28.1 C
Bhubaneswar
Wednesday, April 24, 2024
Homeଓଡିଶାଆଜି ରାତିରୁ କାଲି ସନ୍ଧ୍ୟା ଯାଏଁ ସାବଧାନ୍‌

ଆଜି ରାତିରୁ କାଲି ସନ୍ଧ୍ୟା ଯାଏଁ ସାବଧାନ୍‌

ଭୁବନେଶ୍ୱର: ମାଡି ଆସୁଛି ମହବାତ୍ୟା ‘ଅମ୍ପନ’ । ଏନେଇ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ପ୍ରଦାନ କରିଛନ୍ତି । ଏବେ ପାରାଦୀପ ଠାରୁ ୪୮୦ କିମି ଦୂରରେ ରହିଛି ‘ଅମ୍ପନ’ । କାଲି ଅପରାହ୍ନରେ ସୁନ୍ଦରବନରେ ଲ୍ୟାଣ୍ଡଫଲ୍ କରିବ । ତେବେ ବାତ୍ୟା ଅମ୍ପନ ଲ୍ୟାଣ୍ଡଫଲ୍ କରିବା ବେଳେ ପବନର ବେଗ ୧୫୫ରୁ ୧୮୫ କିମି ରହିବ ବୋଲି ସେ କହିଛନ୍ତି । ଏହାଛଡା ସ୍ଥଳଭାଗ ଛୁଇଁବା ସମୟରେ ଏହା ବ୍ୟାପକ କ୍ଷତି ଘଟାଇବ ବୋଲି ମଧ୍ୟ ଆକଳନ କରାଯାଇଛି । ଏହାର ପ୍ରଭାବରେ ଏବେ ଦକ୍ଷିଣ ଓଡିଶାରେ ବର୍ଷା ଆରମ୍ଭ ହୋଇଯାଇଛି । ଭୁବନେଶ୍ୱରରୁ ଚାନ୍ଦବାଲି ଯାଏଁ ବର୍ଷା ଆରମ୍ଭ ହୋଇଯାଇଛି । ତେବେ ବର୍ଷାର ପରିମାଣ ଆଗକୁ ଧିରେ ଧିରେ ବଢିବ ବୋଲି ଆଇଏମଡି ଡିଜି ସୂଚନା ପ୍ରଦାନ କରିଛନ୍ତି । ଓଡିଶାରେ ଆଜି ରାତିରୁ କାଲି ସନ୍ଧ୍ୟା ଯାଏଁ ଅଧିକ ପ୍ରଭାବ ରହିବ । ହେଲେ ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ୱରରେ ବେଶିମାତ୍ରାରେ ପ୍ରଭାବ ପଡିବ । ଏବେ ଦକ୍ଷିଣ ଓଡିଶାରେ, ୪୫ରୁ ୫୫ କିମି ବେଗରେ ପବନ ବହୁଛି । ଯାହା ପରେ ବଢିବ । ପବନ ବେଗ ବଢିବା ସହ କାଳକ୍ରମେ ଏହା ଉତ୍ତର ଉପକୂଳକୁ ଗତି କରିବ ବୋଲି କୁହାଯାଉଛି । ଉତ୍ତର ଓଡିଶା ଉପକୂଳରେ ୧୦୦ରୁ ସର୍ବାଧିକ ୧୨୫ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking