37.1 C
Bhubaneswar
Thursday, March 28, 2024
Homeଦେଶ ବିଦେଶରକ୍‌ ଏନ୍‌ ରୋଲ କୁଇନ ଟିନା ଟର୍ନରଙ୍କ ପରଲୋକ

ରକ୍‌ ଏନ୍‌ ରୋଲ କୁଇନ ଟିନା ଟର୍ନରଙ୍କ ପରଲୋକ

ନୂଆଦିଲ୍ଲୀ :  ରକ୍‌ ଏନ୍‌ ରୋଲ କୁଇନ ଏବଂ ୮ ଗ୍ରାମୀ ପୁରସ୍କାର ବିଜେତା ଟିନା ଟର୍ନରଙ୍କ ପରଲୋକ । ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ହୋଇଥିଲା । ଦୀର୍ଘଦିନ ଧରି ଅସୁସ୍ଥ ରହିବା ପରେ ଶେଷରେ ଜୁରିକରେ ଥିବା ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କ ନିଧନରେ ସମସ୍ତ ସଂଗୀତ ପ୍ରେମୀ ଶୋରେ ରହିଛନ୍ତି । ଟିନା ଟର୍ନର ୨୦୦୪ରେ କାଶୀ ଭ୍ରମଣ କରିବାକୁ ଆସିଥିଲେ । କଳାପ୍ରକାଶର ଅଧ୍ୟକ୍ଷ ଅଶୋକ କପୁର କହିଛନ୍ତି ୨୦୦୪ରେ ୯ରୁ ୧୧ ଫେବୃଆରୀ ପର୍ଯ୍ୟନ୍ତ ବନାରସରେ ରହିଥିଲେ ଟିନା ।

ଏହି ସମୟରେ ଦ ଗଡେସ ଫିଲ୍ମ ଛଡା ନିଜର ଏକ ଆଲବମ ସୁଟିଂ କରିବାକୁ ଲୋକେସନ ଖୋଜୁଥିଲେ । ଏହା ଟିନାଙ୍କର ପ୍ରଥମ ଏବଂ ଶେଷ ବନାରସ ଭ୍ରମଣ ରହିଥିଲା । ଏହାପରେ ସେ କେବେ ବି ବନାରସ ଆସିନାହାନ୍ତି । ତେବେ ତାଙ୍କ ଲୋକପ୍ରିୟତା ଦେଖି ଟିନାଙ୍କ ଆସିବା ଏବଂ ଯିବା ସମୟକୁ ଗୁପ୍ତ ରଖାଯାଇଥିଲା । ଏହା ସତ୍ତ୍ୱେ ମଧ୍ୟ ଲୋକଙ୍କୁ ସେ ବନାରସ ଆସିବା ଖବର ଜଣାପଡିଯାଇଥିଲା । ତେଣୁ ଲୋକେ ତାଙ୍କୁ ସାକ୍ଷାତ କରିବା ପାଇଁ ବିବ୍ରତ ହୋଇପଡିଥିଲେ । ଏହି ସମୟରେ ଟିନା ଗଙ୍ଗାରେ ନୌକା ବିହାର କରିବା ସହିତ ରାମନଗର କିଲା ଭ୍ରମଣ କରିଥିଲେ । ତାଙ୍କ ବ୍ୟକ୍ତିତ୍ୱ ସମସ୍ତଙ୍କୁ ପ୍ରଭାବିତ କରିପାରୁଥିଲା । ତାଙ୍କ ନିଧନ ସଂଗତ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking