27.1 C
Bhubaneswar
Saturday, July 27, 2024
Homeଓଡିଶାତାମିଲନାଡୁର ୫ ଜିଲ୍ଲାପାଳଙ୍କୁ ସମନ୍‌; ଇଡି ନିର୍ଦ୍ଦେଶ ଉପରେ ହାଇକୋର୍ଟଙ୍କ ସ୍ଥଗିତାଦେଶ

ତାମିଲନାଡୁର ୫ ଜିଲ୍ଲାପାଳଙ୍କୁ ସମନ୍‌; ଇଡି ନିର୍ଦ୍ଦେଶ ଉପରେ ହାଇକୋର୍ଟଙ୍କ ସ୍ଥଗିତାଦେଶ

ଚେନ୍ନାଇ: ଏକ ମନି ଲଣ୍ଡରିଂ ମାମଲାର ତଦନ୍ତ ପ୍ରକ୍ରିୟାରେ ପ୍ରବର୍ତ୍ତନ ନିମର୍ଦ୍ଦେଶାଳୟ (ଇଡି) ପକ୍ଷରୁ ତାମିଲନାଡୁର ୫ ଜଣ ଜିଲ୍ଲାପାଳଙ୍କୁ ସମନ୍ ଇସ୍ୟୁ କରାଯାଇଥିଲା । ତେବେ ମାଡ୍ରାସ ହାଇକୋର୍ଟ ମଙ୍ଗଳବାର ଇଡିଙ୍କ ନିର୍ଦ୍ଦେଶ ଉପରେ ସ୍ଥଗିତାଦେଶ ଜାରି କରିଥିବା ଜଣାପଡିଛି । ହାଇକୋର୍ଟ ତିନି ସପ୍ତାହ ପାଇଁ ସ୍ଥଗିତାଦେଶ ଜାରି କରିଥିଲେ ସୁଦ୍ଧା ଇଡିଙ୍କ ତଦନ୍ତ ପ୍ରକ୍ରିୟା ଅବ୍ୟାହତ ରହିବ ବୋଲି ସ୍ପଷ୍ଟ କରିଛନ୍ତି । ତିନି ସପ୍ତାହ ମଧ୍ୟରେ ସଂପୃକ୍ତ ଜିଲ୍ଲାପାଳମାନେ ଇଡିଙ୍କ ନିକଟରେ ଆବଶ୍ୟକ କାଗଜପତ୍ର ଦାଖଲ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଏହି ପାଞ୍ଚଜଣ ଜିଲ୍ଲାପାଳଙ୍କ ତରଫରୁ ପୂର୍ତ୍ତ ବିଭାଗ ସଚିବ କେ.ନନ୍ଥକୁମାର ହାଇକୋର୍ଟରେ ପିଟିସନ ଦାଏର କରିଥିଲେ । ଇଡି ପକ୍ଷରୁ ଆରିୟାଲୁର, ଭେଲୋର, ତାଞ୍ଜାଭୁର, କରୁର୍ ଓ ତିରୁଚିରାପଲ୍ଲୀ ଜିଲ୍ଲାପାଳଙ୍କୁ ବ୍ୟକ୍ତିଗତଭାବେ ହାଜର ହେବାକୁ ସମନ୍ ଇସ୍ୟୁ କରାଯାଇଥିଲା । ତାମିଲନାଡୁର ଏକ ପାଞ୍ଚ ଜିଲ୍ଲାରେ ବେଆଇନ ବାଲି ଚାଲାଣ ହୋଇଥିବାବେଳେ ରାଜ୍ୟ ରାଜକୋଷକୁ ୪୫୦୦ କୋଟି ଟଙ୍କାର କ୍ଷତି ସହିବାକୁ ପଡିଛି ବୋଲି ଅଭିଯୋଗ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking