ଡକରାଇ ଯୋଡ଼ି ଜଳପ୍ରପାତକୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପ୍ରଦାନ ଦାବି

dakrai waterfall malkangiri

ମାଲକାନଗିରି : ଦିନ ଥିଲା ମାଓ ଗଡ଼ ରୂପରେ ପରିଗଣିତ ହେଉଥିଲା ଓ ତାହାରି ଭିତରେ ଲୁଚି ରହୁଥିଲା ବହୁ ପ୍ରାକୃତିକ ସନ୍ଦର୍ଯ୍ୟ ସେଥିମଧ୍ୟ୍ୟରୁ ନିଜର ପରିଚୟ ସୃଷ୍ଟି କରିଛି ଏମିତି ଏକ ଜଳପ୍ରପାତ ଯାହାକୁ ଦେଖିବା ପାଇଁ ରାଜ୍ୟ ଓ ରାଜ୍ୟ ବାହାରୁ ମଧ୍ୟ୍ୟ ପର୍ଯ୍ୟଟକଙ୍କ ଶୁଅ ଛୁଟୁଛି । ମନଲୋଭା ପରିବେଶ ସାଙ୍ଗକୁ ସବୁଜ ବନାନୀ । ଆଉ ତାହାରି ଭିତରେ ଝରଣାର କୁଳୁ କୁଳୁ ନାଦ । କୋଳାହଳ ଠାରୁ ବହୁ ଦୂରରେ । ବାସ୍ତବରେ ଯେତିକି ରୋମାଞ୍ଚକର ସେତିକି ମନ ମୁଗ୍ଧକର । କିଛି ବର୍ଷ ତଳେ ନିଜ ଭିତରେ ନିଜର ଅସ୍ତିତ୍ୱ ହଜାଉଥିବା ଡକରାଇ ଯୋଡି ଝରଣା ଏବେ ପାଲଟିଛି ପର୍ଯ୍ୟଟକଙ୍କ ପସନ୍ଦର ସ୍ଥାନ । ମାଲକାନଗିରିର କାଲିମେଳା ଡକରାଇଯୋଡି ଝରଣା । ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ସ୍ଥିତଏମଭି 66 ଛକରୁ ବେଜାଙ୍ଗିଗୁଡା 22 କିଲୋମିଟର ଦୂରରେ ରହିଛି ଡାକରାଇଯୋଡି ଜଳ ପ୍ରପାତ ପ୍ରକୃତିକ ସୋନଦର୍ଯ୍ୟରେ ଭରପୁର ଡାକରାଇ ଜୋଡ଼ି ଜଳ ପ୍ରପାତ ପାହାଡ଼ର ପ୍ରାକୃତିକ ପରିବେଶ ଭିତରେ ପଥରକୁ ଚିରି ଅସୁଥିବା ଝରଣାର କୁଳୁକୁଳୁ ନାଦ ବିଶାଳ ପଥର ଉପରେ ଅଙ୍କା ବଙ୍କା ହୋଇ ଝରଣାର ଜଳ ପ୍ରଭାହିତ ହେଉଥିବାର ମଜା ନେଉଛନ୍ତି ପର୍ଯ୍ୟଟକ ବର୍ଷା ଦିନେ ଜଳର ପ୍ରଭାବ ଅଧିକ ଥିଲା ବେଳେ ଶୀତଦିନେ ଜଳର ପ୍ରଭାବ କମି କମି ଯାଏ ।
ଏହି ଡାକରାଇ ଯୋଡ଼ି ଜଳ ପ୍ରପାତକୁ ଏକ ପର୍ଯ୍ୟଟନ ସ୍ଥଳୀ ଭାବେ ପରିଗଣିତ କରିବା ପାଇଁ ସ୍ଥାନୀୟ ଅଂଚଳ ବାସି ଦାବି କରିଆସୁଛନ୍ତ ଏବଂ ପାହାଡ଼ଉପରେ ଏକ ପାହାଚ ନିର୍ମାଣ ସହିତ ପର୍ଯ୍ୟଟକ ମାନଙ୍କ ପାଇଁ ବିଶ୍ରାମଗାର କଲେ ପର୍ଯ୍ୟଟକ ମାନେ ଜଳପ୍ରପାତର ମନରମ ଦୃଶ୍ୟ ଉପଭୋଗ କରିପାରିଥାନ୍ତେ ଓ ବେଜାଙ୍ଗିଗୁଡା ବଜାରର ବିକାଶ ହୋଇପାରିଥାନ୍ତା ବୋଲି ସାଧାରଣରେ ଅଞ୍ଚଳ ବସି ପ୍ରକାଶ କରିଛନ୍ତି । ସେପଟେ ବର୍ଷା ପୂର୍ବରୁ ଜିଲ୍ଲାପାଳ ଏହି ସ୍ଥାନକୁ ଗ୍ରସ୍ତ କରି ଏହାର ଉନ୍ନତି ପାଇଁ ଅର୍ଥ ମଞ୍ଜୁର କରିଥିଲେ ହେଲେ ଆଜି ସୁଦ୍ଧା ଏହି ପର୍ଯ୍ୟଟନ ସ୍ଥଳୀକୁ ଅଳ୍ପ ଟିକେ ରାସ୍ତା ଓ 2ଟି ବିଶ୍ରାମ ଗାର ଓ ଗଛ ମୂଳରେ ଛୋଟ ଛୋଟ ସେମେଣ୍ଟ ସ୍ଥାନ ତିଆରି କରାଯାଇଥିଲେ ମଧ୍ୟ୍ୟ ତାହା ସମ୍ପୂର୍ଣ ହାଇପାରିନାହିଁ ।
ସମୟ କ୍ରମେ ଏହି ଡକରାଇ ଯୋଡ଼ି ଜଳପ୍ରପାତ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟି ଥିବା ବେଳେ ଜଳପ୍ରପାତର ଲୋକପ୍ରିୟତା ବଢ଼ିବାରେ ଲାଗିଛି ତେବେ କାଲିମେଳା ବ୍ଲକର ଅନ୍ୟ କୋଉଠି ଏଭଳି ସ୍ଥାନ ନଥିବାବେଳେ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପ୍ରଦାନ କରିବାରେ ସାଧାରଣରେ ମତ ପ୍ରକାଶ ପାଇଛି ।

LEAVE A REPLY

Please enter your comment!
Please enter your name here