33.1 C
Bhubaneswar
Wednesday, April 24, 2024
Homeଓଡିଶାପୁଣି କରୋନା ହାରିଲା : ସମ୍ କୋଭିଡ ହସପିଟାଲରେ ସୁସ୍ଥ ହେଲେ୯୩ ବର୍ଷୀୟା ମହିଳା

ପୁଣି କରୋନା ହାରିଲା : ସମ୍ କୋଭିଡ ହସପିଟାଲରେ ସୁସ୍ଥ ହେଲେ୯୩ ବର୍ଷୀୟା ମହିଳା

ଭୁବନେଶ୍ୱର, : କରୋନା ମହାମାରୀ ଭଳି ଅଦୃଶ୍ୟ ଓ ଭୟଙ୍କର ଶତ୍ରୁକୁ ବୟୋଜ୍ୟେଷ୍ଠ ମାନେଯେ ଖୁବ ଅନାୟସରେ ପରାସ୍ତ କରିପାରିବେ ଏହାକୁ ପୁଣି ଥରେ ପ୍ରମାଣ କରିଛନ୍ତି ଜଣେ ୯୩ ବର୍ଷୀୟା ମହିଳା । ଉପଯୁକ୍ତ ଚିକିତ୍ସା ଓ ଯତ୍ନ ଦ୍ୱାରା ବରିଷ୍ଠ ନାଗରିକ ମାନେ କରୋନାରୁ ସୁସ୍ଥ ହୋଇପାରିବେ । ଏହା ପୁଣି ଥରେ ସାବ୍ୟସ୍ତ ହୋଇଛି ସମ୍ କୋଭିଡ ହସପିଟାଲରେ । କରୋନା ସଂକ୍ରମିତ ହୋଇଥିବା ୯୩ ବର୍ଷୀୟା ବାସନ୍ତୀ ପାତ୍ର ସମ୍ କୋଭିଡ ହସପିଟାଲ୍‌ରୁ ଚିକିତ୍ସା ପାଇବା ପରେ ରବିବାର ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
ଜଳେଶ୍ୱର ବିଧାୟକ ଅଶ୍ୱିନୀ କୁମାର ପାତ୍ରଙ୍କ ମାତା ଶ୍ରୀମତି ବାସନ୍ତୀ ପାତ୍ର ଗତ ଅକ୍ଟୋବର ୨ ତାରିଖରେ କରୋନା ସଂକ୍ରମିତ ହୋଇଥିବାବେଳେ ୫ ତାରିଖରେ ଭୁବନେଶ୍ୱରସ୍ଥିତ ସମ୍ କୋଭିଡ ହସପିଟାଲରେ ଭର୍ତି ହୋଇଥିଲେ । ଏହି ବୟୋଜ୍ୟେଷ୍ଠ ମହିଳାଙ୍କ ଶରୀରରେ ହୃଦଜନିତ ଓ କିଡନି ଜନିତ ସମସ୍ୟା ରହିଥିବାବେଳେ ପିତକୋଷରେ ପଥର ଥିବା ଜଣା ପଡ଼ିଥିଲା । ଏହାଛଡ଼ା ମଧୁମେହ ଓ ଉଚ୍ଚ ରକ୍ତଚାପ ଭଳି ସମସ୍ୟା ମଧ୍ୟ ତାଙ୍କର ଥିବାର ଜଣାପଡ଼ିଥିଲା । ଏହି ପରିପ୍ରେକ୍ଷୀରେ କରୋନା ସଂକ୍ରମିତ ହୋଇଥିବା ଏହି ୯୩ ବର୍ଷୀୟା ମହିଳାଙ୍କର ଚିକିତ୍ସା କରିବା ଏକ ପ୍ରକାର ଆହ୍ୱାନ ଥିଲା ।
ତେବେ ସମ୍ କୋଭିଡ ହସପିଟାଲର ଡାକ୍ତର ଓ ନର୍ସ ଏବଂ ଅନ୍ୟାନ୍ୟ ପାରାମେଡିକ କର୍ମଚାରୀମାନଙ୍କର ଚିକିତ୍ସା, ସେବା ଓ ଯତ୍ନ ଫଳରେ ସେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
ସୁସ୍ଥ ହୋଇ ଘରକୁ ଫେରିବା ସମୟରେ ନିଜର ଖୁସି ବ୍ୟକ୍ତ କରବା ସହ ତାଙ୍କୁ ଚିକିତ୍ସା କରିଥିବା ଡାକ୍ତର ଓ ନର୍ସମାନଙ୍କୁ ଅନେକ ଆଶୀର୍ବାଦ କରିଛନ୍ତି ବୟୋଜ୍ୟେଷ୍ଠ ମହିଳା ଜଣକ । ସେହିପରି ନିଜ ମାଆ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିବା ପରେ ସମ୍ କୋଭିଡ ଟିମ୍ ଓ ସୋଆ କର୍ତୃପକ୍ଷଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି ବିଧାୟକ ଶ୍ରୀ ପାତ୍ର । ସମ୍ କୋଭିଡ ଟିମ୍‌ର ସେବା, ଯତ୍ନ, ଚିକିତ୍ସା ଓ ଆପ୍ରାଣ ଉଦ୍ୟମ ଯୋଗୁଁ ହିଁ ଅନେକ ବୟସ୍କ କରୋନା ସଂକ୍ରମିତ ଏହି ମହାମାରୀରୁ ସୁସ୍ଥ ହୋଇ ପାରୁଛନ୍ତି ବୋଲି ଶ୍ରୀ ପାତ୍ର କହିଛନ୍ତି ।
 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking