28.1 C
Bhubaneswar
Sunday, April 28, 2024
Homeଓଡିଶାମାଟିରେ ମିଶିଗଲା ମୋ ପରିବାରର ମାନ-ସମ୍ମାନ : ସୁମିତ

ମାଟିରେ ମିଶିଗଲା ମୋ ପରିବାରର ମାନ-ସମ୍ମାନ : ସୁମିତ

ବ୍ରହ୍ମପୁର : ସୁମିତ୍ -ତପସ୍ୱିନୀଙ୍କ ପାରିବାରିକ ବିବାଦ ମାମଲା ଥମିବାର ନାଁ ଧରୁନି । ପ୍ରତ୍ୟେକ ଦିନ ମାମଲାକୁ ନେଇ କିଛି ନା କିଛି ନୂଆ ଟ୍ୱିଷ୍ଟ୍ ସାମ୍ନାକୁ ଆସୁଛି । ୨୦ ତାରିଖ ଘଟଣାରେ ପୋଲିସ କାର୍ଯ୍ୟାନୁଷ୍ଠାନ ନନେବାରୁ ସୁମିତ୍‌ଙ୍କ ବାପା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ବେଳେ ୪ ତାରିଖରେ ଜିଲ୍ଲା ଜଜ୍ ଦେଇଥିବା ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ସୁମିତ୍ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ସୁମିତଙ୍କ ଘରେ ତପସ୍ୱିନୀ ରହିବା ସହ ମାସିକ ୧୭ ହଜାର ଟଙ୍କା ଦେବାକୁ ଜିଲ୍ଲା ଜଜ୍ ନିର୍ଦ୍ଦେଶ ଦେଇଥିଲେ । ତେବେ ଏହାକୁ ଚ୍ୟାଲେଞ୍ଜ କରି ସୁମିତ୍ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଏନେଇ ସୁମିତ୍‌ଙ୍କ ଓକିଲ କହିଛନ୍ତି, ‘ସେମାନେ ଲଭ୍ ମ୍ୟାରେଜ କରିଥିଲେ । ପତ୍ନୀ ତପସ୍ୱିନୀଙ୍କ ସହ ତାଙ୍କର ଠିକ୍ ଭାବେ ନପଡ଼ିବାରୁ ସୁମିତ୍ କେସ୍ କରିଥିଲେ । ପରେ ସୁମିତ୍ ଛାଡ଼ପତ୍ର ଆବେଦନ କରିଥିଲେ । ୪ ତାରିଖରେ ଜିଲ୍ଲା ଜଜ୍ ଏକ ଅର୍ଡର ପାସ୍ କରିଥିଲେ । ଏହାକୁ ଚ୍ୟାଲେଞ୍ଜ କରି ଆମେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛୁ । ଯେଉଁ ଘର ଭିତରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ମନୋମାଳିନ୍ୟ ହୋଇଛି, ଯଦି ସେହି ଘର ଭିତରେ ଉଭୟ ପୁଣି ଏକାଠି ରହିବେ, ତା’ହେଲେ ଆଇନ୍‌ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବ । ବର୍ତ୍ତମାନ ସୁମିତ୍‌ଙ୍କ ମାନସିକ ଅବସ୍ଥା, ସାମାଜିକ ସମ୍ମାନ ଯାହା କ୍ଷୁର୍ଣ୍ଣ ହୋଇଛି ଏସବୁକୁ ନେଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛୁ । ଗୋଟିଏ ଛାତ ତଳେ ସୁମିତ୍‌-ତପସ୍ୱିନୀ ରହିବା ପାଇଁ ଜିଲ୍ଲା ଜଜ୍ ଯେଉଁ ନିର୍ଦ୍ଦେଶ ଦେଇଛନ୍ତି ଆମେ ଏହାକୁ ବିରୋଧ କରୁଛୁ । ଏହାସହ ମାସିକ ୧୭ ହଜାର ଟଙ୍କା ଦେବାକୁ ବି ନିର୍ଦ୍ଦେଶକୁ ମଧ୍ୟ ଆମେ ବିରୋଧ କରୁଛୁ । ତେଣୁ ବ୍ରହ୍ମପୁର ଜିଲ୍ଲା ଜଜ୍ କରିଥିବା ଅର୍ଡରକୁ ପୁର୍ନବାର ଶୁଣାଣି କରାଯାଉ ।’ସେପଟେ ସୁମିତ୍ କହିଛନ୍ତି, ‘ଏତେ ସବୁ ମୋ ସହ ଓ ପରିବାର ସହ ଘଟିଲା, ଏହାଦ୍ୱାରା ମୋର ଓ ପରିବାରର ମାନସମ୍ମାନ ମାଟିରେ ମିଶିଗଲା । ମୁଁ ଭାବୁଛି ଏ ଜନ୍ମରେ ଆଉ ଏଇଟା ରିକଭରି ହୋଇପାରିବ ନାହିଁ । ଏଥିପାଇଁ ମୋ ମାନସିକ ଅବସ୍ଥା ବହୁତ ଖରାପ ହୋଇ ସାରିଲାଣି । ଏଥିପାଇଁ ମୁଁ ଛୁଟିରେ ଅଛି । ଏହାର ଅର୍ଥ ଏହା ନୁହେଁ ଯେ, ଘର ଭିତରର ଚାରି କାନ୍ଥର କଥା ଦାଣ୍ଡକୁ ଆଣି ଡ୍ରାମା ସୃଷ୍ଟି କରିବା । ଏହା ଠିକ୍ ନୁହେଁ । ଏବେବି ଛୁଟିରେ ଅଛି । ସୂଚନାଯୋଗ୍ୟ, କୋର୍ଟଙ୍କ ରାୟ ଆସିବା ପରେ ନୂଆ ମୋଡ଼ ନେଇଥିଲା ଡାକ୍ତର ସୁମିତ-ତପସ୍ୱିନୀଙ୍କ ପାରିବାରିକ ବିବାଦ ମାମଲା । ତପସ୍ୱିନୀଙ୍କୁ ତାଙ୍କ ଶାଶୁ ଘରେ ରହିବାକୁ କୋର୍ଟଙ୍କ ନିର୍ଦ୍ଦେଶ ନଥିବା କହିଛନ୍ତି ସୁମିତଙ୍କ ଓକିଲ । କେବଳ ମାସିକ ୧୭ ହଜାର ଟଙ୍କା ଦେବାକୁ ନିର୍ଦ୍ଦେଶ ରହିଛି । କିନ୍ତୁ ଶାଶୁ ଘରେ ରହିବାକୁ ନିର୍ଦ୍ଦେଶ ନଥିବା ସୁମିତଙ୍କ ଓକିଲ କହିଛନ୍ତି । ଏହାର ଅର୍ଥ ନବୁଝିକି ଓ ଭୁଲ ଅର୍ଥ ବାହାର କରି ସେମାନେ ଏଭଳି ପଦକ୍ଷେପ ନେବାକୁ ବସିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking