲା ଚର୍ଚ୍ଚାର ବିଷୟ ପାଲଟିଥିବାରୁ ଜୁନ ୨୨ରେ ଏହାକୁ ସ୍ଥଗିତ ରଖାଯାଇଥିଲା। ଏହି ପରୀକ୍ଷାକୁ ପୁଣି ସ୍ଥଗିତ ରଖିବାକୁ କେତେକ ଛାତ୍ର ସୁପ୍ରିମକୋର୍ଟରେ ପିଟିସନ ଦାଏର କରିଥିଲେ। ସେମାନେ ଯୁକ୍ତି ଦର୍ଶାଇଥିଲେ ଯେ ଅଗଷ୍ଟ ୧୧ (ରବିବାର) ପରୀକ୍ଷା ତାରିଖ ଧାର୍ୟ୍ୟ କରାଯାଇଥିବାବେଳେ ପରୀକ୍ଷାର୍ଥୀଙ୍କୁ ଅଗଷ୍ଟ ୮ (ଗୁରୁବାର)ରେ ସୂଚିତ କରାଯାଇଥିଲା। ପୁନଶ୍ଚ ଅଧିକାଂଶ ପରୀକ୍ଷାର୍ଥୀଙ୍କ ପରୀକ୍ଷା କେନ୍ଦ୍ର ଅନ୍ୟ ସହରରେ ଥିବାରୁ ସ୍ବଳ୍ପ ସମୟ ମଧ୍ୟରେ ସେଠାରେ ପହଞ୍ଚିବା ସେମାନଙ୍କ ପକ୍ଷରେ କଷ୍ଟକର ହୋଇପଡିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking