25.8 C
Bhubaneswar
Saturday, July 27, 2024
Homeଅପରାଧଘରୋଇ କର୍ମଚାରୀଙ୍କ ଆତ୍ମହତ୍ୟା ମାମଲା; ଅଶ୍ଲୀଳ ଫଟୋ ଭାଇରାଲ ଭୟରେ ଆତ୍ମହତ୍ୟା

ଘରୋଇ କର୍ମଚାରୀଙ୍କ ଆତ୍ମହତ୍ୟା ମାମଲା; ଅଶ୍ଲୀଳ ଫଟୋ ଭାଇରାଲ ଭୟରେ ଆତ୍ମହତ୍ୟା

ବ୍ରହ୍ମପୁର: ଗତ ୧୧ ତରିଖରେ ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଗୋଲାପଲ୍ଲୀ ସାହିରେ ଥିବା ଏକ ଭଡ଼ା ଘରୁ ପୁଲିସ ଜଣେ ଯୁବତୀଙ୍କ ଝୁଲନ୍ତା ଅବସ୍ଥାରେ ଥିବା ମୃତ ଦେହ ଜବତ କରିଥିଲା । ଏହି ଘଟଣାରେ ପୁଲିସ ତଦନ୍ତ କରିଥିବା ବେଳେ ଘଟଣା ସ୍ଥଳରୁ ପୁଲିସ ଏକ ସୁଇସାଇଟ୍ ନୋଟ୍ କରିଥିଲା । ଯାହାକୁ ନେଇ ମୃତ ମାମାଲିର ବାପା ଅଲେଖ ସାହୁ ଥାନାରେ ଅଭିଯୋଗ କରିଛନ୍ତି । ତାଙ୍କ ଅଭିଯୋଗ ନେଇ ପୁଲିସ ଏକ ମାମଲା ରୁଜୁ କରିଛି । କିଛି ଯୁବକ ତାଙ୍କ ଝିଅଙ୍କ ଅଶ୍ଳୀଳ ଫଟୋ ଭାଇରାଲ କରିଦେବାକୁ ଧମକ ଦେଉଇଥିବାରୁ ଝିଅ ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଥିବା ଅଭିଯୋଗ କରିଛନ୍ତି । ତାଙ୍କ ଝିଅଙ୍କ ମୃତ୍ୟୁ ପଛରେ ୩ ଜଣ ଯୁବକ ଦାୟୀ ଥିବା ନେଇ ମୃତ ମାମଲିର ବାପା ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷରେ ଏହି ଘଟଣାରେ ପୁରୀ ଅଞ୍ଚଳର ଜଣେ ଯୁବକ ସମ୍ପୃକ୍ତ ଥିବା ପୁଲିସ ସନ୍ଦେହ କରି ତାଙ୍କ ମୋବାଇଲ୍ ଟ୍ରାକିଂ କରିଥିଲେ । ଉକ୍ତ ଯୁବକ ଜଣଙ୍କ ପୁରୀ ଅଞ୍ଚଳରେ ଥିବା ପୁଲିସ ଜାଣିଥିବା ବେଳେ ତାଙ୍କୁ କାବୁ କରିବାକୁ ଏକ ପୁଲିସ ଟିମ୍ ଉକ୍ତ ଅଞ୍ଚଳକୁ ଯାଇଥିବା ଜଣାପଡ଼ିଛି ।

ସେହି ଯୁବକ ଜଣଙ୍କୁ କାବୁ କରିବା ପରେ ମାମାଲିର ମୃତ୍ୟୁ କାରଣ ଜଣା ପଡ଼ିବ ବୋଲି ପୁଲିସ କହିଛି । ସୂଚନାଯୋଗ୍ୟ ଯେ ଗୋଳପଲ୍ଲୀ ସାହି ସ୍ଥିତ ଦୁଇ ମହଲା ବିଶିଷ୍ଠ ଏକ କୋଠର ଉପରେ ଘରେ ମାମାଲୀଙ୍କ ୪ ଜଣ ସହଯୋଗୀଙ୍କ ରହୁଥିଲେ । ଗତ ୧୧ ତାରିଖରେ ମାମାଲୀ ଓ ସହଯୋଗୀମାନେ କାମ କରୁଥିବା ଘରୋଇ ହସ୍ପିଟାଲକୁ ଯାଇଥିଲେ । କିନ୍ତୁ ମାମାଲି ସ୍ୱାସ୍ଥ୍ୟ ଅବସ୍ଥା ଠିକ ନଥିବା ଯୋଗୁଁ ସେ ପୂର୍ବାହ୍ନ ୨ଟା ବେଳେ ରୁମକୁ ଆସିଯାଇଥିଲେ । ରାତ୍ର ସାଢ଼େ ୭ଟା ସମୟରେ ତାଙ୍କର କିଛି ସହଯୋଗୀ ରୁମକୁ ଆସିଥିବା ବେଳେ କବାଟ ଭିତର ପଟୁ ବନ୍ଦ ରହିଥିବା ଦେଖିବାକୁ ପାଇଥିଲେ । ଦୀର୍ଘ ସମୟ ପର୍ଯ୍ୟନ୍ତ କବାଟ ଖୋଲୁନଥିବାରୁ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ । ଏ ନେଇ ସେ ବୈଦ୍ୟନାଥପୁର ପୁଲିସକୁ ଖବର ଦେଇଥିବା ବେଳେ ପୁଲିସ ପହଞ୍ଚି କାବଟ ଖୋଲିଥିଲା । ମାମାଲିଙ୍କ ମୃତ ଫ୍ୟାନ୍‌ରେ ଝୁଲୁଥିବା ପୁଲିସ ଦେଖିବାକୁ ପାଇଥିଲା । ପରେ ମାମାଲିଙ୍କ ମୃତ ଦେହ ପୁଲିସ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking