25.1 C
Bhubaneswar
Friday, March 1, 2024
Homeଦେଶ ବିଦେଶଏମ୍‌ପି/ଏମଏଲଏ କୋର୍ଟ ପକ୍ଷରୁ ରାହୁଲଙ୍କୁ ସମନ୍‌

ଏମ୍‌ପି/ଏମଏଲଏ କୋର୍ଟ ପକ୍ଷରୁ ରାହୁଲଙ୍କୁ ସମନ୍‌

ସୁଲତାନପୁର: ଉତ୍ତର ପ୍ରଦେଶର ସୁଲତାନପୁରସ୍ଥିତ ଏକ ଏମ୍‌/ଏମଏଲଏ କୋର୍ଟ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ସମନ୍ ଜାରି କରିଛନ୍ତି । ଡିସେମ୍ବର ୧୬ରେ ହାଜର ହେବାକୁ ତାଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ୨୦୧୮ରେ ବେଙ୍ଗାଲୁରୁରେ ଏକ କାର୍ଯ୍ୟକ୍ରମରେ ଭାଷଣ ଦେବା ଅବସରରେ ରାହୁଲ କୁଆଡେ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଛି ।

ରାହୁଲ ସେତେବେଳେ ଶାହଙ୍କୁ ଜଣେ ହତ୍ୟାକାରୀ ବୋଲି କହିଥିଲେ । ଫଳରେ ବେଙ୍ଗାଲୁରୁ ବିଜେପି ମୁଖ୍ୟ ବିଜୟ ମିଶ୍ର ସେତେବେଳେ ରାହୁଲଙ୍କ ବିରୋଧରେ ଏମ୍‌/ଏମଏଲଏ କୋର୍ଟରେ ମାମଲା ଦାଏର କରିଥିଲେ । ଯଦି ରାହୁଲ ଦୋଷୀସାବ୍ୟସ୍ତ ହୁଅନ୍ତି, ତେବେ ତାଙ୍କୁ ସର୍ବାଧିକ ୨ ବର୍ଷ ଜେଲଦଣ୍ଡ ହୋଇପାରେ ବୋଲି ବିଜୟ ମିଶ୍ରଙ୍କ ଓକିଲ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking