29.1 C
Bhubaneswar
Wednesday, May 1, 2024
Homeବ୍ରେକୀଙ୍ଗପୂର୍ବ ସ୍ଥାନକୁ ଫେରିଲେ ସୁଧାଂଶୁ

ପୂର୍ବ ସ୍ଥାନକୁ ଫେରିଲେ ସୁଧାଂଶୁ

ଭୁବନେଶ୍ୱର: ବରିଷ୍ଠ ଆଇପିଏସ ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ଏମ. ଅକ୍ଷୟ ହୋଇଛନ୍ତି ଅଗ୍ନିଶମ ଓ ହୋମଗାର୍ଡ ଡିଜି । ଟ୍ୱିନ ସିଟି ପୋଲିସ କମିଶନର ଥିବା ସୁଧାଂଶୁ ଷଡଙ୍ଗୀ ପୋଲିସ ଗୃହ ନିର୍ମାଣ ନିଗମ ଅଧ୍ୟକ୍ଷ ହୋଇଛନ୍ତି । ତେବେ ସୂଚନାଯୋଗ୍ୟ, ପୋଲିସ କମିଶନର ପୂର୍ବରୁ ପୋଲିସ ଗୃହ ନିର୍ମାଣ ନିଗମ ଅଧ୍ୟକ୍ଷ ଥିଲେ ସୁଧାଂଶୁ ।

ଗୃହ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ୧୯୮୮ ବ୍ୟାଚ୍ ଆଇପିଏସ ଏମ.ଅକ୍ଷୟଙ୍କୁ ଅଗ୍ନିଶମ ଓ ହୋମଗାର୍ଡ ଡିଜି ଭାବେ ବଦଳି କରାଯାଇଛି । ସେ କେନ୍ଦ୍ରୀୟ ଡେପୁଟେସନରୁ ଫେରି ପୁଲିସ ହାଉସିଂବୋର୍ଡ ସିଏମଡି ଭାବେ କାର୍ଯ୍ୟ କରୁଥିଲେ। ସତ୍ୟଜିତ ମହାନ୍ତି ଅବସର ନେଇ ଓଡ଼ିଶା ଲୋକସେବା ଆୟୋଗ ଅଧ୍ୟକ୍ଷ ହେବାପରେ ଅଗ୍ନିଶମ ଡିଜି ପଦ ଖାଲି ପଡ଼ିଥିଲା।

ଅନ୍ୟପଟେ ବଦଳିଛନ୍ତି ଟ୍ୱିନସିଟି ପୋଲିସ କମିଶନର । ସୌମେନ୍ଦ୍ର ପ୍ରିୟଦର୍ଶୀ ନୂଆ ପୋଲିସ କମିଶନର ହୋଇଛନ୍ତି । ୧୯୯୫ ବ୍ୟାଚ୍ ବିଶିଷ୍ଟ ବରିଷ୍ଠ ଆଇପିଏସ ହେଉଛନ୍ତି ସୌମେନ୍ଦ୍ର ପ୍ରିୟଦର୍ଶୀ । ବର୍ତମାନ ସୌମେନ୍ଦ୍ର କ୍ରାଇମବ୍ରାଂଚ ଏଡିଜି ଅଛନ୍ତି ।
୧୯୯୦ ବ୍ୟାଚର ଆଇପିଏସ ଥିଲେ ସୁଧାଂଶୁ ଷଡଙ୍ଗୀ । ୨୧.୦୮.୨୦୧୯ରେ ସେ ପୋଲିସ କମିଶନର ଭାବେ ଦାୟିତ୍ୱ ନେଇଥିଲେ । ଦୁଇ ବର୍ଷ ପୂରି ନଥିବା ବେଳେ ତାଙ୍କ ସ୍ଥାନରେ ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ପୁଲିସ କମିଶନର ଦାୟିତ୍ୱ ହସ୍ତାନ୍ତର କରାଇବା ନେଇ ଅନେକ ପ୍ରଶ୍ନ ଉଠିଛି । ନିଜ ଦାୟିତ୍ୱକୁ ସେ ସଚ୍ଚୋଟତାର ସହିତ ତୁଲାଇଛନ୍ତି । କେଇଁ କାରଣ ପାଇଁ ତାଙ୍କୁ ଅପସାରଣ କରାଗଲା ସେ ନେଇ ସଠିକ ତଥ୍ୟ ମିଳିପାରିନାହିଁ । ମାତ୍ର ଗତ କିଛି ଦିନ ପୂର୍ବରୁ ତାଙ୍କୁ ନୂଆ ଦାୟିତ୍ୱ ମିଳିବା ନେଇ ଚର୍ଚ୍ଚା ହେଉଥିଲା ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking