40.1 C
Bhubaneswar
Wednesday, April 24, 2024
Homeଓଡିଶାଯୁବକଙ୍କ ଆତ୍ମହତ୍ୟା

ଯୁବକଙ୍କ ଆତ୍ମହତ୍ୟା

ରଙ୍ଗେଈଲୁଣ୍ଡା : ଗୋଳନ୍ଥରା ଥାନା ଅନ୍ତର୍ଗତ ଜୁଗୁଡ଼ି ଗ୍ରାମରେ ଥିବା ଏକ ଇଟା ଭାଟିର ଶ୍ରମିକ ବାଉଁଶ ଗଛରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବା ନେଇ ସ୍ଥାନୀୟ ଗୋଳନ୍ଥରା ଥାନା ରେ ଅଭିଯୋଗ ହୋଇଛି । ମୃତକ ଜଣକ ବଲାଙ୍ଗିର ଜିଲାର ଡାକରା ଗ୍ରାମର ସିଦ୍ଧି ମଲିକ(୨୫) ବୋଲି ପୋଲିସ ସୂଚନା ଦେଇଛି । ସୁଚନାନୁସାରେ ବଲାଙ୍ଗିର ଜିଲ୍ଲାର ଡାକରା ଗ୍ରାମର ସିଦ୍ଧି ମଲିକ ତାଙ୍କ ମାମୁଙ୍କ ସହ ଗତ ୧ ବର୍ଷ ହେବ ଗୋଳନ୍ଥରା ଥାନା ଅଧିନସ୍ଥ ଜୁଗୁଡ଼ି ଗ୍ରାମରେ ଏକ ନିଦ୍ଧିଷ୍ଟ ଇଟା ଭାଟିରେ ଶ୍ରମିକ ଭାବେ କାମ କରୁଥିଲେ । ଗତ ୨୪ ତାରିଖ ସକାଳ ୯ଟା ସମୟରେ ସିଦ୍ଧି ହଠାତ କେଉଁଆଡ଼େ ନିଖୋଜ ହୋଇଯାଇଥିଲେ । ଏନେଇ ପରିବାର ପକ୍ଷରୁ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର ଟେର ମିଳି ନଥିଲା ।

ଗୁରୁବାର ପୁର୍ବାହ୍ନରେ ଇଟା ଭାଟି ନିକଟରେ ଥିବା ଆମ୍ବ ତୋଟାରେ ବାଉଁଶ ଗଛରେ ଗାମୁଛା ଲଗାଇ ସିଦ୍ଧି ଝୁଲି ରହିଥିବା ଦେଖିବାକୁ ମିଳିଥିଲା । ଖବର ପାଇ ଗୋଳନ୍ଥରା ଥାନାରେ ପୋଲିସ ଘଟଣା ସ୍ଥଳରେ ପହଞ୍ôଚ ସିଦ୍ଧିଙ୍କ ମୃତ ଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନା ପଠାଇଥିଲେ । ଏନେଇ ଥାନାରେ ୧୩/୨୩ ପ୍ରକାରେ ଅପମୃତ୍ୟୁ ମାମଲା ରୁଜୁ କରିଛି ପୁଲିସ୍ । ଅନ୍ୟପଟେ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ପୋଲିସ ମୃତଦେହ ହସ୍ତାନ୍ତର କରିଛି । କେଉଁ ପରିସ୍ଥିତିରେ ସେ ଆତ୍ମହତ୍ୟା କରିଥିଲେ ପୋଲିସ ବିଭିନ୍ନ ଦିଗକୁ ନେଇ ତଦନ୍ତ ଚଳାଇଥିବା ନେଇ ଥାନା ଅଧିକାରୀ ବିବେକାନନ୍ଦ ମହନ୍ତ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking