ବ୍ରହ୍ମପୁର: ବହୁ ଚର୍ଚ୍ଚିତ ଡା. ସୁମିତ ସାହୁ ଓ ତପସ୍ୱିନୀ ଦାଶ ମଧ୍ୟରେ ଚାଲାଥିବା ବିବାଦର ଆଜି ପୁଣି ଥିରେ ପରିବାର ଅଦାଲତରେ ଅଶ୍ୱିନୀ କୁମାର ନାୟକଙ୍କ ଉପସ୍ଥିତିରେ ଉଭୟ କାଉଁସିଲିଂ ହୋଇଥିବା ବେଳେ ତାହା ବିଫଳ ହୋଇଛି । ଡାକ୍ତର ସୁମିତ ସାହୁ ତାଙ୍କ ବାପା ପ୍ରମୋଦ କୁମାର ସାହୁ, ତପସ୍ୱିନୀ ଦାଶ, ତାଙ୍କ ବାପା କିଶୋର ଚନ୍ଦ୍ର ଦାଶ ହାଜର ହୋଇଥିଲେ । ଏହା ସହ ତପସ୍ୱିନୀଙ୍କ ପକ୍ଷରୁ ଆଇନଜୀବୀ ଦୀପକ ପଟନାୟକ, ସୁମିତଙ୍କ ପକ୍ଷରୁ ଆଇନଜୀବୀ ସୁରେନ୍ଦ୍ର କୁମାର ବେହେରା ଉପସ୍ଥିତ ରହିଥିଲେ । ଶେଷଥର ପାଇଁ ଏହି କାଉଁସିଲିଂ ହୋଥିବା ବେଳେ ଅନେକ ପ୍ରୟାସ ପରେ ମଧ୍ୟ ତାହା ବିଫଳ ହୋଥିଲା ।
ତିନି ମାସ ପରେ ଏହି ମାମଲାର ବିଚାରଣା ଆରମ୍ଭ ହେବ ବୋଲି ସୁମିତଙ୍କ ପକ୍ଷରୁ ମକଦ୍ଦମା ଲଢ଼ୁଥିବା ଓକିଲ ସୁରେନ୍ଦ୍ର ବେହେରା ସୂଚନା ଦେଇଛନ୍ତି । ପୂର୍ବରୁ ଗତ ମଇ ୧୨ ତାରିଖରେ ଉଭୟ ସୁମିତ ଓ ତପସ୍ୱିନୀ ପୃଥକ ପୃଥକ୍ ଭାବେ ବ୍ରହ୍ମପୁର ପରିବାର ଅଦାଲତରେ ହାଜର ହୋଇଥିଲେ । ଉଭୟ ପକ୍ଷଙ୍କ କାଉନ୍ସିଲର ଉଭୟଙ୍କ ମଧ୍ୟରେ ରହିଥିବା ବିବାଦର ଅନ୍ତ ଘଟାଇବା ପାଇଁ ଉଭୟଙ୍କୁ କାଉନ୍ସିଲିଂ କରିଥିଲେ । ସେହିପରି ପରିବାର ଅଦାଲତ ଜଜ ଅଶ୍ୱିନୀ କୁମାର ନାୟକ ପ୍ରଥମ ଥର ପାଇଁ ଉଭୟ ସୁମିତ ଓ ତପସ୍ୱିନୀ କୋର୍ଟରେ ହାଜର ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ଲାଗିରହିଥିବା ଦମ୍ପତ୍ତି ବିବାଦର ସମାଧାନ କରିବା ପାଇଁ ଉଭୟଙ୍କୁ କାଉନ୍ସିଲିଂ କରିଥିବା ବେଳେ ତାହା ମଧ୍ୟ ବିଫଳ ହୋଇଥିଲା । ସେହିପରି ଏହି ମାମଲାର ସମାଧାନ ପାଇଁ ହାଇକୋର୍ଟରେ ପୃଥକ ଭାବେ ୫ ଥର କୌଣସିଲିଂ ହୋଇଥିଲା । ତାହା ମଧ୍ୟ ବିଫଳ ହୋଇସାରିଛି ବୋଲି ସୁମିତଙ୍କ ଓକିଲ ବେହେରା କହିଛନ୍ତି । ସୂଚନାଯୋଗ୍ୟ ଯେ ଡା. ସୁମିତ ଓ ତାଙ୍କ ପରିବାରଙ୍କ ବିରୋଧରେ ତପସ୍ୱିନୀ ଯୌତୁକ ନିର୍ଯ୍ୟାତନା ନେଇ ମହିଳା ଥାନାରେ ଅଭିଯୋଗ କରିଥିଲେ ।