28.1 C
Bhubaneswar
Thursday, October 10, 2024
Homeଦେଶ ବିଦେଶଚନ୍ଦ୍ରବାବୁ ନାଇଡୁଙ୍କୁ ସୁପ୍ରିମ୍‌କୋର୍ଟ ନିର୍ଦ୍ଦେଶ; ୮ ପର୍ଯ୍ୟନ୍ତ ସମସ୍ତ ର‌୍ୟାଲି ଓ ସଭା ମନା

ଚନ୍ଦ୍ରବାବୁ ନାଇଡୁଙ୍କୁ ସୁପ୍ରିମ୍‌କୋର୍ଟ ନିର୍ଦ୍ଦେଶ; ୮ ପର୍ଯ୍ୟନ୍ତ ସମସ୍ତ ର‌୍ୟାଲି ଓ ସଭା ମନା

ନୂଆଦିଲ୍ଲୀ: ତେଲୁଗୁ ଦେଶମ ସୁପ୍ରିମୋ ତଥା ଆନ୍ଧ୍ରପ୍ରଦେଶଣ ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ ହାଇକୋର୍ଟ ପକ୍ଷରୁ ନିୟମିତ ଜାମିନ ପ୍ରଦାନ କରାଯାଇଥିବାବେଳେ ଏହାର ପ୍ରତିବାଦରେ ଆନ୍ଧ୍ର ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଜଷ୍ଟିସ ବେଲା ତ୍ରିବେଦୀ ଓ ଜଷ୍ଟିସ ଏସ.ସି.ଶର୍ମାଙ୍କୁ ନେଇ ଗଠିତ ସୁପ୍ରିମକୋର୍ଟ ଖଣ୍ଡପୀଠ ମଙ୍ଗଳବାର ମାମଲାର ଶୁଣାଣି କରିଛନ୍ତି । ଏ ପ୍ରସଙ୍ଗରେ ଖଣ୍ଡପୀଠ ଚନ୍ଦ୍ରବାବୁଙ୍କ ନିକଟରୁ କୈଫିୟତ ତଲବ କରିବା ସହ ଡିସେମ୍ବର ୮ ପର୍ଯ୍ୟନ୍ତ କୌଣସି ର‌୍ୟାଲି କିମ୍ବା ସଭାସମିତିରେ ଯୋଗନଦେବାକୁ ତାଙ୍କୁ କଡା ନିର୍ଦ୍ଦେଶ ଦେଇଛନ୍ତି ।

ମାମଲାର ପରବର୍ତ୍ତୀ ଶୁଣାଣି ଡିସେମ୍ବର ୮କୁ ଧାର୍ଯ୍ୟ କରାଯାଇଛି । ହାଇକୋର୍ଟ ଦେଇଥିବା ଜାମିନ ଆଦେଶନାମାରେ ସମସ୍ତ ସର୍ତ୍ତ କାଏମ ରହିବ କିନ୍ତୁ ଚନ୍ଦ୍ରବାବୁ କୌଣସି ର‌୍ୟାଲି କିମ୍ବା ସଭାରେ ଭାଗନେଇ ପାରିବେନି ବୋଲି ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି । ସୂଚନାଯୋଗ୍ୟ ମୁଖ୍ୟମନ୍ତ୍ରୀ ଥିବାବେଳେ ଆନ୍ଧ୍ରରେ ଯୁବଗୋଷ୍ଠୀଙ୍କ ପାଇଁ ଦତା ବିକାଶ କେନ୍ଦ୍ର ସ୍ଥାପନ ଆଳରେ ଚନ୍ଦ୍ରବାବୁ ୩୭୦ କୋଟି ଟଙ୍କା ହଡପ କରିଥିବା ଅଭିଯୋଗ ହୋଇଥିଲା । ଫଳରେ ଆନ୍ଧ୍ର ପୁଲିସର ଦୁର୍ନୀତି ନିବାରଣ ବିଭାଗ ସେପ୍ଟେମ୍ବର ୯ରେ ତାଙ୍କୁ ଗିରଫ କରିଥିବାବେଳେ ବିଜୟୱାଡା ଜେଲ୍‌ରେ ତାଙ୍କୁ ରଖାଯାଇଥିଲା । ମୋତିଆବିନ୍ଦୁ ଅସ୍ତ୍ରୋପଚାର ପାଇଁ ହାଇକୋର୍ଟ ଅକ୍ଟୋବର ୩୧ରେ ତାଙ୍କୁ ୪ ସପ୍ତାହ ପାଇଁ ଅନ୍ତରୀଣ ଜାମିନ ପ୍ରଦାନ କରିଥିବାବେଳେ ନଭେମ୍ବର ୨୦ରେ ଏହାକୁ ନିୟମିତ ଜାମିନରେ ପରିଣତ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking